ସମାଧାନ ନିମନ୍ତେ ସମୀକ୍ଷା ବୈଠକ ନେଲେ ଭୁବନେଶ୍ୱର ଉତ୍ତର ବିଧାୟକ
ଭୁବନେଶ୍ୱର(ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪ ନମ୍ବର ୱାର୍ଡର କୁଆଖାଇ ନଦୀ ଓ ପୁରୀ ମୁଖ୍ୟକେନାଲ, ପୁରୀ ମୁଖ୍ୟକେନାଲ ଓ ଜାତୀୟ ରାଜପଥ, ଜାତୀୟ ରାଜପଥ ଓ ପ୍ରାଚୀନଦୀ, ପୁରୁଣା ଜଗନ୍ନାଥ ସଡ଼କ, ଜାତୀୟ ରାଜପଥ, କୁଆଖାଇ ନଦୀ ଓ ପୁରୀ ମୁଖ୍ୟକେନାଲ ମଧ୍ୟବର୍ତ୍ତୀ ଅଞ୍ଚଳର ନୂଆପାଟଣା, ବଙ୍ଗୁଆରୀ, ହରିଦାସପୁର, ସୁନ୍ଦରାପାଟଣା, ନହରକଣ୍ଟା, ରୁଦ୍ରପୁର, ସାହାବାଦ, ନଖରା, ପାହାଳ, ଯୋହଳ, କୁଣ୍ଡିତରାପାଟଣା, ହଂସପାଳ ଓ ଅଣ୍ଡିଲୋ ମୌଜାର ବର୍ଷା ଓ ବନ୍ୟାଜଳ ନିଷ୍କାସନ, ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁଁ ନୟନଜୋରୀ ପୋତିହୋଇ ଜଳନିଷ୍କାସନରେ ସମସ୍ୟା, ପ୍ରାଚୀ ମଧ୍ୟବର୍ତ୍ତୀ ଅଞ୍ଚଳର ଜଳ ନିଷ୍କାସନ ସମସ୍ୟା ସମେତ ହଂସପାଳ ଛକରେ ରାସ୍ତା ଦୁର୍ଘଟଣା ହ୍ରାସ କରି ଧନଜୀବନର ସୁରକ୍ଷା ନିମନ୍ତେ ଫ୍ଲାଏ ଓଭରବି୍ରଜ୍ ନିର୍ମାଣ ଆଦି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସମୟରେ ଭୁବନେଶ୍ୱର ଉତ୍ତର ବିଧାୟକ ପି୍ରୟଦର୍ଶୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ସଂଯୋଜନାରେ ବିଭିନ୍ନ ବିଭାଗ ଅଧିକାରୀ ଓ କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ୍ ହାଉସ୍ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ଜନସାଧାରଣ ପୁରୀ ମୁଖ୍ୟକେନାଲର କାଚରାମାଳଠାରୁ ହଂସପାଳ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଡ୍ରେନ୍ ନିର୍ମାଣ, ଜାତୀୟ ରାଜପଥର ଫୁଲନଖରା ଠାରୁ ହଂସପାଳ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ପାଶ୍ୱର୍ବର୍ତ୍ତୀ ଗ୍ରାମମାନଙ୍କର ଜଳ ନିଷ୍କାସନ ପାଇଁ ପ୍ରଶସ୍ତ ଡ୍ରେନ୍ ନିର୍ମାଣ, ପ୍ରାଚୀ ଅବବାହିକାରେ ଜଳ ନିଷ୍କାସନ ପାଇଁ ପ୍ରଶସ୍ତ ଡ୍ରେନ୍ ନିର୍ମାଣ, ପୁରୀ ମୁଖ୍ୟକେନାଲର ନୂଆପାଟଣା, ହରିଦାସପୁର, ନହରକଣ୍ଟା ଓ ଅଣ୍ଡିଲୋଠାରେ ଥିବା ସାଇଫନ୍ ଗୁଡ଼ିକର ସଂସ୍କାର ଓ ପୁର୍ନରୁଦ୍ଧାର ପୂର୍ବକ ଜଳ ନିଷ୍କାସନଧର୍ମୀ କରିବା, ପୁରୀ ମୁଖ୍ୟକେନାଲ ଓ ଜାତୀୟ ରାଜପଥ ପାଶ୍ୱର୍ର ବେଆଇନ୍ ରାସ୍ତା ନିର୍ମାଣ ହଟାଇବା, ପାରମ୍ପରିକ ଜଳ ନିଷ୍କାସନ ପଥ ଅବରୋଧ କରି ଜଳ ନିଷ୍କାସନରେ ବାଧକ ସୃଷ୍ଟି କରୁଥିବା ନିର୍ମାଣ ହଟାଇବା, ପ୍ରାଚୀ ଓ ରୁଦ୍ରପୁର ସଫେଇ ଖନନ କରି ଜଳ ନିଷ୍କାସନ ସୁସଂହତ କରିବା, ହଂସପାଳ ଛକରେ ଫ୍ଲାଏଓଭର ନିର୍ମାଣ କରି ଦୁର୍ଘଟଣା ହ୍ରାସ ପୂର୍ବକ ଧନଜୀବନର ସୁରକ୍ଷା, ଜାତୀୟ ରାଜପଥରେ ନିର୍ମିତ ଅଣ୍ଡରପାସ୍ ଗୁଡ଼ିକ ଜଳପ୍ଲାବିତ ହୋଇଥିବାରୁ ତାହାର ସମାଧାନ ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ପରିଶେଷରେ ଭୁବନେଶ୍ୱର ମହାନଗର ନିଗମ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମନ୍ୱୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଜାତୀୟ ରାଜପଥ ପ୍ରାଧିକରଣ, ଡ୍ରେନେଜ୍ ଡିଭିଜନ୍, ସେଣ୍ଟ୍ରାଲ୍ ସର୍କଲ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ, ଜାତୀୟ ରାଜପଥ ଯନ୍ତ୍ରୀଙ୍କୁ ନେଇ ଏକ କମିଟି କ୍ଷେତ୍ର ପରିଦର୍ଶନ କରି ଚଳିତ ମେ ମାସ ୧୫ ତାରିଖ ସୁଦ୍ଧା କ୍ଷେତ୍ର ପରିଦର୍ଶନ ରିପୋର୍ଟ ଉପସ୍ଥାପନ କରିବା ପରେ ଚଳିତ ବର୍ଷର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରି ଅଞ୍ଚଳକୁ ଶୂନ୍ୟ ଜଳପ୍ଲାବନ କରିବାକୁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ମାଷ୍ଟରପ୍ଲ୍ାନ୍ ପ୍ରସ୍ତୁତ ପାଇଁ ନିଷ୍ପତ୍ତି ନିଆଯାଇ ଏହାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ । ଏହି ବୈଠକରେ ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ୍ତ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ, ଡ୍ରେନେଜ୍ ବିଭାଗ, ମହାନଦୀ ନିମ୍ନ ଅବବାହିକା, ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସମେତ ସ୍ଥାନୀୟ ୪ ନମ୍ବର ୱାର୍ଡ କର୍ପୋରେଟରଙ୍କ ପ୍ରତିନିଧି ଅକ୍ଷୟ କୁମାର ଲେଙ୍କା, ପଦ୍ମନାଭ ପଟ୍ଟନାୟକ, ନଳିନୀ କୁମାର ସ୍ୱାଇଁ, ଇଂ. ବ୍ରଜବନ୍ଧୁ ପଣ୍ଡା, ଲକ୍ଷ୍ମୀଧର ବେହେରା, ନିହାର ରଂଜନ ଶ୍ରୀଚନ୍ଦନ, ରମେଶ ମହାନ୍ତି, ଶରତ ବେହେରା, ପ୍ରଭାତ ଦାସ, ଗୋଲକ ଚନ୍ଦ୍ର ଜେନା, ପଦ୍ମଲୋଚନ ବେହେରା ପ୍ରମୁଖ ଯୋଗଦେଇ ଅଞ୍ଚଳର ଜଳନିଷ୍କାସନ ସମେତ ବିବିଧ ସମସ୍ୟାର ଆଶୁସମାଧାନ ପାଇଁ ଆଲୋଚନା କରିଥିଲେ |