ଭୁବନେଶ୍ୱର : ୧୦୦ ବର୍ଷରୁ ଅଧିକ ସମୟର ଏକ ଐତିହ୍ୟ ସହିତ କିମ୍ବନ୍ଦନ୍ତୀ କଲିନାରୀ ବ୍ରାଣ୍ଡ ମିତ୍ର କ୍ୟାଫେ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ଆଉଟଲେଟ୍ର ଉଦ୍ଘାଟନ କରିଛି । ପଟିଆସ୍ଥିତ କିଟ୍ରୋଡଠାରେ ଅବସ୍ଥିତ ଏହି ନୂଆ ଆଉଟଲେଟ ପଶ୍ଚିମବଙ୍ଗ ବାହାରେ ବ୍ରାଣ୍ଡର ସମ୍ପ୍ରସାରଣ କ୍ଷେତ୍ରରେ ଆଉ ଏକ ସଫଳତାକୁ ଚିହ୍ନିତ କରିଛି ।
ଏହି ଉଦ୍ଘାଟନୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି, ଖାଦ୍ୟପ୍ରେମୀ, ବିଶ୍ୱସ୍ତ ଗ୍ରାହକ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ ଯେଉଁମାନେକି ଏହି ଅବସରକୁ ପାଳନ କରିବା ପାଇଁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପିଢି ସହ ମିତ୍ର କ୍ୟାଫେର ଗଭୀର ସାଂସ୍କୃତିକ ଓ ଖାଦ୍ୟପେୟ ସଂଯୋଗର ପ୍ରତିଫଳନ ଦେଖିବାକୁ ମିଳିଥିଲା । ଏଠାରେ ଫିସ କୋବିରାଜି, ଫିସ ଡାଏମଣ୍ଡ ଫ୍ରାଏ, ମଟନ କଟଲେଟ, ମଟନ କୋବିରାଜି, ପ୍ରନ କୋବିରାଜି, ତନ୍ଦୁର ବେକ୍ଟି, ବୋରିସାଳି ଇଲିସି, ପଟୁଦି, ବସନ୍ତି ପୁଲାଓ, କସା ମାଂସ ଏବଂ ଦାବ ଚିଙ୍ଗୁଡ଼ି ଭଳି ସୁସ୍ୱାଦୁ ବ୍ୟଞ୍ଜନ ଉପଲବ୍ଧ ରହିଛି । ଏହି କ୍ୟାଫେରେ ଆୟୋଜକମାନେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କର ଉତ୍ସାହଜନକ ସମର୍ଥନ ଓ ଶୁଭେଚ୍ଛା ପାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।
ଏକ ପ୍ରିୟ ବନ୍ଧୁତାକୁ ସମ୍ମାନ ଜଣାଇବା ପାଇଁ ୧୯୧୦ରେ ସୁଶିଲ ଚନ୍ଦ୍ର ରୟଙ୍କ ଦ୍ୱାରା ସ୍ଥାପିତ ମିତ୍ର କ୍ୟାଫେ ହେଉଛି କୋଲ୍କାତାର ଆଇକୋନିକ ‘କ୍ୟାବିନ କଲ୍ଚର’ର ଏକ ପ୍ରତୀକ । ବର୍ତମାନ ଏହି ବ୍ରାଣ୍ଡ ତାଙ୍କ ପୁଅ ଓ ମିତ୍ର କ୍ୟାଫେର ନିର୍ଦ୍ଦେଶକ ତାପସ ରୟଙ୍କ ଦ୍ୱାରା ପରିଚାଳିତ ହେଉଛି ଯିଏକି ଏହାର ବିରାସତକୁ ଆଗକୁ ବଢାଉଛନ୍ତି । ଏହାର ସିଗ୍ନେଚର ବେଙ୍ଗଲି, ଇଣ୍ଡିଆନ, ଚାଇନିଜ ଓ ତନ୍ଦୁରୀ ଡିସ୍ଗୁଡିକ ପାଇଁ ପରିଚିତ ମିତ୍ର କ୍ୟାଫେ ଏକ ସମର୍ପିତ ପ୍ରଶଂସକ ଆଧାର ସୃଷ୍ଟି କରିଛି ଯାହା ବିଭିନ୍ନ ଅଂଚଳରେ ପରିବ୍ୟାପ୍ତ ରହିଛି ।
ଏହି ଅବସରରେ ମିତ୍ର କ୍ୟାଫେର ଜଣେ ପ୍ରବକ୍ତା କହିଛନ୍ତି, “ଏହି ଉଦ୍ଘାଟନ ଆମ ଯାତ୍ରାରେ ଏକ ଗୁରୁତ୍ୱପୂଣ୍ର୍ଣ ସଫଳତାକୁ ଚିହ୍ନିତ କରିଛି । ଭୁବନେଶ୍ୱର ହେଉଛି ଏକ ସହର ଯାହା ଗୁଣାତ୍ମକ ଖାଦ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ୱ ଓ ସମ୍ମାନ ଦେଇଥାଏ ଏବଂ ଆମେ ଏହି ଚମତ୍କାର ସମୁଦାୟକୁ ସେବା ପ୍ରଦାନ କରିବା ପାଇଁ ଉତ୍ସାହିତ ଅଛୁ ।”
ଏହି ନୂଆ ରେଷ୍ଟୁରାଂଟ ପ୍ଲଟ୍ ନମ୍ବର: ୫୧୬/୧୭୬୯, ପ୍ରଥମ ମହଲା, କିଟ୍ ରୋଡ, ମୋଚି ଶୋ’ରୁମ ଉପର, ପଟିଆ, ଭୁବନେଶ୍ୱର – ୭୫୧୦୨୪ରେ ଅବସ୍ଥାପିତ ରହିଛି ଏବଂ ଏହା ଆସନ୍ତା ମେ’ ୧୬ ତାରିଖ ୨୦୨୫ରୁ ପରିଚାଳନା ଆରମ୍ଭ କରିବ । ଏହାର ମୌଳିକ ସ୍ୱାଦ ଓ ସୁନ୍ଦର ଆତିଥେୟତା ସହିତ ମିତ୍ର କ୍ୟାଫେ ପରମ୍ପରା ସହ ସ୍ୱାଦକୁ ମିଶ୍ରଣ କରି ଏକ ଉଲ୍ଲେଖନୀୟ ଡାଇନିଂ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଉଛି ।
ପୁରୀ ଓ ବେଙ୍ଗାଲୁରୁରେ ସଫଳ ସମ୍ପ୍ରସାରଣ ପରେ ଭୁବନେଶ୍ୱର ଆଉଟଲେଟ ମିତ୍ର କ୍ୟାଫେର ସର୍ବଭାରତୀୟ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରିଛି । ଖାଦ୍ୟପ୍ରେମୀମାନଙ୍କୁ ଏହି ଗୌରବମୟ ରନ୍ଧନ ବିରାସତର ଏକ ଅଂଶ ହେବା ଏବଂ ଓଡିଶାର ରାଜଧାନୀରେ କୋଲ୍କାତାର କାଳଜୟୀ ସ୍ୱାଦଗୁଡିକୁ ଉପଯୋଗ କରିବା ପାଇଁ ଆମନ୍ତ୍ରିତ କରାଯାଇଛି ।