( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ରେଳବାଇ ପୋଲିସ୍ ଥାନା ଅର୍ନ୍ତଗତ ଖୋଡାସିଙ୍ଗି ନିକଟସ୍ଥ ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ କୁ ପୋଲିସ ଉଦ୍ଧାର କରିଛନ୍ତି। ମୃତ ଯୁବକ ଜଣକ ର ବୟସ ପାଖାପାଖି ୪୦ ବର୍ଷ ହେବ ଓ ତାଙ୍କର କୌଣସି ପରିଚୟ ମିଳିନଥିବା ଜଣାପଡ଼ିଛି। ନିକଟସ୍ଥ କିଛି ଲୋକଙ୍କୁ ପଚରା ଉଚୁରା କରି ପୋଲିସ ପଞ୍ଚନାମା କରି ରାସ୍ତା ପାର ହେବା ବେଳେ କୌଣସି ଏକ ଚଳନ୍ତା ଟ୍ରେନ ଧକ୍କାରେ ଉକ୍ତ ଯୁବକ ର ମୃତ୍ୟୁ ଘଟିଛି ବୋଲି ପୋଲିସ ନିକଟରୁ ପ୍ରକାଶ।ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ପରିଚୟ ଜାଣିବା ପାଇଁ ଉକ୍ତ ଶବକୁ ପୋଲିସ ଶବ ସଂରକ୍ଷଣ ଗୃହ ରେ ରଖି ତଦନ୍ତ ଚଳାଇଛନ୍ତି।
ରାଜ୍ୟ
ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର।
- Hits: 7











