ବିଜେଡି ଛାଡି କାଉନସିଲର, ସରପଞ୍ଚ, ପୁର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ସମେତ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ସାମିଲ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ପଞ୍ଚାୟତ ନିର୍ବାଚନ ଆଉ ମାତ୍ର ଦେଢ ବର୍ଷରୁ କମ୍ ସମୟ ଥିବା ବେଳେ ଏହାକୁ ଆଖି ଆଗରେ ରଖି ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ଏନ୍.ଏ.ସି ଓ ବ୍ଳକରେ ନିଜର ଦବଦବା ବଜାୟ ରଖିବା ପାଇଁ ଅଣ୍ଟା ଭିଡିଛି ବିଜେପି ।ନବନିର୍ବାଚିତ ବିଧାୟକ ନୀଳମଣି ବିଷୋୟୀଙ୍କ ବଳିଷ୍ଠ ନେତୃତ୍ବ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ଳକ୍ ଓ ଏନ୍ଏସିର ବହୁ ଜନପ୍ରତିନିଧି ଓ କର୍ମୀ ଆଜି ବିଜେପିରେ ଯୋଗଦାନ କରିଛନ୍ତି । ଆଜି ଗୋବରାର ମଧୁବାସନ୍ତି ଯାତ୍ରା ପଡିଆରେ ହୋଇଥିବା ମହାମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା ।ନାଟେଙ୍ଗା ମଣ୍ଡଳ ସଭାପତି ଶିବରାମ ରାଉତଙ୍କ ସଭାପତିତ୍ବରେ ହୋଇଥିବା ଏହି ମିଶ୍ରଣ ପର୍ବରେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ, ପୁର୍ବତନ ସରପଞ୍ଚ ଅରୁଣ ମହାପାତ୍ର, ତନରଡା ମଣ୍ଡଳ ସଭାପତି ସଞ୍ଜୟ ଜେନା, ବେଲଗୁଣ୍ଠା ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ,ବ୍ଳକ୍ ସାଂସଦ ପ୍ରତିନିଧି ରଞ୍ଜନ ରାଉତ, ସରପଞ୍ଚ ସତ୍ୟବାନ ସ୍ୱାଇଁ, ବରିଷ୍ଠ ଯୁବ ନେତା ସନ୍ତୋଷ ମଲ୍ଲ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ରାଜ୍ୟ ପରିଷଦ ସଦସ୍ୟ ପ୍ରହଲ୍ଲାଦ ଲେଙ୍କା ସଂଯୋଜନା କରିଥିଲେ ।ଏହି ମହାମିଶ୍ରଣ ପର୍ବରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟ ରଞ୍ଜନ ଦାଶ,୩ ନମ୍ବର କାଉନସିଲର ଲିଜା ବେହେରା,୮ ନମ୍ବର କାଉନସିଲର ପ୍ରଗତି ପାତ୍ର, ବେଣିପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ପଞ୍ଚାୟତ ବିଜେଡି ସଭାପତି ରଙ୍କନିଧି ରାଉତଙ୍କ ସମେତ ବହୁ ୱାର୍ଡ଼ ମେମ୍ବର, ଶତାଧିକ କର୍ମୀ,ଗୋବରା ପୁର୍ବତନ ସମିତି ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ପାତ୍ର,ଯୁବ ନେତା ସରୋଜ ସ୍ୱାଇଁ,ଆଲୋକ ରାଜୁ,୭ ଜଣ ୱାର୍ଡ଼ ମେମ୍ବର ଓ ଶତାଧିକ କର୍ମୀ, ୪୮ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ବିଜେଡି ପ୍ରାର୍ଥୀ ପଞ୍ଚାନନ ନାୟକ, ସେହିପରି ଇଙ୍ଗିନାଠି ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରମୋଦ ମଲ୍ଲିକଙ୍କ ସହିତ ବହୁ କର୍ମୀ, ପାଇଲିପଡା ପଞ୍ଚାୟତର ପୁର୍ବତନ ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ, ପୁର୍ବତନ ସରପଞ୍ଚ ପ୍ରତିନିଧି ସନ୍ତୋଷ ସାହୁ,ବହୁ ବିଜେଡି କର୍ମୀ,ବେଲଗୁଣ୍ଠା ଡ୍ରାଇଭର ସଙ୍ଘ ସଭାପତି ମଧୂସୁଦନ ଜେନାଙ୍କ ସହିତ ବହୁତ ବିଜେଡି କର୍ମୀ, ବଡପଡା ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ତଥା ଆଇନଜୀବୀ ଅଶୋକ ଜେନାଙ୍କ ବହୁ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗଦାନ କରିଥିଲେ । ସେହିପରି କ୍ଷତ୍ରିୟ ବରପୁର, ଧୁମୁଛାଇ ,ବଡପଡା ପଞ୍ଚାୟତର ମଧ୍ୟ ବହୁ ସଂଖ୍ୟାରେ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିଲେ ।
ଅନ୍ୟ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ସମସ୍ତ ଜନ ପ୍ରତିନିଧି, କର୍ମୀ, ନେତାଙ୍କୁ ସୋରଡା ବିଧାୟକ ଶ୍ରୀ ବିଷୋୟୀ ବିଜେପି ଉତ୍ତରୀୟ ଓ ଟୋପି ଦେଇ ଦଳକୁ ସ୍ବାଗତ କରିଥିଲେ ।
ଆଜିର ଏହି ମହାମିଶ୍ରଣ ପର୍ବ ସୋରଡା ନିର୍ବାଚନ ମଣ୍ଡଳୀ ବିଜେଡି ପାଇଁ ଶକ୍ତ ଧକ୍କା ବୋଲି ଆଲୋଚନା ହେଉଥିବା ବେଳେ ବିଜେପି ଶିବିରର ଶକ୍ତି ବଢିଛି ବୋଲି ଚର୍ଚ୍ଚା ହେଉଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ସୁରେନ୍ଦ୍ର ଡାକୁଆ,ଚିନ୍ତାମଣି ସ୍ୱାଇଁ,ରାଧା ସ୍ୱାମୀ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।











