ହେଡଲାଇନସ୍:

ନବୀନଙ୍କ କହିଁ ପର ନୀଗାହେଁ , କହିଁ ପର ନିଶାନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ  ତେରେଛା ସମାଲୋଚନା  

02-05-18-navin.jpg - 63.35 kB

 

"ଦାରିଦ୍ର୍ୟ ଏବଂ ସାମାଜିକ ଅନ୍ୟାୟ ହେଉଛି ସବୁଠୁ ବଡ ହିଂସା ଢ  ଯେଉଁମାନେ ସମାଜକୁ ଜାତି, ଧର୍ମ ଓ ଶ୍ରେଣୀ ଆଦି ବିଭିନ୍ନ ଗୋଷ୍ଠୀ  ନାମରେ ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି, ବିକାଶ ପାଇଁ ସେମାନଙ୍କୁ ପରାସ୍ତ କରିବା ଆବଶ୍ୟକ"  : ନବୀନ 

ଭୁବନେଶ୍ୱରରୁ ମାନସୀ ମିଶ୍ର :  ଅବସର ଥିଲା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ଅନୁଷ୍ଠିତ  ଜାତୀୟ ସମିତି ବୈଠକ `ଢ ଯୋଗ ଦେଇଥିଲେ ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଢ ତାଙ୍କର ଭାଷଣ ଯଦିଓ ସଂକ୍ଷିପ୍ତ ଥିଲା, ହେଲେ ସେଥିରେ ସେ ଯେଉଁ ଦୁଇପଦ କଥା କହିଦେଲେ ତାହା ବାହାରକୁ ନର୍ମାଲ ଲାଗୁଥିଲେ ବି ତାହାର ଇଙ୍ଗିତ ଯେ କାହା ଆଡେ ଆଉ କାହାକୁ ତାହା ଲାଗିଥିବ ତାହା ବୁଝିଥିବା ଲୋକ ଆଉ ସେଠାରେ ଉପସ୍ଥିତ ନେତୃବୃନ୍ଦ ଠିକ ବୁଝିଥିବେ ଢ କେହି ବୁଝି ନଥିଲେ ବି ସେଠାରେ ଉପସ୍ଥିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ନିଶ୍ଚିତ ଭାବେ ନବୀନଙ୍କ ଇଂଗିତର ଭାବାର୍ଥ ବୁଝିଥିବେ | 

 ଅହିଂସା ହେଉଛି ସମ୍ପୂର୍ଣ୍ଣ ଭାବେ ଏକ ଭାରତୀୟ ଚିନ୍ତାଧାରା । ଏହାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯାଇପାରିଲେ, ତାହା ହେବ ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତି ଭାରତର ଶ୍ରେଷ୍ଠ  ଶ୍ରଦ୍ଧାଞ୍ଜଳି । ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉପଲକ୍ଷେ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ଯୋଗ ଦେଇ କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ନବୀନ କହିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଅହିଂସା ସମ୍ପର୍କିତ ସିଦ୍ଧାନ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଲା - ଦାରିଦ୍ର୍ୟ ଓ ସାମାଜିକ ଅନ୍ୟାୟ ହେଉଛି ସବୁଠାରୁ ବଡ଼ ହିଂସା । ଗାନ୍ଧୀଜି କହିଥିଲେ ଯେ, ଯେଉଁ ପର୍ଯ୍ୟନ୍ତ ଦେଶରେ ଦାରିଦ୍ର୍ୟ ରହିଛି, ସେ ପର୍ଯ୍ୟନ୍ତ ସ୍ୱାଧୀନତା ହେଉଛି କେବଳ ଏକ ଶୁଷ୍କ କାଷ୍ଠ  ସଦୃଶ । ଯେ କୌଣସି ସରକାର ପାଇଁ ଦାରିଦ୍ର୍ୟ ଦୂରୀକରଣ ହେଉଛି ସବୁଠାରୁ ବଡ଼ ଆହ୍ୱାନ । ଅହିଂସା ବିନା ଏହା ହାସଲ କରିହେବ ନାହିଁ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମ୍ବିଧାନର ମୁଖବନ୍ଧରେଥିବା ସିଦ୍ଧାନ୍ତ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପାଶ୍ଚାତ୍ୟ ଗଣତାନ୍ତ୍ରିକ ଚିନ୍ତାଧାରା ହୋଇଥିବା ବେଳେ ଅହିଂସା ହେଉଛି ଭାରତୀୟ ପରମ୍ପରା ଓ ଦର୍ଶନର ଏକ ନିଛକ ପ୍ରତିଫଳନ । ବିକାଶ ପାଇଁ ଶାନ୍ତି ଆବଶ୍ୟକ । ଯେଉଁମାନେ ସମାଜକୁ ଜାତି, ଧର୍ମ ଓ ଶ୍ରେଣୀ ଆଦି ବିଭିନ୍ନ ଗୋଷ୍ଠୀ  ନାମରେ ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି, ବିକାଶ ପାଇଁ ସେମାନଙ୍କୁ ପରାସ୍ତ କରିବା ଆବଶ୍ୟକ । ତେଣୁ ମୁଁ ଭାବୁଛି, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିୀକି ଅବସରରେ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଚିନ୍ତାଧାର ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯାଇ ପାରିଲେ ତାହା ହେବ ତାଙ୍କ ପ୍ରତି ଦେଶର ଶ୍ରେଷ୍ଠ  ଶ୍ରଦ୍ଧାଞ୍ଜଳି । ଏହାଦ୍ୱାରା କେବଳ ଭାରତର ନୁହେଁ, ସାରା ପୃଥିବୀର ଭବିଷ୍ୟତର ବଂଶଧର ମାନେ ଏହି ନୀତିର ବାସ୍ତବ ସତ୍ୟକୁ ମନେ ରଖିପାରିବେ ଓ ହୃଦୟଙ୍ଗମ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |  

 ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ କହିଥିବା " ବିକାଶ ପାଇଁ ଶାନ୍ତି ଆବଶ୍ୟକ ଢ  ବିକାଶ ପାଇଁ ସେମାନଙ୍କୁ ହରାଇବାକୁ ପଡିବ, ଯେଉଁମାନେ ସମାଜକୁ ଜାତି, ଶ୍ରେଣୀ ଏବଂ ଧର୍ମ ନାଁରେ ବିଭାଜିତ କରୁଛନ୍ତି " କେତେଯେ ବ୍ୟାପକ ତାହା ସହଜରେ ଅନୁମେୟ ଢ କାରଣ ଧର୍ମ, ଜାତି ନାଁରେ ସମାଜକୁ ବିଭାଜିତ କିଏ କରୁଛି ତାହା ବିଜେଡି ସବୁବେଳେ କହି ଆସୁଛି ଢ ୨୦୦୯ ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିଲା ବେଳେ କେଉଁ ଦଳକୁ ସାମ୍ପ୍ରଦାୟିକ ବିଦ୍ବେଷକାରୀ ବୋଲି ବିଜେଡି କହି ଥିଲା ତାହା ସମସ୍ତଙ୍କୁ ଜଣ ଢ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ସାମ୍ପ୍ରଦୟିକ ତଥା ଜାତିଗତ ହିଂସା ଉପରେ ଟିପ୍ପଣୀ ରଖି ବିଜେଡି କାହାକୁ ସମାଲୋଚନା କରି ଆସିଛି ତାହା ସମସ୍ତେ ଜାଣିଛନ୍ତି ଢ ତେଣୁ "ବିକାଶ ପାଇଁ ସେମାନଙ୍କୁ ହରାଇବାକୁ ପଡିବ, ଯେଉଁମାନେ ସମାଜକୁ ଜାତି, ଶ୍ରେଣୀ ଏବଂ ଧର୍ମ ନାଁରେ ବିଭାଜିତ କରୁଛନ୍ତି " କାହାକୁ ସମାଲୋଚନା କରିଛନ୍ତି ନବୀନ ତାହା ବୁଝିବାକୁ ଆଉ ବାକି ରହୁନାହିଁ | ଅହିଂସା ଉପରେ ଦେଇଥିବା ବକ୍ତବ୍ୟକୁ ନେଇ ପ୍ରଶଂସା ପାଇଛନ୍ତି ନବୀନ | ତାଙ୍କ ଓଜନଦାର ମନ୍ତବ୍ୟ ଟିକେ ହଟକେ ଥିଲା | ହେଲେ ଅପ୍ରତ୍ୟାଶିତ ନବୀନ ତାଙ୍କ ବକ୍ତବ୍ୟ ଭିତରେ ବିଭେଦ ସୃଷ୍ଟିକାରୀ ବୋଲି ଯେଉଁ ଖେଂଚା ମାଇଲେ ତାହାର ଅର୍ଥ ଓ ପ୍ରାସଙ୍ଗିକତା କଣ ତାହା କହିଥିବା ଲୋକ ଓ ଶୁଣିଥିବା ଲୋକ ନିଶ୍ଚୟ ବୁଝି ପାରିଥିବେ | ବାସ୍ତବିକ ନବୀନଙ୍କ ଏଇ ପଦକ କଥା " କହିଁ ପର ନିଗହେଁ   କହିଁ ପର ନିଶାନା" 

0
0
0
s2sdefault