ହେଡଲାଇନସ୍:

" ଭାରତ କି ସନ୍ତାନ'ରେ ଅସିତଙ୍କୁ  ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନ୍ୟାଶନାଲ ୟୁଥ ପ୍ରଜେକ୍ଟରେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଏନ.ଏସ.ଏସ. ଛାତ୍ରଙ୍କ କୃତିତ୍ୱ 

03-05-18-baripada.jpg - 84.59 kB

ବାରିପଦାରୁ ଦିଲ୍ଲୀପ ମହାନ୍ତି  - ରାଜସ୍ଥାନର ଭିଲୱାଡାଠାରେ ଅନୁଷ୍ଠିତ  ନ୍ୟାଶନାଲ ୟୁଥ ପ୍ରଜେକ୍ଟରେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଛାତ୍ର ଅସିତ ଓ ପ୍ରବୀଣ କଲେଜ ପାଇଁ ଗୌରବ ଆଣି ଦେଇଛନ୍ତି   । ଏହି ଯୁବା କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏନ.ଏସ.ଏସ. ଦଳରେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଛାତ୍ର ଅସିତ କୁମାର ତ୍ରିପାଠୀ ଏବଂ ପ୍ରବୀଣ କୁମାର ଦାସ ଯୋଗ ଦେଇଥିଲେ । ଏହି ଶିବିରରେ ଆୟୋଜିତ ହୋଇଥିବା " ଭାରତ କି ସନ୍ତାନ' ସାଂସ୍କୃତିକ କାର୍ଯ୍ୟକ୍ରମରେ ଅସିତ କୁମାର ତ୍ରିପାଠୀ  ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରବୀଣ କୁମାର ଦାସ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟ କଲେଜ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଜାତୀୟ ସେବା ଯୋଜନାରେ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତେଣୁ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ତାଙ୍କୁ କଲେଜ ତରଫରୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ମୀରା ସେନାପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ବିଜୟା ନାୟକ, ତନୁଶ୍ରୀ ପାଣ୍ଡେ, ଶତାବ୍ଦିକା ମହାନ୍ତି ଓ ଅଧ୍ୟାପକ ଗଣେଶ ଚନ୍ଦ୍ର ପରିଡା, ମଦନ ମୋହନ ସାହୁ, ପଞ୍ଚାନନ ସାହୁ, ଅଭିଜିତ ପାତ୍ର, ବିବେକ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । 

0
0
0
s2sdefault