ହେଡଲାଇନସ୍:

କେନ୍ଦୁଝରର ଗଣପର୍ବ ରଜ ଲାଗି ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର- କେନ୍ଦୁଝର ସଦର ବ୍ଲକ ଗୋବର୍ଦ୍ଧନ ଗ୍ରାମପଞ୍ଚାୟତ ସେଣ୍ଡକାପ ଗ୍ରାମ ପୋଇ ତୋଟାଠାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟ ପରାମର୍ଶଦାତା ଓ ଏ ଅଞ୍ଚଳର ବରିଷ୍ଠ ସମାଜସେବୀ ରସାନନ୍ଦ ଘଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଜ ପର୍ବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ପର୍ବ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପାଣିବୁହା, ପହଲୀ ରଜ, ରଜ ମହୋତ୍ସବ,ରଜ ସଂକ୍ରାନ୍ତି, ଭୂଦାନ,ଅଣସର ପଞ୍ଚମୀ,ବସୁମତୀ ସ୍ନାନ ଓ ରଜବତୀ ବିଦାୟ ଆଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣା ପଡ଼ିଛି । ଉପେନ୍ଦ୍ର ନାଏକ, ବାଙ୍କୁ ନାଏକ,ବୁଦ୍ଧିଆ ନାଏକ,ରଘୁନାଥ ନାଏକ,କୀର୍ତ୍ତନ ନାଏକ,ହାଡିବନ୍ଧୁ ନାଏକ, ନୁଟା ନାଏକ ପ୍ରମୁଖଙ୍କ ଦ୍ଵାରା ୪ଗୋଟି ଖାଇ ଦୋଳି ସହିତ ହରେକ ରକମର ଦୋଳି ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମାଆ ମାଉସୀ,ଭଉଣୀ, ମହିଳାଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଖେଳ କୁଦ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବା ସହିତ ଡାନ୍ସ ଡାନ୍ସ ଧମାକା,କୁଇଜ,ରଜ ସୁନ୍ଦରୀ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଛି ।

ସୂଚନାଯୋଗ୍ୟ ଯେ ଏହି ଉତ୍ସବକୁ ଆଖପାଖ ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଅଞ୍ଚଳ ତଥା ପଡୋଶୀ ଜିଲ୍ଲା ମୟୂରଭଞ୍ଜ,ସୁନ୍ଦରଗଡ,ଦେବଗଡ଼ ଆଦି ଅଞ୍ଚଳରୁ ଶହ ଶହ ଲୋକ ଆସୁଥିବାବେଳେ ଆଖପାଖ ଅଂଚଳର ପ୍ରତ୍ୟେକ ଦିନ ରଜ ପର୍ବ ପାଳନ ନିମନ୍ତେ ଏ ସ୍ଥାନକୁ ଆସି ଦୋଳିର ମଜା ନେବା ସହ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଆନନ୍ଦ ପାଇ ଥାଆନ୍ତି । ଶତାୟୁ ବୃଦ୍ଧ ଭଗବାନ ନାଏକଙ୍କ କହିବା ଅନୁସାରେ ଏହି ସ୍ଥାନରେ କେଉଁ କାଳରୁ ରଜ ପର୍ବ ପାଳନ ହୋଇ ଆସୁଛି।କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ରଜପର୍ବ ସେ ଏତିକି ଅଙ୍ଗେ ଲିଭେଇ କହିଛନ୍ତି ଯେ ଏ ଅଞ୍ଚଳରେ ମାଆ ବସୁଧା ମାଆ ସୀତାଙ୍କ ଅପାର କୃପାରୁ କମ ବୃଷ୍ଟିପାତ ହେଲେ ମଧ୍ୟ କେବେ ଚାଷ କାର୍ଯ୍ୟରେ ମରୁଡି ହୁଏ ନାହିଁ । ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସୀତାବିଞ୍ଜି ସହିତ ଏହି ଗାଁର ସମାନତା ଥିବା ସେ କହିଛନ୍ତି ।  ରଜ ମହୋତ୍ସବ ପାଳନ କମିଟି ଓ ସେଣ୍ଡକାପ ଗ୍ରାମର ସସ୍ମିତା ନାଏକ,ସୁମିତ୍ରା ଡଣ୍ଡପାଟ, ସରୋଜିନି ନାଏକ, ମିନା ନାଏକ,ବାସନ୍ତୀ ନାଏକ,ସସ୍ମିତା ମହାନ୍ତ,ଫୁଲମଣି ନାଏକ, ସନ୍ତୋସିନୀ ନାଏକ, ସାର ନାଏକ,ପଦ୍ମିନୀ ପାତ୍ର,ଖୁସି ପାତ୍ର, ମିନତୀ ପାତ୍ର,ଯାତ୍ରୀ ନାଏକ ପ୍ରମୁଖ ଏହି ଉତ୍ସବକୁ କିପରି ସରସ ସୁନ୍ଦର ଆକର୍ଷଣ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି ।

0
0
0
s2sdefault