ହେଡଲାଇନସ୍:

ଜିଲ୍ଲାସ୍ତରୀୟ ମାଣ୍ଡିଆ ଓ ହରଡ଼ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଞ୍ଚଳିକ ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଓ ହରଡ଼ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନେନାଗାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ.ପ୍ରକାଶ ରାଓ ପ୍ରମୁଖ ଉପସ୍ଥିତରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚଳିତ ଖରିଫ ଋତୁ ପାଇଁ ମାଣ୍ଡିଆ ଓ ହରଡ କିଣା ଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା। ମାଣ୍ଡିଆ ଓ ହରଡର କ୍ରୟ ନୀତି , MSP ବିବରଣୀ , MPAS ଅନଲାଇନ ପୋର୍ଟାଲ ରେ କୃଷକ ନିବନ୍ଧନ ପ୍ରଗତି , ମଣ୍ଡି ପ୍ରସ୍ତୁତି ଏବଂ ବ୍ଲକ୍-ଭିତ୍ତିକ ଲକ୍ଷ୍ୟ ସମ୍ପର୍କରେ ଅଲୋଚନା ହୋଇଥିଲା।
ଖରିଫ ମାର୍କେଟିଂ ୨୦୨୫-୨୬ ପାଇଁ ମାଣ୍ଡିଆ ର MSP-୪୮୮୬/- ଟଙ୍କା ଓ ହରଡର ୮୦୦୦ /- ଟଙ୍କା ପ୍ରତି କ୍ୱିଣ୍ଟାଲ୍ ନିର୍ଦ୍ଧାରିତ ହୋଇଛି ଏବଂ FAQ ନମୁନା ଅନୁସାରେ ଚାଷୀ ମାନଙ୍କ ଠାରୁ ସରକାର ମାଣ୍ଡିଆ ଓ ହରଡ କିଣିବା ପାଇଁ ଧାର୍ଯ୍ୟ କରାଯାଇଛି। ଜିଲ୍ଲାର ୬ଟି ବ୍ଲକ୍‌ରେ ୨୩ଟି କେନ୍ଦ୍ର ସ୍ଥାପିତ ହେବ। ମୋଟ ୯ଟି ବ୍ଳକ୍ ସ୍ତରୀୟ କିଣିବା ସଂସ୍ଥା BLPA (୫ FPO ଏବଂ ୪ BLF) ଖରିଦ କାର୍ଯ୍ୟକୁ ସମ୍ଭାଳିବେ।
ଏହି ବର୍ଷ ପାଇଁ ଜିଲ୍ଲାର ରାଗି (ମାଣ୍ଡିଆ) ଖରିଦ ଲକ୍ଷ୍ୟ ୨୫ହଜାର କ୍ୱିଣ୍ଟାଲ୍ ରଖାଯାଇଛି। ଜିଲ୍ଲା ପୋର୍ଟାଲରେ ୬୪୬୫ ନୂଆ କୃଷକ ନିବନ୍ଧନ ଲକ୍ଷ୍ୟ ରହିଛି। ସେହିପରି ହରଡର ୫ ଗୋଟି ମଣ୍ଡି ୫ଟି ସ୍ଥାନରେ ଓ ୮୦୦୦ ସର୍ବନିମ୍ନ ସରକାରଙ୍କ ନିର୍ଦ୍ଧାରିତ ଦରରେ ଚାଷୀ ମାନଙ୍କ ଠାରୁ କ୍ରୟ କରାଯିବ। ମଣ୍ଡି ଖୋଲିବା ପାଇଁ ଜାନୁୟାରୀ ୨୦୨୬ ପ୍ରଥମ ସପ୍ତାହ ପ୍ରସ୍ତାବ ରଖାଯାଇଛି। ଖରିଦ ହୋଇଥିବା ସମସ୍ତ ମାଣ୍ଡିଆକୁ ଚାଷୀଙ୍କ ଠାରୁ ସରକାରଙ୍କ କେନ୍ଦ୍ରୀୟ ଗୃହ ତଥା ବିଭିନ୍ନ କେନ୍ଦ୍ରୀୟ ଗୋଦାମ କୁ ଗାଡ଼ି ମାଧ୍ୟମରେ ନେବା ଓ ମାଣ୍ଡିଆ କିଣିବାରେ ସପ୍ତାହ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାକୁ ବିକ୍ରୀ ରାଶି ମଧ୍ୟ ଆସିବା ବିଷୟରେ ଆଲୋଚନା କରାଗଲା। ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ବିଭାଗ ଦ୍ଵାରା ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ରହିଅଛି। ସେହିପରି ପ୍ରତ୍ୟେକ ବ୍ଲକ୍‌ର ଗୋଷ୍ଠୀ କୃଷି ଅଧିକାରୀ ମାନେ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ଭାରପ୍ରାପ୍ତ ଜିଲ୍ଲାପାଳ ଏହି ସମସ୍ତ କାର୍ଯ୍ୟକୁ ଅଧିକାରୀ ମାନଙ୍କୁ କୃଷକ ମାନଙ୍କ ସହିତ ସମନ୍ୱୟ ରଖି ମାଣ୍ଡିଆ ଓ ହରଡ଼ ସଂଗ୍ରହ କରିବାରେ ସୁଚାରୁରୂପେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ।
ସେହିପରି ଆଞ୍ଚଳିକ ସ୍ତରରେ କୃଷି ଓ ଯନ୍ତ୍ରପାତି ମେଳା-୨୦୨୫-୨୬ ଉପଲକ୍ଷେ ମଧ୍ଯ ଆଲୋଚନା କରାଯାଇଥିଲା। ଉକ୍ତ ମେଳା ଆସନ୍ତା ଜାନୁୟାରୀ ୬ରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। କୃଷକମାନଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ସଂପର୍କରେ ଜଣାଇବା ଏବଂ କିଭଳି ସହଜରେ ଉପଲବ୍ଧ କରାଇବା ନେଇ ଏହି ମେଳା ଅନୁଷ୍ଠିତ ହେବ । ଉକ୍ତ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାରେ ଗଜପତି , ଗଞ୍ଜାମ , ରାୟଗଡ଼ା , କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଉଦ୍ୟୋଗୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି। ଉକ୍ତ ମେଳାରେ ୧୦୦ରୁ ଉର୍ଦ୍ଧ୍ବ ଗୋଟି ଷ୍ଟଲ ଖୋଲାଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିବା ସହିତ ରିହାତି ଦରରେ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଅଛି। ଜିଲ୍ଲାର ବିଭିନ୍ନ ବିଭାଗ ତଥା ଉଦାନ କୃଷି , ମତ୍ସ , ପ୍ରାଣୀ ସମ୍ପଦ ବିକାଶ , ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା , ଓଡିଶା କୃଷି ଶିଳ୍ପ ନିଗମ , ମିଶନ ଶକ୍ତି ଓ ଓଡିଶା ମିଲେଟ୍ ମିଶନ ଭଳି ବିଭିନ୍ନ ବିଭାଗ ନିଜ ନିଜ ବିଭାଗର ଯନ୍ତ୍ରପାତି ପ୍ରଦର୍ଶିତ କରାଯିବ । ଫଳରେ ଚାଷୀମାନେ ବିଭିନ୍ନ ଚାଷ ସଂପର୍କରେ ଜ୍ଞାନ ଅର୍ଜନ କରିବା ସହିତ କୃଷିର ବିକାଶ ହେବା କୃଷକଙ୍କୁ ସଚେତନ କରାଯିବା ବୋଲି ଆଲୋଚନା କରାଯାଇଛି।
ଉକ୍ତ ବୈଠକରେ ଅତିରିକ୍ତ କୃଷି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଓ ସଂଘମିତ୍ରା ପ୍ରଧାନ , ନାବାର୍ଡ ବ୍ୟାଙ୍କ ଅଧିକାରୀ ଶ୍ରୀ ପ୍ରତୀକ କୁମାର ପଣ୍ଡା , ସହକାରୀ କୃଷି ଅଧିକାରୀ ଶ୍ରୀ କେ.ସୁରୋଜ କୁମାର ସାହୁ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault