ହେଡଲାଇନସ୍:

ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାରିପଦା(DILLIP MOHANTY) :  ପବିତ୍ର  ରଥଯାତ୍ରା ଉପଲକ୍ଷେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁମୋଦନ କ୍ରମେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଏନ.ଏସ.ଏପ. ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉପବାଚସ୍ପତି ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହିତ ଆବଶ୍ୟକ ସ୍ଥଳେ ସେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ । ଏହି ସ୍ୱତନ୍ତ୍ର ସେବା ଶିବିର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୂଷ୍ଠିତ ହେବ । ବାରିପଦା ରଥଯାତ୍ରାରେ ଜନସାଧାରଣଙ୍କୁ ଥଣ୍ଡା ପାନୀୟ ଜଳ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବା ସହିତ ଛାତ୍ରଛାତ୍ରୀମାନେ ରଥଟଣା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବେ । ଏହି ସ୍ୱତନ୍ତ୍ର ସେବା ଶିବିରରେ ୩୬ ଜଣ ଛାତ୍ର ଛାତ୍ରୀ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ମୀରା ସେନାପତିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବେ । ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜିକା  ଉଷା ଶତପଥୀ, କଲେଜର ଅଧ୍ୟକ୍ଷ ପ୍ରଦୀପ ନାୟକ, ଉପାଧ୍ୟକ୍ଷ - ସଂଘମିତ୍ରା ରାଉତ, ଅଧ୍ୟାପିକା ବିଜୟା ନାୟକ, ଶତାବ୍ଦିକା ମହାନ୍ତି, ତନୁଶ୍ରୀ ପାଣ୍ଡେ, ଅଧ୍ୟାପକ ମଦନ ମୋହନ ସାହୁ, ଗଣେଶ ଚନ୍ଦ୍ର ପରିଡା, ଅଭିଜିତ ପାତ୍ର ଆଦି ଉପସ୍ଥିତ ରହି ଏନ.ଏସ.ଏସ. ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ ।

0
0
0
s2sdefault