ଡ଼ମ୍ବୁରୁ ନାୟକ ପ୍ରୀମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବିଜାପୁର ଚାମ୍ପିଅନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୦୬/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଅର୍ଜୁନ ଭତରା ମିନି ଷ୍ଟାଡିୟମ ଠାରେ ଗତ ୮ ତାରିଖରୁ ଚାଲି ଆସୁଥିବା ଡମ୍ବୁରୁ ନାୟକ ପ୍ରିମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେନ୍ଟ ଉଦଯାପିତ ହୋଇଯାଇଛି। ୧୬ ଟି ଆନ୍ତଃ ବ୍ଲକ ଦଳ ମଧ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାଟିଗୁଡା ନିକଟ ବିଜାପୁର ଓ କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଝାଡ କୁସୁମି ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜାପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୬ ୱିକେଟ ହରାଇ ୧୧୨ ରନ କରିଥିବା ବେଳେ ଝାଡ କୁସୁମି ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୯୫ ରନ କରି ପରାଜିତ ହୋଇଥିଲା। ବିଜାପୁର ଦଳ ପ୍ରଥମ ସ୍ବର୍ଗତ ଡମ୍ବୁରୁ ନାୟକ ପ୍ରୀମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ ହୋଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ ଘୋଡାଖୁନ୍ଟା ର ସ୍ବର୍ଗତ ଡମ୍ବୁରୁ ନାୟକ ଙ୍କ ସ୍ମୃତି ଚାରଣ କରିଥିବା ବେଳେ ୯ ଥର ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଥିବା କହିଥିଲେ। ଅର୍ଜୁନ ଭତରା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତରା, ଘୋଡାଖୁଣ୍ଟା ସରପଞ୍ଚ ଲୀଳା ଦେଇ ମାଝୀ,ବରିଷ୍ଠ ବିଜେଡି ନେତା ଏମ ଆପ୍ପା ରାଓ,ବ୍ଲକ ବିଜେଡି ଉପ ସଭାପତି ପି ନାଗା ରାଓ,ସମିତି ସଭ୍ୟ ପର୍ଶୁରାମ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଚାମ୍ପିଅନ ବିଜାପୁର ଦଳ କୁ ଅତିଥି ମାନେ ଟ୍ରଫି ସହ ୨୦ ହଜାର ଟଙ୍କା ଓ ରନର ଅପ୍ ଦଳ ଝାଡ଼ କୁସୁମି ଦଳ କୁ ଟ୍ରଫି ସହ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ। ମ୍ୟାନ ଅଫ ମ୍ୟାଚ୍ ବିଜାପୁର ଦଳ ର ପିନି, ମ୍ୟାନ ଅଫ ସିରିଜ୍ ବିଜାପୁର ଦଳ ର ଗୋକୁଳ ଓ ବେଷ୍ଟ ବୋଲର ଭାବେ ସମୀର ଙ୍କୁ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ଆଜିର ଫାଇନାଲ ମ୍ୟାଚ୍ ରେ ରେଫରି ଭାବେ କର୍ଣ୍ଣ ଓ ନିରଞ୍ଜନ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଭାସ୍ୟକାର ଭାବେ ମାୟା ଓ ଲିପୁନ୍ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କମଧ୍ୟରେନରେନ୍ଦ୍ର,,ବିଶୁ,ଦଶମନ୍ତ,ଶୁକୁ,କେଶବ,ଫଗୁନୁ,ଧନୀରାମ ,ବିଜୟ,କାନ୍ତ,ହରିଶ୍,ରାଜୁ,ମନୋଜ,ଶୁଭମ୍ ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault