ହେଡଲାଇନସ୍:

ପାନ ଗୋଟେ ଖାଇବାକୁ ହେଲେ ୩ ଟଙ୍କା ପଡ଼ୁଥିବାବେଳେ ଶ୍ରମିକମାନଙ୍କୁ ରାଜ୍ୟସରକାର ୩୦୦ ଟଙ୍କା ପେନସନ କେବଳ ଉପହାସ ମାତ୍ର : ନିରଞ୍ଜନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆନ୍ତର୍ଜାତୀୟ ମଇ ଦିବସ ସମାବେଶରେ ଶ୍ରମିକ କଂଗ୍ରେସର ରଣହୁଙ୍କାର

02-05-18-jajpur.jpg - 74.69 kB

ବ୍ୟାସନଗର (ଜୟଶଙ୍କର ଦାଶ/ବିଶ୍ୱଜିତ ମାଝୀ)   : ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ବ୍ୟାସନଗର ଚୋରଦା କାଳୀ ମେଳଣ ପଡ଼ିଆଠାରେ ରାଜ୍ୟ ସ୍ତରୀୟ ଅଣ-ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶ୍ରମିକ ସମାବେଶ ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ଦୟାଲ୍ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧ ସଂଗୀତ ଗାନ କରାଯାଇଥିଲା । ଏହି ସମାବେଶକୁ ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସର ସର୍ବଭାରତୀୟ ସଭାପତି ଅରବିନ୍ଦ ସିଂ ଉଦ୍ଘାଟନ କରି କହିଲେ କି ଦେଶର ଶତକଡା ୮୫ ଭାଗ ଅସଂଗଠିତ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ହେଁ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନରେ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରିଛନ୍ତି । ଦୀର୍ଘ ୩ ଦଶନ୍ଧି ଧରି ବିଭିନ୍ନ ଶ୍ରମିକ ସଂଗଠନର ଆନେ୍ଦାଳନ ଓ ଦେଶର ସଂସଦରେ ଆଲୋଚନା ଓ ବିତର୍କ ପରେ ତତ୍କାଳୀନ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ଶ୍ରମିକମାନଙ୍କ କଲ୍ୟାଣ ଓ ସହାୟତା ନିମନ୍ତେ ୧୯୯୬ ମସିହା ନିର୍ମାଣ ଶ୍ରମିକ ଆଇନ ଓ ୨୦୦୮ ମସିହାରେ ଅସଂଗଠିତ ଶ୍ରମିକ କଲ୍ୟାଣ ଆଇନକୁ କେନ୍ଦ୍ରର ଥିବା ବି.ଜେ.ପି ଓ ରାଜ୍ୟରେ ଥିବା ବି.ଜେ.ଡ଼ି ସରକାର ଶ୍ରମିକମାନଙ୍କ ହିତକୁ ଗୁରୁତ୍ୱ ନଦେଇ ଏହାକୁ ଦିଗହରା କରିବାକୁ ପ୍ରୟାସ କରୁଥିବାରୁ ଶ୍ରୀ ସିଂ ଏହା ବିରୁଦ୍ଧରେ ଶ୍ରମିକମାନେ ଏକତ୍ରିତ ହୋଇ ମହାସଂଗ୍ରାମରେ ସାମିଲ ହେବାକୁ ଆହ୍ୱାନ କରିଥିଲେ । ଏହି ସମାବେଶରେ ପି.ସି.ସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଲେ କି ଆଜି ଆମ ରାଜ୍ୟରେ ଜଣେ ଶ୍ରମିକ ପାନ ଗୋଟେ ଖାଇବାକୁ ହେଲେ ୩ ଟଙ୍କା ପଡ଼ୁଥିବାବେଳେ ଶ୍ରମିକମାନଙ୍କୁ ରାଜ୍ୟସରକାର ୩୦୦ ଟଙ୍କା ପେନସନ ଘୋଷଣା କରିବା ଏକ ପ୍ରହସନ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ମଧୁବାବୁଙ୍କ ରାଜ୍ୟରେ ଆଜି ଦେଶ ସେବକ ରାଜନେତାମାନେ ମାସିକ ବେତନ ଏକ ଲକ୍ଷ ଟଙ୍କା ନେବା ବେଳେ ମଧୁବାବୁଙ୍କ ତ୍ୟାଗକୁ ଭୁଲିଗଲେଣି । ତେଣୁ ତାଙ୍କ ଭଳି ଜଣେ ସ୍ୱାଭିମାନି ଓଡ଼ିଆଙ୍କ ତ୍ୟାଗକୁ ଅନୁସରଣ କରି ଶହ ଶହ ମଧୁବାବୁ ଜନ୍ମ ନେଲେ ଆମ ରାଜ୍ୟର ପ୍ରଗତୀ ତଥା ଭାରତ ବର୍ଷ ମାନଚିତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପ୍ରମାଣିତ ହେବ । ମୁଖ୍ୟ ବକ୍ତା ଭାବେ ଏହି ସମାବେଶକୁ ଉଦବୋଧନ ଦେଇ ଏଆଇସିସିର ସାଧାରଣ ସଂପାଦକ ଡ. ରାମଚନ୍ଦ୍ର ଖୁଣ୍ଟିଆ କହିଲେ କି ବର୍ତ୍ତମାନ ରାଜ୍ୟରେ ଦୁଇ କୋଟିରୁ ଉଦ୍ଧ୍ୱର୍ ଶ୍ରମିକ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାର ମାତ୍ର ୨୨ଲକ୍ଷ ୩୬ ହଜାର ଶ୍ରମିକଙ୍କୁ ଚିହ୍ନଟ କରି ପରିଚୟ ପତ୍ର ଯୋଗାଇ ଦେବାବେଳେ ମାତ୍ର ୬ ଲକ୍ଷ ଶ୍ରମିକଙ୍କୁ ସହାୟତା ରାଶି ଯୋଗାଇଦେବା ଓ ଖୋଲାଖୋଲି ଭାବେ ଶିଳ୍ପପତିମାନେ ଶ୍ରମ ଆଇନକୁ ଉଲଙ୍ଘନ କରୁଥିଲେ ହେଁ ଶ୍ରମ ବିଭାଗ ଏହାକୁ ସମାଧାନ କରିବା ପରିବର୍ତ୍ତେ ନୀରବ ରହିବା ଘଟଣାକୁ ଦୃଢ ସମାଲୋଚନା କରିଥିଲେ । ଏହି ସମାବେଶରେ ସମ୍ମାନିତ ଅତିଥି ଭାବେ ପି.ସି.ସି ଇସ୍ତାହାର କମିଟି ଆବାହକ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଆଇ.ଏନ.ଟି.ୟୁ.ସି ର ରାଜ୍ୟ ସାଧାରଣ ସଂପାଦକ କିଶୋର ଜେନା , ଜିଲ୍ଲା ସଭାପତି ମନୋଜ ରାଉତ, ପି.ସି.ସି ସାଧାରଣ ସମ୍ପାଦକ ସଂପାଦକ ଶୁଭେନ୍ଦୁ ମହାନ୍ତି ,  ସୁଧାନିଧି ମହାପାତ୍ର, ପୂର୍ବତନ ବିଧାୟକ କାଙ୍ଗାଳି ପଣ୍ଡା ,ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ରସାନନ୍ଦ ମହାନ୍ତି ଓ ରତିକାନ୍ତ ବରାଳ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହିତ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପରେ ପରେ ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ସଭାପତି ହୃଦାନନ୍ଦ ସାମଲ ପି.ସି.ସି ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଠିକ୍ ସେହିପରି ଅସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଜିଲା ଆବାହକ ପରମାନନ୍ଦ ସେଠୀ ସର୍ବଭାରତୀୟ ସଭାପତି ଅରବିନ୍ଦ ସିଂଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ନୃସିଂହ ଚରଣ ପହି, ଜିଲା ଦଳିତ ସେଲ୍ ସଭାପତି ବାବୁଲାଲ ଗୁରୁ, ମହିଳା କଂଗ୍ରେସ ଜିଲା ସଭାନେତ୍ରୀ ଆରତୀ ସ୍ୱାଇଁ, କୋରାଇ ବ୍ଲକ ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ  ସାହୁ, ଏଆଇସିସି ସଭ୍ୟା ଦିପ୍ତୀରେଖା ମିଶ୍ର, ବରିଷ୍ଠ  କଂଗ୍ରେସ ନେତା ହରେକୃଷ୍ଣ ସାହୁ, ପଦ୍ମନାଭ ସ୍ୱାଇଁ, ସନ୍ତୋଷ ନନ୍ଦ, ନିରଞ୍ଜନ ପରିଡ଼ା, ପୂର୍ବତନ କାଉନସିଲର ଅକ୍ଷୟ ନାୟକ, ପ୍ରମୋଦ ରାଉତ, ଅଜୟ ସାହୁ , ଦୁସାସନ ଦାସ, ରୀତାଶ୍ରୀ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷା ତଥା କାଉନସିଲର ବନ୍ଦିତା ପରିଡ଼ା, ନିର୍ମଳା ମଲ୍ଲିକ୍,ଅନୁସ୍ୱୟା ରାଉତ, ଅନୁପ ନାୟକ, ସୁଜାତା ମହାପାତ୍ର, ରବିନ୍ଦ୍ର ସିଂ, ବାବୁଲି ସାହୁ, ମାଧବ ମହାପାତ୍ର, ବିଜୟ କୁମାର ବୋଇତେଇ, ପ୍ରମୋଦ ପରିଡ଼ା, ଦିଲ୍ଲୀପ ମଲିକ, ଅକ୍ଷୟ ଜେନା, ମେହବୁବ୍ ଆଲାମ୍, ହୋସେନ୍ ଅଲ୍ଲୀ ଖାଁ, ବାବୁଲି ପୂର୍ତ୍ତି, କୋରାଇ ବ୍ଲକ କଂଗ୍ରେସ କମିଟି ସଭାପତି ମଧୁସୁଦନ ସାହୁ, ପଦ୍ମାକର ଗୁରୁ, ବଳଭଦ୍ର ଦାସ, ମହିରାମ ପୂର୍ତ୍ତି, ଅଜୟ ଦାସ, ମିର୍ଜା ଲୋକମାନ ବେଗ୍, ସରୋଜ ମହାପାତ୍ର, ବିନୋଦ କୁମାର ବେହେରା, ନେସକୋ ଠିକା ଶ୍ରମିକ ସଂଘର ସଂପାଦକ ଶିବପ୍ରସାଦ ନାଥ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ଶ୍ରମିକ ଜାଗିଲେ ଦେଶ ଜାଗିବ  ଶ୍ରମିକ ହସିଲେ ଦେଶ ହସିବ ତଥା ଠିକାନିଯୁକ୍ତି ବ୍ୟବସ୍ଥା ପରିହାର କରି ସମାନ କାମକୁ ସମାନ ଦରମା ଲାଗୁ କରିବା,ସର୍ବନିମ୍ନ ମାସିକ ଦରମା ୧୮ ହଜାର କରିବା ,ସର୍ବୋପରି କଳିଂଗ ନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ଶ୍ରମିକଙ୍କୁ ଉପେକ୍ଷା କରି ବାହାର ରାଜ୍ୟର ଲୋକଙ୍କୁ ଅଗ୍ରାଧିକାର ଦେବା ଘଟଣାକୁ ଦୃଢ ସମାଲୋଚନା କରିଥିଲେ । ଶେଷରେ ଅଜୟ ସାହୁ ଧନ୍ୟବାଦ ଦେବାପରେ ସଭାସାଂଗ ହୋଇଥିଲା । 

0
0
0
s2sdefault