ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ରୟ କନ୍ନଡ ଗୀତ ‘ଆଇ ଲଭ୍ ୟୁ ଆପ୍ପା’ରୁ ପ୍ରେରଣା ଲାଭକରି ଏହି ପ୍ରଚାର ଅଭିଯାନ ‘ଜେଂଟଲ ଆଜ୍ ଡାଡ’ଶୀର୍ଷକରେ ଝିଅଟିଏ ଏକ ନବଜାତକରୁ ଜଣେ ଯୁବତୀ ଭାବରେ ବିକାଶ ଲାଭ କରିବା ଅବସରରେ ଜଣେ ବାପା ଓ ତାଙ୍କ ଝିଅଙ୍କ ମଧ୍ୟରେ ଭାବପ୍ରବଣଗତ ସମ୍ପର୍କକୁ ଅତିସୁନ୍ଦର ଭାବରେ ଧରି ରଖୁଛି ।
ଆଂଚଳିକ ଦର୍ଶକଙ୍କ ସହିତ ଗଭୀର ଭାବରେ ମେଳ ଖାଉଥିବା ଲୋକପ୍ରିୟ ସଂଗୀତକୁ ଛଅଟି ଭାରତୀୟ ଭାଷା- ହିନ୍ଦୀ, ତାମିଲ, ତେଲୁଗୁ, ମାଲୟାଲମ, ମରାଠୀ ଏବଂ ବେଙ୍ଗଲି ଭାଷାରେ ଅନୁବାଦ କରାଯାଇଛି, ଯାହଦ୍ୱାରା ଆଂଚଳିକ ପ୍ରାସଙ୍ଗିକତା ଏବଂ ଏକ ଗଭୀର ଭାବଗତ ସମ୍ପର୍କକୁ ସୁନିଶ୍ଚିତ କରାଯାଉଛି ।
ଏହି ପ୍ରଚାର ଅଭିଯାନ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଚର୍କବର୍ତୀ ଏନ ଭି, ଡାଇରେକ୍ଟର, ବେବିକେୟାର, ହିମାଳୟ ୱେଲନେସ୍ କମ୍ପାନୀ କହିଥିଲେ, “ବାପାମାନେ ଅନେକ ସମୟରେ ଏକ ଶିଶୁର ଜୀବନରେ ନୀରବ ସ୍ତମ୍ଭ ହୋଇଥାନ୍ତି- ଯେଉଁଥିରେ ପଶ୍ଚାତଭାଗରେ କୋମଳପଣ, ଦୃଢତା ଏବଂ ସଦା ଉପସ୍ଥିତି ରହିଥାଏ ଏବଂ ସେମାନେ ସ୍ନେହ ଓ ସୁରକ୍ଷା ଜରିଆରେ ସେମାନଙ୍କ ଶିଶୁର ଦୁନିଆଁକୁ ଗଢି ତୋଳିଥାନ୍ତି । ଏହି ପ୍ରଚାର ଅଭିଯାନ ସହିତ ଆମେ ସେହି ମଜଭୁତ ସାମର୍ଥ୍ୟ ଓ କୋମଳତାକୁ ସମ୍ମାନ ଜଣାଇବାକୁ ଚାହୁଁଛୁ ଯାହା ପିତୃତ୍ୱର ସଂଜ୍ଞା ନିର୍ଦ୍ଧାରଣ କରିଥାଏ । ଗୀତ ‘ଆଇ ଲଭ ୟୁ ଆପ୍ପା’ ଗଭୀର ସାଂସ୍କୃତିକ ଭାବପ୍ରବଣତା ବହନ କରୁଛି ଏବଂ ଏହି ସର୍ବବ୍ୟାପୀ ସମ୍ପର୍କିତ କାହାଣୀ ଜରିଆରେ ଆମେ ପ୍ରତ୍ୟେକ ପିତାଙ୍କୁ ନେଇ ପାଳନ କରିବା ଆଶା ରଖୁଛୁ, ଯିଏ ସୁରକ୍ଷା ପ୍ରଦାନକାରୀ, ଖେଳସାଥୀ, ମାର୍ଗଦର୍ଶକ ଏବଂ କୋମଳ ଲାଳନ ପାଳନକାରୀର ଭୂମିକା ନିର୍ବାହ କରିଥାନ୍ତି ।” ହିମାଂଶୁ ଆରୋରା, ସହ-ପ୍ରତିଷ୍ଠାତା, ସୋସିଆଲ ପଙ୍ଗା କହିଥିଲେ, “ଏହି ପିତୃ ଦିବସରେ ଆମର ପ୍ରଚାର ଅଭିଯାନ ପିତା ଓ ଝିଅମାନଙ୍କ ମଧ୍ୟରେ ଥିବା ଚିରନ୍ତନ ସମ୍ପର୍କକୁ ପାଳନ କରୁଛି, ଏହା ଏଭଳି ଏକ ବନ୍ଧନ ଯାହା ମୋ ପାଇଁ ଜଣେ ବାପା ଭାବରେ ଗଭୀର ବ୍ୟକ୍ତିଗତ ଅନୁଭବ ହୋଇଛି । ଗୀତଟିକୁ ତାହାର ସାର୍ବଜନୀନ ଭାବପ୍ରବଣତା ନିମନ୍ତେ ଚିନ୍ତାଶୀଳ ଭାବରେ ମନୋନୀତ କରାଯାଇଛି, ଯାହା ଜଣେ ଝିଅ ତାଙ୍କର ବୟସ ନିର୍ବିଶେଷରେ କିଭଳି ସର୍ବଦା ତାଙ୍କ ବାପାଙ୍କର ‘କୁନି ଝିଅ’ ହୋଇ ରହିଥିବେ ତାହାକୁ ଧରିରଖୁଛି । ଆମର ଲକ୍ଷ୍ୟ ଥିବା ଏଭଳି ଏକ ପ୍ରଚାରର ଅଭିଯାନ ସୃଷ୍ଟି କରିବା ଯାହା ଏହି ଯାତ୍ରାକୁ ସୁନ୍ଦର ଭାବରେ ଧରି ରଖୁଥିବ, ଏବଂ ଭାରତ ସହିତ ସମ୍ପର୍କ ଥିବା ପ୍ରତ୍ୟେକଟି ଦିଗକୁ ସୁନିଶ୍ଚିତ କରିବାକୁ ଆମେ ଛଅଟି ଆଂଚଳିତ ଭାଷାରେ ଏହି ଗୀତକୁ ପୁନଃ ପ୍ରସ୍ତୁତ କରିଛୁ ।
ଏହି ପ୍ରଚାର ଅଭିଯାନ ଦର୍ଶକମାନଙ୍କୁ ସେମାନଙ୍କର ନିଜସ୍ୱ ସ୍ମୃତି ଓ ସେମାନଙ୍କ ବାପାମାନଙ୍କ ସହିତ ମୁହୂର୍ତଗୁଡିକ ଭାଗୀଦାର କରିବାକୁ ସମସ୍ତ ୟୁଟୁ୍ୟବ ଚାନେଲ ଏବଂ ଇନଷ୍ଟାଗ୍ରାମରେ #GentleAsDad ହାସଟ୍ୟାଗ୍ ସହିତ ପ୍ରସାରିତ ହେବ ।
ରାଜ୍ୟ
ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ
- Hits: 38