ହେଡଲାଇନସ୍:

ଭଞ୍ଜନଗରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ବ୍ୟାପକ ଆଇନ ସଚେତନତା ଶିବିର ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗରରେ ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ସାଧାରଣ ଜନତାଙ୍କୁ ସେମାନଙ୍କର ମୌଳିକ ଆଇନଗତ ଅଧିକାର ଏବଂ ସରକାରୀ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ, ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ଆଜି ଏପ୍ରିଲ୍ ମାସ ୧୯ ତାରିଖ ଦିବସ ରେ ମୁଦୁଲିପଲ୍ଲୀ ଗ୍ରାମ ପଞ୍ଚାୟତ ପରିସରରେ ଏକ ବିଶାଳ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।

ଏଥିରେ ​ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ସେଖ୍ ମହମ୍ମଦ କଏସ। ସେ ଦୈନନ୍ଦିନ ଜୀବନରେ ଆଇନ ଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
​ସମ୍ମାନିତ ଅତିଥି: ସିନିୟର ସିଭିଲ ଜଜ୍ ଶ୍ରୀ ଦେବାଶିଷ ବିଶୋୟୀ, ଏସ୍‌.ଡି.ଜେ.ଏମ୍‌ ଶ୍ରୀ ସୌମ୍ୟ ରଞ୍ଜନ ପୃଷ୍ଟି ଏବଂ ଜେ.ଏମ୍‌.ଏଫ୍‌.ସି ଶ୍ରୀମତୀ ଭିୟେନା ନାୟକ ଉପସ୍ଥିତ ରହି ବିଭିନ୍ନ ଆଇନଗତ ଜଟିଳତା ଉପରେ ଆଲୋଚନା କରିଥିଲେ।
​ପ୍ରଶାସନିକ ସହଯୋଗ ଭାବରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଓ ସହକାରୀ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
​ଆଲୋଚିତ ବିଷୟ ବସ୍ତୁ ଥିଲା,ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (୨୦୨୩) ଅନୁଯାୟୀ FIR, ଜାମିନ, ସମନ୍ସ, ଓଆରେଣ୍ଟ, ଏବଂ ଆଇନଜୀବୀ ସହାୟତା ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲୋକଙ୍କୁ ଶିକ୍ଷା ଦିଆଯାଇଥିଲା। ଏହାସହ ଯୌତୁକ ନିଷେଧ ଓ ଗୃହ ହିଂସା ନିରୋଧ ଆଇନ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।
​କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ମୁଦୁଲିପଲ୍ଲୀ ସରପଞ୍ଚ ଶ୍ରୀ କାହ୍ନୁ ଚରଣ ପ୍ରଧାନ, ପଞ୍ଚାୟତ ଅଧିକାରୀ ଏବଂ ତାଲୁକ ଆଇନ ସେବା କମିଟିର ସଦସ୍ୟ ଡ଼ଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଶ୍ରୀମତୀ ଅଳକା ମଞ୍ଜରି ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ବହୁଳ ଯୋଗଦାନ କାର୍ଯ୍ୟକ୍ରମକୁ ଏକ ନୂଆ ମୋଡ଼ ଦେଇଥିଲା।

0
0
0
s2sdefault