ହେଡଲାଇନସ୍:

ସେରଙ୍ଗ ବସଷ୍ଟାଣ୍ଡର ହୋଟେଲରୁ ଏକ ନାବାଳକ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଅପରାହ୍ନ ୪ : ୩୦ ଘଣ୍ଟାରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ବସଷ୍ଟାଣ୍ଡର ଏକ ହୋଟେଲରୁ ଶିଶୁ ଶ୍ରମିକ ଭାବେ କାର୍ଯ୍ୟରତ ଏକ ନାବାଳକକୁ ଜିଲ୍ଲା ଶିଶୁ ସୁରକ୍ଷା ଶାଖା , ଚାଇଲ୍ଡ ହେଲ୍ପ ଲାଇନ , ଜିଲ୍ଲା ଶ୍ରମ ବିଭାଗ ଏବଂ ସେରଙ୍ଗ ଥାନା ପୁଲିସଙ୍କ ମିଳିତ ସହଯୋଗରେ ଉଦ୍ଧାର କରାଯାଇଥିଲା।
ତଥ୍ୟ ଅନୁସାରେ ଶିଶୁଟି ଉକ୍ତ ହୋଟେଲରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାର ଜଣାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଏକ ଟିମ ଗଠନ କରାଯାଇ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ଶିଶୁଟି ଉଦ୍ଧାର ହେବା ପରେ ତାର ପ୍ରାଥମିକ ଚିକିତ୍ସା ଓ କାଉନ୍ସେଲିଂ କରାଯାଇଥିଲା ଶିଶୁଟିର ବୟସ ୧୩ ବର୍ଷ ବୋଲି ଜଣାପଢିଥିଲା , ଶିଶୁଟି ସପ୍ତମ ଶ୍ରେଣୀରୁ dropout ଅଛି ଏବଂ ନାବାଳକ ଶିଶୁଟିକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଯାଇଥିଲା।

0
0
0
s2sdefault