ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୦୯.୦୬.୨୦୨୫/ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ , ଶକ୍ତି ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ,ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ଯୋଜନା, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ।ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ସୁଫଳ ଲୋକମାନଙ୍କ ପାଖେ ପହଞ୍ଚାଇବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।ଏହି ବୈଠକରେ ଜଗତସିଂହପୁର ବିଧାୟକ, ଶ୍ରୀ ଅମରେନ୍ଦ୍ର ଦାସ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ଜିଲ୍ଲା ର ସୁବିଧା ଅସୁବିଧା ସଂପର୍କ ରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଆଭାସି ମାଧ୍ୟମ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ ଗାତା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ନିଜ ବିଭାଗ ବା କୃଷି ବିଭାଗ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କୃଷକ ବିଭଗ ପାଇଁ ଟୋଲ ଫ୍ରି ନମ୍ବର ଚାଷୀ ମାନଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ରେ ଧାନ ଚାଷ,ଆଖୁ, ପାନ, ବାଦାମ, ଚିଙ୍ଗୁଡ଼ି ଚାଷ ଆଦି ର ଉପଯୁକ୍ତ ବିହନ ଯୋଗାଣ, ସଚେତନତା କାର୍ଯ୍ୟକ୍ରମ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଜିଲ୍ଲା ରେ ହାଇବ୍ରିଡ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ମାର୍ଗଦର୍ଶନ କରିଥିଲେ। ଅଦିନିଆ ବର୍ଷା ରେ ନଷ୍ଟ ହୋଇଥିବା ଫସଲ ପାଇଁ ଚାଷୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ ବାବଦ ରେ ଆଲୋଚନା କରିଥିଲେ। ଦୁଗ୍ଧ ଉତ୍ପାଦନ, ଗୋପାଳନ, ମତ୍ସ୍ୟ ଚାଷ ଉପରେ ଆଲୋକପାତ କରିଥିଲେ।ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋବନ୍ଦନ ଯୋଜନାରେ ହିତାଧିକାରୀଙ୍କ କାର୍ଡ ବଣ୍ଟନ କ୍ଷେତ୍ର ରେ ଜିଲ୍ଲା ର ସଫଳତା ଉପରେ ଖୁସି ବ୍ୟକ୍ତ କରିଥିଲେ। ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗାଇଦେବା ସହ ଏହାର ହିତାଧୀକାରୀ ଚୟନ ନିମନ୍ତେ ସଠିକ୍ ଉପାୟରେ ଭେରିଫିକେଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲକ୍ଷପତି ଦିଦି ସୃଷ୍ଟି ରେ ଜିଲ୍ଲା ର ସଫଳତା ସହ ଜିଲ୍ଲା ର ସଫଳ ମହିଳା ଉଦ୍ୟୋଗୀ ମାନଙ୍କ ନିମନ୍ତେ ସ୍ବରୋଜଗାର ଯୋଗାଇବା ନେଇ ଆଲୋଚନା ହୋଇଥିଲା। ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରି ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ଜିଲ୍ଲାର ୬୧ ଟି ସ୍କୁଲ୍ କୁ ଅନ୍ତର୍ଭୁକ୍ତ କରାଯାଇ ଗୁଣାତ୍ମକ ଶିକ୍ଷା ସହ ମଡେଲ ସ୍କୁଲରେ ପରିଣତ କରାଯିବା ନେଇ ଆଲୋଚନା ହୋଇଥିଲା। ବିଧାୟକ ଶ୍ରୀ ଦାସ ଜିଲ୍ଲା ରେ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ର କାର୍ଯ୍ୟକାରିତା ସଂପର୍କ ରେ ପରାମର୍ଶ ଦେଇଥିଲେ।ବୈଠକରେ ପି.ଏମ ଶ୍ରୀ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP), ଗ୍ରାମାଞ୍ଚଳ ବିଦ୍ୟୁତକରଣ, କ୍ରୀଡା ଭିତ୍ତିଭୂମି, ଦକ୍ଷତା ବିକାଶ ଏବଂ ଡିଜିଟାଲ ସଶକ୍ତିକରଣ ସମ୍ପର୍କରେ ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ନୂତନ ରାସନ୍ କାର୍ଡ ବଣ୍ଟନ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଉପଦେଶ ଦେଇଥିଲେ।ସେହିପରି ସମସ୍ତ ବ୍ୟାଙ୍କ ରେ ହିତାଧୀକାରୀ ମାନଙ୍କୁ ସହଜ ରେ ଋଣ ଯୋଗାଇବା ପାଇଁ ଏଲ ଡି ଏମ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଟି ପି ସି ଓ ଡି ଏଲ କୁ ମଧ୍ୟ ବିଭିନ୍ନ ଦିଗ ଉପରେ ଉପଦେଶ ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ। ମନ୍ଦିର ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ଉଠାଇବା, ଟ୍ରଂସ୍ଫରମର ର ଅପ ଗ୍ରେଡେଶନ ଉପରେ ଆଲୋଚନା ହେବା ସହ ଡିଉଜ ନ ଦେଇଥିଲେ ହିତାଧୀକାରୀ ଙ୍କ ଲାଇନ୍ ନକାଟି ବରଂ ଯଥାଶୀଘ୍ର ଏହାକୁ ଅସୁଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସେହିପରି ସମସ୍ତ ସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଆଦିକୁ ପି ଏମ ସୂର୍ୟଘର ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ ଉପଦେଶ ଦେଇଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

0
0
0
s2sdefault