ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲାରେ ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର, ୯/୭/୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ନିର୍ବାଚନ ସଂକ୍ରାନ୍ତୀୟ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଯାୟୀ ନବରଙ୍ଗପୁର ଜିଲାରେ ବୁଥ ସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି ଚଳିତ ମାସ ଜୁଲାଇ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ । ଝରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୭୪ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଥ ସ୍ତରୀୟ ଅଧିକାରୀଙ୍କୁ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୨୫୫ ଜଣଙ୍କୁ ତାଲିମ ପ୍ରଦାନ କରାଯିବ । ବୁଧବାର ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩୬ ଓ ଝରିଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫୦ ଜଣ ତାଲିମ ନେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତପନ ଖୁଣ୍ଟିଆ ସମେତ ଝରିଗାଁ ମଧୁସୂଦନ ମାଝୀ, ଉମରକୋଟ ବି ଡି ଓ ମନୋଜ କୁମାର ମେହେର, ଚନ୍ଦାହାଣ୍ଡି ବିଡିଓ ଚୟନୁ ଗଣ୍ଡ ଓ ବିଏଲଓ ସୁପରଭାଇଜର ସତ୍ୟବ୍ରତ କର ତାଲିମ ପ୍ରଦାନ କରିଥିଲେ । ପରେ ଶିବିରରେ ଯୋଗ ଦେଇଥିବା ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ତେନ୍ତୁଳିଖୁଣ୍ଟି ବ୍ଲକ୍ ଠାରେ ୭୫ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୪୧ ଜଣ ବୁଥ ସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ କର୍ଯ୍ୟରମରେ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଯୋଗ ଦେଇଥିଲେ । ସେହିଭଳି ଡ଼ାବୁଗାଁ ବିଧାନସଭା ମଣ୍ଡଳୀ ପାଇଁ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି ।

0
0
0
s2sdefault