ହେଡଲାଇନସ୍:

ଢେଙ୍କିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପ୍ରସଂଶା କଲେ କାୟାକଳ୍ପ ଟିମ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କେନ୍ଦୁଝର,ତା୯/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ଗତ ସୋମବାର ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କାୟାକଳ୍ପ ଡାକ୍ତରୀ ଟିମ୍ ପରିଦର୍ଶନରେ ଆସିଥିଲେ l ସେଥିମଧ୍ୟରୁ ଡାକ୍ତର ଇନଚାର୍ଜ ମନୋରଞ୍ଜନ ଜେନା, ଡାକ୍ତର ସ୍ଵସ୍ତିକ ସୁମନ ପ୍ରଧାନ ଓ ଧୀରେନ୍ ମହାନ୍ତ ପରିଦର୍ଶନରେ ଆସିଥିଲେ l ତେବେ ଡାକ୍ତରଖାନାର ପରିବେଶ ପରିଷ୍କାର ପରିଚ୍ଛନ୍ନ ଥିବାର ଦେଖି ଖୁସିପ୍ରକଟ କରିଥିଲେ l ତତ ସହିତ ଡାକ୍ତରଖାନା କର୍ମଚାରୀଙ୍କ ସମୟାନୁବର୍ତ୍ତିତା, ରୋଗୀ ମାନଙ୍କୁ ନିଷ୍ଠାପର ସେବା ,ବ୍ୟବହାର ଓ ବ୍ୟବସ୍ଥା ଉପରେ ସେମାନେ ଆନନ୍ଦିତ ହୋଇଥିଲେ l ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ବଳଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଓ କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ୟ ଡାକ୍ତରଖାନା ପାଇଁ ଉଦାହରଣ ବୋଲି ପ୍ରକାଶ କରିଥିଲେ l ରୋଗୀ ସେବା ଦେଖି ସେମାନେ ଖୁସି ଅନୁଭବ କରିଥିଲେ l ଡାକ୍ତରଖାନା ଖାନାର ଚତୁଃପାର୍ଶ୍ଵ ସୁନ୍ଦର ବୃକ୍ଷ ଓ ପରିଷ୍କାର ପରିଚ୍ଛନ୍ନ ଦେଖି ସବୁ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ l ତେଣୁ ସବୁ ବର୍ଗର ଲୋକମାନେ ଆଜି ଡାକ୍ତର ପୂର୍ଣ୍ଣଚନ୍ଦ୍ର ବଳଙ୍କୁ ପ୍ରସଂଶା କରୁଥିବା ଦେଖିବାକୁ ମିଳୁଛି l

0
0
0
s2sdefault