ହେଡଲାଇନସ୍:

 ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବଞ୍ଚାଓ ହରତାଳ ୯ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

03-05-18-nou.jpg - 89.23 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଜେଏମଏମ ପକ୍ଷରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବଞ୍ଚାଓ ହରତାଳ ଚଳିତ ମାସ ୯ରେ ହେବାକୁ ଯାଉଛି । ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ତକତପୁରଠାରେ ଜେଏମଏମର ଛାତ୍ର ମୋର୍ଚ୍ଚାର ସମର୍ଥକ ଛାତ୍ରଛାତ୍ରୀମାନେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ସମସ୍ତ ପାଠ୍ୟକ୍ରମ ବିଭାଗଗୁଡ଼ିକୁ ନିୟମିତ ବିଭାଗରେ ପରିଣତ କରିବା ଦାବିରେ ଏହି ହରତାଳ ପାଳନ କରିବେ ବୋଲି ଜେଏମଏମ ଛାତ୍ର ଶାଖା ସଭାପତି ଧନଞ୍ଜୟ ସାହୁ ଷୋଷଣା କରିଛନ୍ତି । ହରତାଳ ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଉତ୍ତରଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜରେ ଗରୀବ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ସରକାର ତଥା ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ ଯେଉଁ ଖେଳ ଖେଳିଆସୁଛନ୍ତି ସେଥିରେ ଆଉ ସାଲିସ କରାଯାଇ ପାରିବ ନାହିଁ । ଜିଲ୍ଲାର ଗରୀବ ଛାତ୍ରଛାତ୍ରୀମାନଙ୍କର ସୁନେଲୀ ଭବିଷ୍ୟତ ପାଇଁ ହଉଥିବା ଉକ୍ତ ହରତାଳକୁ ସଫଳ କରାଇବା ନିମନ୍ତେ  ସମସ୍ତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ଓ ଜନସାଧାରଣ ସହଯୋଗର ହାତ ବଢ଼ାଇ ଆଗେଇ ଆସିବାକୁ ଛାତ୍ର ମୋର୍ଚ୍ଚା ସଭାପତି ଶ୍ରୀସାହୁ ନିବେଦନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଛାତ୍ର ମୋର୍ଚ୍ଚା ସଭାପତି ଧନଞ୍ଜୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏମଡ଼ି ନାଜିର, ନବୀନ ଅଗ୍ରୱାଲା, ଗଣେଶ ମହାନ୍ତି, ସଞ୍ଜୟ ମହାନ୍ତ, ରିତିକା ସିଂ, ସୌମ୍ୟ ରଞ୍ଜନ ମହାନ୍ତି, ବିଭାସ ଦେ, ଏମଡ଼ି ଇସଲାମ ପ୍ରମୁଖ ଯୋଗ ଦେଇଥିଲେ । 

0
0
0
s2sdefault