ଭଞ୍ଜନଗର ନୁଆ ଗାଁ ବ୍ରିଜ୍ ରେ ଗଛକୁ ପିଟିଲା ବସ୍ , ଚାଳକକୁ କାବୁ କଲେ ଲୋକେ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଵସଣ୍ଟାଣ୍ଡ୍ ଠୁ ଦୁଇ କିଲୋମିଟର ଦୂରରେ ନୁଆ ଗାଁ ବ୍ରିଜ୍ ନିକଟରେ ଯାତ୍ରିବାହି ବସ୍ ଗଛକୁ ପିଟିଲା। ଅନେକ ଯାତ୍ରି ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲ ରେ ହେଲେ ଭର୍ତ୍ତି।

ଆଜି ୮ ଅପ୍ରେଲ ସୋମବାର ୨୦୨୪ ଦିନ ୧୦: ୩୦ ମିନଟରେ ଭଞ୍ଜନଗର ବସ ଷ୍ଟାଣ୍ଡ ରୁ ଚିକ୍ ମିକ୍ ନାମକ ବସ୍ ବାଲିପଦର ବୁଗୁଡା ଅଭିମୁଖେ ବାହାରିଥିଲା । କିନ୍ତୁ ଦୁଇ କିଲୋମିଟର ଗଲା ପରେ ବେଲଗୁଣ୍ଠା ଅଭିମୁଖେ ନୂଆ ଗାଁ ବ୍ରିଜ ଠାରେ ବସ ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛକୁ ଶକ୍ତ ଧକ୍କା ଦେଇଥିଲା।ବସ ରେ ୨୫ ରୁ ୩୦ ଯାତ୍ରୀ ବସିଥିଲେ। ସେଥିରୁ କିଛି କଲେଜ ଛାତ୍ରୀ ଓ ଛୋଟ ପିଲା ବସିଥିଲେ। ୧୫ ଜଣ ଯାତ୍ରୀ ଆହତ ହୋଇ ଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଖବର ପାଇବା ପରେ ବେଲଗୁଣ୍ଠା ପୋଲିସ ଓ ଅଗ୍ନିକ ବିଭାଗ ଦ୍ଵାରା ଆହତ ମାନଙ୍କୁ ଭଞ୍ଜନଗର ମୂଖ୍ୟ ଡାକ୍ତର ଖାନା କୁ ପଠାଇଥିଲେ। ଉପସ୍ଥିତ ଜନସାଧାରଣ ଙ୍କ ସୂଚନା ଅନୁସାରେ ଡ୍ରାଇଭର ଜଣକ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ।ଭଞ୍ଜନଗର ପରିବହନ ଅଞ୍ଚଳରେ ଅନେକ ଗାଡ଼ି ଗୁଡିକ ର ଡ୍ର।ଇଭର ମାନେ ମଦ ପିଇ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ପରିବହନ ବିଭାଗ କିମ୍ବା ପୋଲିସ୍ ବିଭାଗ ର କୌଣସି ଯାଞ୍ଚ କରିବାରେ ତତ୍ପରତା ପ୍ରକାଶ କରାଯାଉନାହିଁ । ଯାହା ଫଳରେ ଏମିତି ଛୋଟ ବଡ ଦୁର୍ଘଟଣା ସବୁ ଘଟୁଛି। ସୂଚନା ଯେ ଗତକାଲି ରାତିରେ ମଧ୍ୟ ଗୋଟିଏ ବସ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ। ଆଜି ମଦ୍ୟପ ଗାଡ଼ିଚାଳକଙ୍କ ଖାମଖିଆଲି ଗାଡି ଚଳାଇବା ଯୋଗୁଁ ନିରୀହ ଯାତ୍ରୀଙ୍କ ଜିବନ ଚାଲି ଯାଇଥାନ୍ତା । ଉକ୍ତ ଦୁର୍ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଥିଲା ବେଳେ ବେଲଗୁଣ୍ଠା ଥାନା କର୍ମଚାରୀଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ହୋଇଛି। ଏବଂ ଗୁରୁତର ମାନଙ୍କୁ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।

0
0
0
s2sdefault