ନୟାଗଡ଼(ବିଶ୍ୱଜିତ ନାୟକ) -୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସରକାର ନେଇଥିବା ପଦକ୍ଷେପକୁ ସହରାଞ୍ଚଳ ନିର୍ବାଚିତ ପ୍ରତିନିଧିମାନଙ୍କ ଖୁବ ଅବଦାନ ରହିଛି ବୋଲି ଆଜି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ମତ ବ୍ୟକ୍ତ କରିଛନ୍ତି । ବିକଶିତ ଭାରତ ଗଠନରେ ଓଡ଼ିଶାର ଭୂମିକା କଣ ରହିବ ଏବଂ ଆମ ଜିଲ୍ଲାର ଦାୟିତ୍ୱ ବୋଧ କଣ ରହିଛି ସେ ନେଇ ସମସ୍ତ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ କାଉନସିଲରମାନଙ୍କୁ ଆଜି ତାଲିମ ପ୍ରଦାନ କରାଯାଇଛି । ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ତରଫରୁ ଆୟୋଜିତ ତାମିଲ ଶିବିରରେ ନୟାଗଡ଼ ପୈାରାଧ୍ୟକ୍ଷ ନିରୂପମା ଖଟେଇ, ଖଣ୍ଡପଡ଼ା ଅଧ୍ୟକ୍ଷା ଆରତୀ ପ୍ରଧାନ, ରଣପୁର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଦଶପଲ୍ଲା ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀଙ୍କ ସମେତ ଉପାଧ୍ୟକ୍ଷ ଓ କାଉନସିଲରମାନେ ସାମିଲ ହୋଇଥିଲେ । ନୟାଗଡ଼ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦଶପଲ୍ଲା ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ରଣପୁର ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଖଣ୍ଡପଡ଼ା ନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର, ସହକାରୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ତାମିଲ ଦେଇଥିଲେ । ଦୁଡାର ଚିରଞ୍ଜିବୀ ଦାଶ, ନିଗମ ମହାପାତ୍ର, ଶୁଭାଶିଷ ସେଠୀ ପ୍ରମୂଖ ସହଯୋଗ କରିଥିଲେ । ଏହି ଅବସରରେ କାଉନସିଲରମାନଙ୍କ ପକ୍ଷରୁ ବୈଠକ ଭତ୍ତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବୈଠକ ଭତ୍ତା ବାବଦ ୬ ଶହ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏହାକୁ ୨ ହଜାର ଟଙ୍କାକୁ ବୃଦ୍ଧି କରିବା ଏବଂ ମାସିକ ଖର୍ଚ୍ଚ ବାବଦ ୭ ହଜାର ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ କାଉନସିଲରମାନେ ଦାବି କରିଛନ୍ତି ।
ରାଜ୍ୟ
ଜିଲ୍ଲା ସ୍ତରୀୟ କାଉନସିଲର ତାଲିମ ଶିବିର: ବିକଶିତ ଓଡ଼ିଶା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ
- Hits: 13