ହେଡଲାଇନସ୍:

ଲେଟ୍ରିନ ଟାଙ୍କିରେ ମୃତ୍ୟୁର ଫାନ୍ଦ: ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ବାପା–ପୁଅ ସହ ୬ ଶ୍ରମିକଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଗୌଡ କର୍ଲାଖୁଣ୍ଟା ଗ୍ରାମରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଛି। ନବ ନିର୍ମିତ ଲେଟ୍ରିନ ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ହଠାତ୍ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇ ବାପା–ପୁଅ ସହ ମୋଟ ୬ ଜଣ ଶ୍ରମିକଙ୍କ ଜୀବନ ନଷ୍ଟ ହୋଇଛି।
ମୃତକମାନଙ୍କ ମଧ୍ୟରେ ନିମାଇଁ ପାଲ ଓ ତାଙ୍କ ପୁଅ ଆକାଶ ପାଲ ସହ ଅଦଲ ମାଝୀ, ବୈକୁଣ୍ଠ ଜାଲ ଓ ମନୋରଞ୍ଜନ ହାତୀ ଥିବା ସୂଚନା ମିଳିଛି। ଘଟଣା ସମୟରେ ସମସ୍ତେ ଟାଙ୍କି ଭିତରେ କାମ କରୁଥିବା ବେଳେ ହଠାତ୍ ବିଷାକ୍ତ ଗ୍ୟାସର ପ୍ରଭାବରେ ଅଚେତନ ହୋଇ ପଡ଼ିଥିବା ଅନୁମାନ କରାଯାଉଛି।
ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଉଦ୍ଧାର କରି ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି। ସୁରକ୍ଷା ବ୍ୟବସ୍ଥାର ଘୋର ଅଭାବ ଓ ନିୟମ ଉଲ୍ଲଂଘନକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ଏହି ଦୁର୍ଘଟଣା ପୁନର୍ବାର ନିର୍ମାଣ କାମରେ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଅବହେଳାକୁ ସାମ୍ନାକୁଆସିଛି।

0
0
0
s2sdefault