ପଦ୍ମପୁର,(ନୀଳ ଦୀପ )- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ କାରଣରୁ ବିଗତ ଦୁଇ ଦିନ ଧରି ପଦ୍ମପୁର ଅଂଚଳରେ ଲଗାତାର ବର୍ଷା ଲାଗି ରହିଛି । କିଛି ଦିନ ପୁର୍ବରୁ ପାନୀୟ ଜଳ ପାଇଁ ହାହାକାର କରୁଥିବା ପଦ୍ମପୁରବାସୀଙ୍କ ପାଇଁ ଏହି ବର୍ଷା କିଛି ମାତ୍ରାରେ ଆସ୍ୱସ୍ତି ଆଣି ଦେଇଥିବା ସମୟରେ ସହର ମଧ୍ୟରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବା କାରଣରୁ ଏହା ପୁଣି ପଦ୍ମପୁରବାସୀଙ୍କ ପାଇଁ ,ମୁଣ୍ଡବ୍ୟଥାର କାରଣ ପାଳଟିଛି । ବିଗତ ପାଂଚ ବର୍ଷ ମଧ୍ୟରେ ପଦ୍ମପୁର ସହରରେ ଏଭଳି ବର୍ଷା ହୋଇ ନ ଥିବା ସହରବାସୀଙ୍କ ସୁତ୍ରରୁ ପ୍ରକାଶ । ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ରାଜବୋଡାସମ୍ବର ବ୍ଲକରେ ଗତ ୧୫ ଓ ୧୬ ତାରିଖ ଦିନ ୧୮୪ମି.ମି, ପାଇକମାଲ ବ୍ଲକରେ ୧୮୨ମି.ମି, ଝାରବନ୍ଧ ବ୍ଲକରେ ୧୩୦ ମିମି, ଗାଇସିଲାଟ ବ୍ଲକରେ ୮୬.୨ମି.ମି, ବିଜେପୁର ବ୍ଲକରେ ୫୨.୬ ଏବଂ ସୋହେଲା ବ୍ଲକରେ ସର୍ବାଧିକ ୫୦ ମି.ମି ବର୍ଷା ସରକାରୀ ସ୍ତରରେ ରେକର୍ଡ କରାଯାଇଛି ।
ବର୍ଷାଜଳ ନିଷ୍କାସନ ପାଇଁ ପଦ୍ମପୁର ଏନଏସି ତରଫରୁ କୌଣସି ଆଗତୁରିଆ ପଦକ୍ଷେପ ନିଆ ଯାଇ ନ ଥିବାରୁ ପଦ୍ମପୁର ସହର ଏକ ହ୍ରଦରେ ପରିଣତ ହେଲା ଭଳି ମନେ ହେଉଛି । ସହର ମଧ୍ୟରେ ନବନିର୍ମିତ ବିଜୁ ଏକ୍ସପ୍ରେସ ରାସ୍ତା କାମ କାରଣରୁ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ମୁଖ୍ୟ ଡ୍ରେନ ପୋତି ହୋଇ ଯାଇଥିଲା । କିନ୍ତୁ ରାସ୍ତା ନିର୍ମାଣ ପରେ ଡ୍ରେନ ପାଇଁ ଆବଶ୍ୟକୀୟ ଯାଗା ଅଭାବରୁ ଆଜି ପର୍ଯ୍ୟନ୍ତ ଡ୍ରେନ କାମ ଆରମ୍ଭ ମଧ୍ୟ ହୋଇ ପାରି ନାହିଁ । ଏହା ଫଳରେ ବିଭିନ୍ନ ଗଳିକନ୍ଦିରୁ ଆସି ମୁଖ୍ୟ ନାଳରେ ମିଶିଥିବା ଛୋଟ ଛୋଟ ଡ୍ରେନରୁ ପାଣି ନିଷ୍କାସନ ହୋଇ ନ ପାରି ନାଳ ପାଣି ସବୁ ଘରକୁ ପଶୁଛି । ବର୍ଷା ପୁର୍ବରୁ ନାଳ ନିର୍ମାଣ ପାଇଁ ଅନେକ ଥର ବିଭିନ୍ନ ଖବରକାଘଜ ମାଧ୍ୟମରେ ପ୍ରଶାସନକୁ ଚେତା ଯାଇଥିଲେ ମଧ୍ୟ ପଦ୍ମପୁର ଏନଏସିର ନିଷ୍କ୍ରିୟତା କାରଣରୁ ବର୍ଷାଜଳ ନିଷ୍କାସନ ପାଇଁ ଆଗରୁ କୌଣସି ଆନୁସାଙ୍ଗିକ ବ୍ୟବସ୍ଥା କରା ଯାଇ ନ ଥିଲା । ଏହା ଫଳରେ ଏବେ ଏହାରକୁଫଳ ପଦ୍ମପୁରବାସୀଙ୍କୁ ଭୋଗିବାକୁ ପଡୁଛି । ସହରର ଗଲି ପଡା, ବଡବନ୍ଧ ପଡା, ନେହେରୁ ଗଲି, ବଡପଡା, କେନାଲ ପଡା, ଶାନ୍ତି ନଗର, ବିଜୟ ନଗର, ସୁର୍ଯ୍ୟନଗର, ଝାଁକର ପଡା ପ୍ରଭୃତି ବିଗତ ଦୁଇ ଦିନ ହେଲା ଜଳମଗ୍ନ ହୋଇ ପଡିଛି । ବିଶେଷ କରି ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ବିଦ୍ୟାଳୟ ଭିତରେ ସୋମବାର ଦିନ ଆଂଠୁଏ ଲେଖାଏଁ ପାଣି ଥିବା ଦେଖିବାକୁ ମିଳିଥିଲା । ଏହି କାରଣରୁ ବିଦ୍ୟାଳୟରେ ପାଠପଢା ବ୍ୟାହତ ହେବା ସହିତ ସ୍କୁଲକୁ ଛୁଟି ଘୋଷଣା କରି ଦିଆଯାଇଥିଲା । ଅନେକ ସ୍ଥାନରେ ଲୋକେ ନିଜେ ପାଣି ମୋଟର ଯୋଗେ ପାଣି ନିଷ୍କାସନ କରୁଥିବା ଦେଖିବାକୁ ମିଳିଥିଲା । ବର୍ଷା ଋତୁ ପ୍ରାରମ୍ଭରୁ ସହର ଜଳମଗ୍ନ ହୋଇ ପଡିଥିବା ବେଳେ ଆସନ୍ତା ଦିନରେ ସହରର ଅବସ୍ଥା କଣ ହେବ ସହରବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ପାଇଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯଧଥାଶିଘ୍ର ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ଜୋଇ ଧରିଛି ।