ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସଦାସର୍ବଦା ଶାସନର ପୁରୋଭାଗରେ ରଖିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । ସହରାଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ଐତିହାସିକ ଆଇନର ଅନୁମୋଦନ ଲାଭ କରିବାର ୭ ମାସ ମଧ୍ୟରେ ପ୍ରାୟ ୨ ହଜାର ବସ୍ତାବାସିନ୍ଦା ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଆଜି ଗଞ୍ଜାମ ଜିଲ୍ଲାରେ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରୁଥିବା କାର୍ଯ୍ୟକ୍ରମର ସିଧାପ୍ରସାରଣ ଆଜି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଥିବା ସହୀଦସ୍ମୃତି ଭବନରେ ବାରିପଦା ପୌରପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ପ୍ରସାସନର ମିଳିତ ସହଯୋଗରେ ଆୟୋଜନ କରାଯାଇ ଥିଲା । ବିଧାନସଭାର ଉପବାଚସ୍ପତି ସାନନଦ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ, ବାରିପଦା ଉପଜିଲ୍ଲାପାଳ ମହମ୍ମଦ ଅବଦ୍ଧୁଲ ଅଖତାର, ପୌରନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂ, ପୌରପାଳ ବବିତା ଦସ, ଉପନଗରପାଳ ଜିତେନ୍ଦ୍ର ମହାନ୍ତି ପ୍ରମୁଖଙ୍କ ସମେତ ପୌରପରିଷଦର ସମସ୍ତ କାଉନସିଲର ମୁଖ୍ୟମନ୍ତ୍ରୀଙ୍କ ଏହି ସହରାଞ୍ଚଳ ବସ୍ତାବାସିନ୍ଦାମାନଙ୍କୁ ଜମି ଅଧିକାର କାର୍ଯ୍ୟକ୍ରମର ସିଧାପ୍ରସାରଣରେ ଉପସ୍ଥିତ ହୋଇଥିଲେ । ବାରିପଦା ପୌରପରିଷଦର ୨୮ଟି ୱାଡର଼୍ରୁ ପ୍ରାୟ ହଜାରେରୁ ଅଧିକ ମହିଳା ଓ ପୁରୁଷ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଧାପ୍ରସାରଣକୁ ଦେଖି ଥିଲେ । ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ଐତିହାସ ବୋଲି ବର୍ଣ୍ଣନା କରିବା ସହିତ ମୟୂରଭଞ୍ଜ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଖୁବ ଶୀଘ୍ର ଆରମ୍ଭ କରାଯିବ । ଏଥି ନିମନ୍ତେ ପ୍ରଥମେ କେଉଁମାନେ ଯୋଗ୍ୟ ସେମାନଙ୍କୁ ଚିହ୍ନଟ କରାଯିବ । ଏହାପରେ ସମସ୍ତ ଭିତ୍ତିଭୂମିର ବ୍ୟବସ୍ଥା ଥାଇ ଜମି ଯୋଗାଇବା ସଂଗେସଂଗେ ଗୃହ ନିର୍ମାଣର ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ ବୋଲି ଉପସ୍ଥିତ ପୌରବାସୀଙ୍କୁ ସୂଚନା ପ୍ରଦାନ କରିଥିଲେ ।
ରାଜ୍ୟ
ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ଶୁଭାରମ୍ଭ
- Hits: 599