ହେଡଲାଇନସ୍:

ମିଳନ କପଡା ଦୋକାନ ରେ ଅଗ୍ନିକାଣ୍ଡ, ତିନୋଟି ଦମକଳ ନିୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହର ବସ ଷ୍ଟାଣ୍ଡ ଠାରେ ଥିବା ମିଲନ କପଡ଼l ଦୋକାନ ରେ ଭୟlବହ ଅଗ୍ନିକାଣ୍ଡ l ନିଆଁ ଲିଭାଇବା ପାଇଁ ତିନୋଟି ଦମକଳ ଲାଗିଛି l ଦୋକାନ ର ସମସ୍ତ୍ କପଡ଼lଲତା ପୋଡ଼ି ନଷ୍ଟ l ଲକ୍ଷାଧିକ ଟଙ୍କା ର କ୍ଷତି l ସର୍ଟ ସର୍କିଟ ରୁ ନିଅଁ ଲାଗିଥିଲା ଅନୁମାନ l ସୂଚନା ଅନୁଯାୟୀ ଗତକାଲି ଦୋକାନୀ ମେନ ଲାଇନ୍ କାଟି ବନ୍ଦ କରି ଘରକୁ ଯାଇଥିଲା l ବିଳମ୍ବିତ ରାତିରେ ହଠାତ୍ ଦୋକାନ ଘରେ ନିଆଁ ଲାଗିବା ଲୋକେ ଓ ପୋଲିସ ଖବର ପାଇ ଅଗ୍ନିଶମ ବାହିନୀ କୁ ଖବର କରିଥିଲେ l ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଆସି ନିଆଁ ଲିଭାଇବା ରେ ରାତ୍ରି ଠାରୁ ଲାଗିଛନ୍ତି l ଯେହେତୁ ଦୋକାନ ଟି ତିନି ମସଲା ହୋଇ ଥିବାରୁ ନିଅଁl କୁ ଆୟତନ କରିବା ପାଇଁ ଉଦ୍ୟମ ଜାରି ରହିଛି l ଡୁଙ୍ଗୁରିପାଲି ଅଗ୍ନିଶମ ଅଧିକାରୀ ଙ୍କ କହିବା ଅନୁଯାୟୀ ଇନଭlରଟର ରେ ସର୍ଟସର୍କିଟ ହୋଇ ନିଆଁ ଲାଗିଥିଲା ପ୍ରାଥମିକ ତଦନ୍ତ ରୁ ଜଣା ଯାଏ l ତେବେ ନିଆଁ ଲିଭାଇବାକୁ ଆହୁରି ଦୁଇ ତିନି ଘଣ୍ଟା ଲାଗିବ ବୋଲି ସେ କହିଛନ୍ତି l ଏଥିରେ ଲକ୍ଷl ଧିକ ଟଙ୍କା ର ସମ୍ବଲପୁରୀ ଠୁ ଆରମ୍ଭ କରି ସମସ୍ତ୍ କପଡାଲତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି l

0
0
0
s2sdefault