ହେଡଲାଇନସ୍:

ଗନିଅାଁପାଲି ରେ ନୃସିଂହ ଚତୁର୍ଦ୍ଦଶୀ  ଓ ବୈାଦ୍ଧ ପୂର୍ଣ୍ଣିମା ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-05-18-padampur-1.jpg - 79.04 kB

ପଦ୍ମପୁରରୁ ନୀଳ ଦୀପ : ବରଗଡ ଜିଲ୍ଲା ର ପ୍ରାଚୀନ ବୈାଦ୍ଧପୀଠ ବୁଦ୍ଧବିହାର ଗନିଅାଁପାଲି ଠାରେ ନୃସିଂହ ଚତୁର୍ଦ୍ଧଶୀ ଓ ବୁଦ୍ଧ ପୂର୍ଣ୍ଣିମା ମହୋସôବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କଳସ ଶୋଭାଯାତ୍ରା ପୂଜା, ପୁରାଣ ପାଠ,ନୃସିଂହ ବୀଜ ମନ୍ତ୍ର ଜପ ଅନୁଷ୍ଠିତ  ହୋଇଥିଲା । ପୂଜକ ହାରାଧନ ଷଡଙ୍ଗୀ ଙ୍କ ପୌରହିତ୍ୟରେ ନୃସିଂହ ପୂଜାରେ ଗୈାନ୍ତିଆ ପ୍ରବୀର ପ୍ରଧାନ ଏବଂ ତାଙ୍କ ଧର୍ମ ପତ୍ନୀ ସିନ୍ଧୁ ପ୍ରଧାନ କର୍ତା ଦାୟିତ୍ୱ ତୁଳାଇଥିଲେ । ଏହି ଅବସରରେ ପ୍ରତ୍ୟହ ପୁରାଣ ପାଠ, ସଂ•ର, ନାଟକ, ମୀନାବଜାର ପ୍ରଦର୍ଶିତ ହୋଇଥିଲା । ପୂର୍ଣ୍ଣମୀ ଦିନ ମୁଚଳିନ୍ଦ ବୁଦ୍ଧ ବିହାର ଠାରେ ଭଗବାନ ବୁଦ୍ଧଙ୍କ ପୂଜାର୍ଚ୍ଚନା, ଦୀପ ଦାନ, ବନ୍ଦନା ଗାନ କରାଯାଇଥିଲା । ଗ୍ରାମର ଝାଙ୍କର ତଥା ପୂଜକ ଗେଥଲ ବରିହା ଓ କିର୍ତନ କାରେ ପୂଜା ଦାୟିତ୍ୱ ତୁଳାଇଥିଲେ । ପୂଜାର୍ଚ୍ଚନା ପରେ ଦୀର୍ଘ ୨୮ ବର୍ଷ ଧରି ଚାଲୁଥିବା ବୁଦ୍ଧଙ୍କ ପି୍ରୟ କ୍ଷୀରି ଭୋଗ ଅନୁଷ୍ଠିତ  ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁ ତଥା ଆବାଳ ବୃଦ୍ଧ ବନିତା କ୍ଷୀରି ଭୋଗରେ ସାମିଲ ଥିଲେ ।  ପରେ ରାତ୍ରରେ ଜୟନ୍ତୀ ସଭା ଅନୁଷ୍ଠିତ  ହୋଇଥିଲା । ଡ. ମାନଭଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ସଭାରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ପାଣ୍ଡେ, ମୂଖ୍ୟ ବକ୍ତା ଡ.ଭକ୍ତପୂରନ ସାହୁ, ସମ୍ମାନୀତ ଅତିଥି ଭାବେ ସରପଂଚ ତୁଲସୀରାମ ସେଠ, ବୋଧିପି୍ରୟ ଏମ୍ ଆର୍ ପ୍ରଶାନ୍ତ, ଏମ୍.ଆର୍ ଭାସ୍କର, ରାମଲାଲ ସାହୁ ଯୋଗଦାନ କରି ଭଗବାନ ବୁଦ୍ଧଙ୍କ ଜିବନୀ ଉପରେ ତାତ୍ୱିକ ଆଲୋଚନା କରି ବୁଦ୍ଧଙ୍କ ନିତୀରେ ଅନୁପ୍ରାଣିତ ହେବାକୁ ଉଦ୍ବୋଧନ ଦେଇଥିଲେ । ପରିଷଦର ସଭାପତି ରୋହିତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିରଂଚି ଭୋଇ ବିବରଣୀ ପଠନ କରିଥିବା ବେଳେ ସଂପାଦକ ଶିବ ଶଙ୍କର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ସ୍କାର୍ଟ ଓଡିଶା) ତରଫରୁ ସମ୍ବର୍ଦ୍ଧିତ ହୋଇଥିବା କୁନି ନୃତ୍ୟଶିଳ୍ପୀ ସୁଶ୍ରୀ ଆଭାରାଣି ସାହ ଙ୍କ ନୃତ୍ୟ, ଗଞ୍ଜାମର ଯୋଡିଶଙ୍ଖ, ରଣପା ନୃତ୍ୟ, ତୋରା ର ସୁର୍ ଝଙ୍କାର ଏବଂ ଟାଙ୍ଗୁରୁପଦର ର ଲୋକନୃତ୍ୟ ପରିବେଷଣ ହୋଇଥିଲା । ଗଣେଶ ପଧାନ ଓ କୃଷ୍ଣଚନ୍ଦ୍ର ଭୋଇ ମଂଚ ପରି•ଳନା କରିଥିଲେ । ବିଗତ ୩ ଦିନ ଧରି ଅନୁଷ୍ଠିତ  ହୋଇଥିବା ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ୍ୟ କମିଟୀ ଓ ଗ୍ରାମବାସୀ  ପୂର୍ଣ୍ଣପ୍ରାଣ ରେ ସହଯୋଗ କରିଥିଲେ । 

 

 

 

 

0
0
0
s2sdefault