ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଇତିହାସ ବିଭାଗ ତରଫରୁ ଐତିହାସିକ ନରପତି ମହା ମେଘବାହନ ଐର ଖାରବେଳ ପାଠଚକ୍ର ଶୀର୍ଷକ ବିଷୟରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ଇତିହାସ ବିଭାଗ ମୁଖ୍ୟ ଅଶୋକ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଠଚକ୍ରରେ ଇତିହାସ ବିଭାଗ ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ, ଅଧ୍ୟାପକ ଡ.ପ୍ରଫୁଲ୍ଲ କୁମାର ଜେନା, ଅଧ୍ୟାପିକା ପିଙ୍କି ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମକୁ ଅଧ୍ୟାପକ ସପନ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ବିଶ୍ୱରଞ୍ଜନ ସ୍ୱାଇଁ ସହଯୋଗ କରିଥିଲେ I ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଏ.ପଦ୍ମିନୀ ଆଚାରୀ ସନ୍ଦର୍ଭ ପାଠ କରିଥିଲେ I କାର୍ଯ୍ୟକ୍ରମରେ ଇତିହାସ ସମ୍ମାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I
ରାଜ୍ୟ
ବେଲଗୁଣ୍ଠା ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର
- Hits: 314