ଜଗତସିଂହପୁର,ତା ୧୮.୦୬.୨୦୨୫/ସୁମନ୍ତ କୁମାର ଦାସ:ଏରସମା ବ୍ଲକ ଅନ୍ତର୍ଗତ ସୋମପୁର ଗ୍ରାମ ପଞ୍ଚାଯତ କାର୍ଯ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ତା ୧୫.୦୬.୨୦୨୫ ରିଖ ଦିନ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ପାରା ଲିଗାଲ ସ୍ବେଛାସେବୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ପାରା ଲିଗାଲ ସ୍ବେଛାସେବୀ ଅତିଥି ପରିଚୟ କରାଇଥିଲେ । ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଇନ ସେବା ପ୍ରାଧିକରଣ ସଚିବ ଗ୍ରାମବାସୀମାନଙ୍କୁ ବୁଝାଇବା ସହ ଆଇନଗତ ଦିଗ ବିଷୟରେ ଆଲୋଚନା କରିଥିଲେ । ପ୍ରବାସୀ ଶ୍ରମିକ ଯଦି କୌଣସି ଅସୁବିଧାର ସମୁଖୀନ ହେଉଥାନ୍ତି ତେବେ ଆଇନଗତ ସାହାଯ୍ୟ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିବା ପାଇଁ ସଚିବ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
- Hits: 5