ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜୟ ମଣ୍ଡପ ସାହିରେ ରହୁଥିବା ସାମ୍ବାଦିକ ନବକିଶୋର ପଣ୍ଡା (୫୯) ଙ୍କ ଅକାଳ ବିୟୋଗରେ ଓଡ଼ଗାଁ ସାମ୍ବାଦିକ ସଂଘ ତରଫରୁ ଶୋକବ୍ୟକ୍ତ କରାଯାଇଛି । ଏବଂ ତାଙ୍କର ଶୋକସନ୍ତପ୍ତ ପରିବାରକୁ ଇଶ୍ଵର ଅସିତ ଧର୍ଯ୍ୟ ଏବଂ ସାହାସ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରାଯାଇଛି । ଶରଣକୁଳ ଥାନା ପଞ୍ଚିରିଡା ମାନପୁର ସ୍ବର୍ଗତ ନବକିଶୋରଙ୍କର ଜନ୍ମସ୍ଥାନ ଥିଲା । ଏଇ କିଛି ମାସ ହେଲା ସେ ଓଡ଼ଗାଁରେ ରହୁଥିଲେ । ଶନିବାର ଅପରାହ୍ନରେ ସେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ପାର୍ଥିବ ଶରୀରକୁ ଦାହ କରିବା ନିମନ୍ତେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିବା ଜଣାପଡିଛି ।
ରାଜ୍ୟ
ସାମ୍ବାଦିକଙ୍କ ଅକାଳ ବିୟୋଗ
- Hits: 13