ହେଡଲାଇନସ୍:

କେନ୍ଦୁଝର ସହରରେଅସ୍ୱାଭାବିକ ଗ୍ୟାସ ସିଲିଣ୍ଡର ଯୋଗାଣ ବ୍ୟବସ୍ଥା : ୭ଦିନ ଭିତରେ ସ୍ୱାଭାବିକ ହେବ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର ନାଗରିକ ମଞ୍ଚ ସହ ଆଲୋଚନା ପରେ ପ୍ରଶାସନର ପ୍ରତିଶୃତି।   

କେନ୍ଦୁଝର,ତା ୩୧/୩- କେନ୍ଦୁଝର ସହରରେ କିଛି ଦିନ ହେବ ଘରୋଇ ଗ୍ୟାସ ସିଲିଣ୍ଡର ଯୋଗାଣ ନେଇ ଘୋର ଅବ୍ୟବସ୍ଥା ସୃଷ୍ଟି ହୋଇଛି,ତେଣୁ ଲୋକେ ଦୁଇ ଦୁଇ ଥର ରାସ୍ତାରୋକ କଲେଣି ଯାହା ଘୋର ଚିନ୍ତାର ବିଷୟ। ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ସାଧାରଣ ଲୋକେ ବିଶେଷ କରି ମହିଳା ଗୃହିଣୀ ମାନେ ଏପରି ଅବସ୍ଥାର ସମ୍ମୁଖୀନ ହେବା ପ୍ରଶାସନକୁ ଅଡୁଆରେ ପକାଇଦେଇଛି। ତେବେ ପ୍ରଶାସନର ତନାଘନା ପରେ ସହରର ବ୍ରହ୍ମେଶ୍ଵର ଏଚପି ଗ୍ୟାସ ଏଜେନ୍ସିକୁ ତଦନ୍ତ କରି ହିନ୍ଦୁସ୍ତାନ ଅଏଲ ପକ୍ଷରୁ ସାମୟିକ ଭାବେ ଗ୍ୟାସ ସିଲିଣ୍ଡର ଯୋଗାଣରୁ ବିରତ ରଖାଯାଇଛି। ଏହି ଗ୍ୟାସ ଏଜେନ୍ସି ପାଖରେ ପ୍ରାୟ ଚବିଶ ହଜାର ଉପଭୋକ୍ତାଙ୍କ ଗ୍ୟାସ ସିଲିଣ୍ଡର ଯୋଗାଣ ଦାୟିତ୍ୱ ରହିଛି। ଏବେ ଯୋଗାଣ ବନ୍ଦ ଥିବାରୁ ଲୋକଙ୍କ ସମସ୍ୟା ବଢି ଯାଇଛି ସେମାନେ ସିଲିଣ୍ଡର ଧରି ଶଙ୍କରପୁର ଗ୍ୟାସ ଗୋଦାମ ପାଖରେ ରୁଣ୍ଡ ହେଉଛନ୍ତି ଏପଟେ ଘରକୁ ଗ୍ୟାସ ସିଲିଣ୍ଡର ଗାଡି ଅନେକ ସ୍ଥାନକୁ ଯାଉନି। ତେବେ ଘୁଟୁରୁ ଥରେ ଥରେ ବିଶାଳ ଗ୍ୟାସ ଏଜେନ୍ସି ମଧ୍ୟ ଅଧିକାଂଶ ଦିନ ବନ୍ଦ ରହୁଥିବାରୁ ସମସ୍ୟା ବଢ଼ାଇଛି। ଏପରି ପରିସ୍ଥିତିରେ ଯୋଡ଼ାର ଏକ ଗ୍ୟାସ ଏଜେନ୍ସିକୁ ସାମୟିକ ଭାବେ ଗ୍ୟାସ ସିଲିଣ୍ଡର ଯୋଗାଇବାକୁଅନୁମତି ଦିଆଯାଇଥିଲା ଡୋର ଷ୍ଟେପ ଡେଲିଭରି ନହେବାରୁ ବହୁ ଉପଭୋକ୍ତା କାଲି ଶଙ୍କରପୁର ଗ୍ୟାସ ଗୋଦାମରେ ଜମା ହୋଇଥିଲେ। ଏପରି ପରିସ୍ଥିତିରେ ସ୍ୱଳ୍ପ କର୍ମଚାରୀ ସିଲିଣ୍ଡର ଯୋଗାଇ ନପାରିବାରୁ ନୋ ଷ୍ଟକ ଦେଖି ଲୋକେ ବିରକ୍ତ ହୋଇ ରାସ୍ତାରୋକ କରିଥିଲେ। ତେବେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ପବିତ୍ର କୁମାର ସାହୁଙ୍କ ନେତୃତ୍ୱରେ ସେଠାକୁ ଯାଇ ବିଭାଗୀୟ କର୍ମଚାରୀ ମାନେ ରାତି ଦୁଇଟା ଯାଏ ଲୋକଙ୍କୁ ସିଲିଣ୍ଡର ଯୋଗାଇ ଦେଇଥିଲେ। ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଜୋରଦାର ହେଉଥିବା ବେଳେ ଏଠାରେ ରନ୍ଧନ ଗ୍ୟାସ ଲାଗି ଉତ୍କଣ୍ଠା ବଢିଛି। ଲୋକଙ୍କ କଥା ବୁଝିବାକୁ ତେଣୁ ଜିଲ୍ଲା ନାଗରିକ ମଞ୍ଚ ତରଫରୁ ଆଜି ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁଙ୍କ ସହ ଆଲୋଚନା ହୋଇଥିଲା। ଯୋଗାଣ ଅଧିକାରୀ କହିଥିଲେ କି ଲୋକେ ବ୍ୟସ୍ତ ହେବା ଦରକାର ନାହଁ କେନ୍ଦୁଝର ସହରକୁ ପ୍ରତିଦିନ ଗ୍ୟାସ ସିଲିଣ୍ଡର ବୋଝେଇ ଦୁଇଗାଡି ବ୍ୟବସ୍ଥା କରାଯାଇଛି। ତେଣୁ ଆଜି ଡୋର ଷ୍ଟେପ ଗ୍ୟାସ ସିଲିଣ୍ଡର ଡେଲିଭରି ଲାଗି ତିନିଟି ଗାଡି ବିଭିନ୍ନ ଆଡଜୁ ଯାଇଥିଲା କାଲିଠାରୁ ଚାରିଟି ଗାଡି ଯିବ ଏହିପରି ସାତ ଦିନ ଭିତରେ ସହର ସାରା ସମସ୍ତଙ୍କୁ ଗ୍ୟାସ ସିଲିଣ୍ଡର ମିଳିଯିବ ବୋଲି ସେ ଆଶ୍ବସନା ଦେଇଛନ୍ତି। ଆଜି ଏହି ଆଲୋଚନା ବେଳେ ନାଗରିକ ମଞ୍ଚ ସଭାପତି ହିମାଂଶୁ କୁଅଁର, ସମ୍ପାଦକ ସତ୍ୟରଞ୍ଜନ ସାମଲ, ସହ ସମ୍ପାଦକ ଦିଲୀପ କୁମାର ସାହୁ, ଡାକ୍ତର ମଦନ ମୋହନ ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ ଓ କର୍ଣ୍ଣାଟ କିଶୋର ଜେନା ଉପସ୍ଥିତ ଥିଲେ। ନାଗରିକ ମଞ୍ଚ ସଭାପତି କେନ୍ଦୁଝର ଲୋକଙ୍କୁ ଗ୍ୟାସ ଯୋଗାଣ ଲାଗି ବ୍ୟସ୍ତ ନହେବାକୁ ନିବେଦନ କରିଛନ୍ତି।

0
0
0
s2sdefault