ଜଗତସିଂହପୁର, ତା ୧୮.୦୬.୨୦୨୫/ସୁମନ୍ତ କୁମାର ଦାସ:ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳାର ସପ୍ତମ ସନ୍ଧ୍ୟା ରେ ଜିଲ୍ଲା କୃଷି ବିଭାଗ ଏବଂ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ରେ କର୍ମଶାଳା ରେ ଉପସ୍ଥିତ ରହି ଜିଲ୍ଲା କୃଷି ଅଧିକାରୀ ,ଜଗତସିଂହପୁର ଶ୍ରୀଯୁକ୍ତ ବିଶ୍ୱଜିତ୍ ପଣ୍ଡା କୃଷି ବିଭାଗର ଯୋଜନା ଗୁଡ଼ିକ ବିଷୟରେ ଆଲୋକପାତ କରିଥିଲେ ଏବଂ ପି ଏମ କିସାନ୍ ଓ ସି ଏମ କିସାନ୍ ଯୋଜନା ର ବିସ୍ତୃତ ଆଲୋଚନା କରିଥିଲେ। କୃଷି ବିଭାଗ ପକ୍ଷରୁ କୃଷି ବିଭାଗର ଯୋଜନା ରେ ସଫଳ କୃଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ତିର୍ତ୍ତୋଲ ବ୍ଲକ୍ ର କଳ୍ପନା ପରିଡ଼ା, ପି ଏମ କିସାନ୍ ଓ ସି ଏମ କିସାନ୍ ଯୋଜନା ରେ ଏରସମା ବ୍ଲକ ର ପ୍ରସନ୍ନ କୁମାର ପରିଡ଼ା ଓ ଶ୍ରୀ ଅନ୍ନ ଅଭିଯାନ ରେ ବିରିଡ଼ି ବ୍ଲକ୍ ର ଶ୍ରୀ ନିରଞ୍ଜନ ମୁଦୁଲି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ସଫଳ କୃଷକ ମାନଙ୍କ ମଧ୍ୟରେ ପ୍ରଦୀପ ମଲ୍ଲିକ, ରଞ୍ଜନ କୁମାର ବିଶ୍ବାଳ, ସୁଜ୍ଞାନ ବାରିକ ଓ ଜଟାଧାରୀ ନାୟକ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ।ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତି ସୁଜାତା ମିଶ୍ର ମଧ୍ୟ ଯୋଗାଣ ବିଭାଗ ର ଯୋଜନା ଗୁଡ଼ିକ ବିଷୟରେ ଆଲୋକପାତ କରାଇଥିଲେ। ଯୋଗାଣ ବିଭାଗ ପକ୍ଷରୁ ନୂତନ ରାସନ୍ କାର୍ଡ ବଣ୍ଟନ କରାଯାଇଥିଲା। ଜିଲ୍ଲା କୃଷି ଅଧିକାରୀ, ତିର୍ତ୍ତୋଲ ଶ୍ରୀଯୁକ୍ତ ବିଭୁଦତ୍ତ ସାହୁ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସଭାରେ ଉପସ୍ଥିତ ଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ସ୍ଵାଗତ ଭାଷଣ ରଖିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତି ସୁଜାତା ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ପରେ ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ଭାବେ ସୁଗମ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରାଜ୍ୟ
ଜିଲ୍ଲାସ୍ତରୀୟ ବିକାଶ ମେଳାର ସପ୍ତମ ଦିବସ
- Hits: 5