ହେଡଲାଇନସ୍:

କିସ୍‍ରେ ଉଦ୍ଘାଟିତ ହେଲା  ଭୀମଭୋଇ ଚେୟାର ଓ ଗବେଷଣା କେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମଭୋଇ ଚେୟାର ଓ ଗବେଷଣା କେନ୍ଦ୍ର ସୋମବାର ଉଦ୍ଘାଟିତ ହୋଇଯାଇଛି । ଏହି ଗବେଷଣା କେନ୍ଦ୍ର ଜରିଆରେ ସନ୍ଥକବିଙ୍କ ଜୀବନୀ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା କରାଯିବ । ସନ୍ଥକବି ଭୀମଭୋଇ ଚେୟାର ଓ ଗବେଷଣା କେନ୍ଦ୍ର ଉଦ୍‍ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ତଥା ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ କହିଲେ, କିସ୍‍ରେ ସନ୍ଥକବି ଭୀମଭୋଇଙ୍କ ନାମରେ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା  ହେବା ପ୍ରକୃତରେ ଭୀମଭୋଇଙ୍କ ପ୍ରତି ଶ୍ରେଷ୍ଠ  ଶ୍ରଦ୍ଧାଞ୍ଜଳି । ଭୀମଭୋଇ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା  ପାଇଁ କିସ୍‍ ହେଉଛି ପ୍ରକୁଷ୍ଠ  ସ୍ଥାନ । କାରଣ ଭୀମଭୋଇ ଦଳିତ, ଅବହେଳିତ ଓ ନିଷ୍ପେସିତଙ୍କ ଉତ୍‍ଥାନ ପାଇଁ ସବୁବେଳେ ଚିନ୍ତା କରିଆସୁଥିଲେ । ଯାହା କି କିସ୍‍ କାର୍ଯ୍ୟକାରୀ କରୁଛି । ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ ଭୀମଭୋଇଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରି କହିଲେ, ସେ ସବୁବେଳେ ଅନ୍ୟମାନେ କିପରି ଭଲରେ ରହିବେ, ସେହିକଥା ଚିନ୍ତା କରୁଥିଲେ ଓ କହୁଥିଲେ । ଭୀମଭୋଇଙ୍କ ଜୀବନଦର୍ଶନ ଆଧାରରେ କିସ୍‍ ଦୀର୍ଘ ୨୫ବର୍ଷ ହେଲା ସମାଜର ଅବହେଳିତ ଜନଜାତି ବର୍ଗ ପାଇଁ କାର୍ଯ୍ୟ କରିଆସୁଛି । କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଭୀମଭୋଇ ସାମାଜିକ ସଂସ୍କାର ଉଦ୍ଦେଶ୍ୟରେ କିଭଳି ଗ୍ରାମ ଗ୍ରାମ ଓ ସହର ସହର ବୁଲି ଉପଯୁକ୍ତ ଶିକ୍ଷା ପ୍ରଦାନ କରୁଥିଲେ ତାହା ବର୍ଣ୍ଣନା କରିଥିଲେ । ସେ ଭୁବନେଶ୍ୱରର ପଥରଗାଡ଼ିଆ, ଦାରୁଠେଙ୍ଗ, ପଟିଆ ଓ ଡମଣା ଅଞ୍ଚଳରେ ଦୀର୍ଘ ୨୫ ଦିନ ବ୍ୟାପୀ ମହିମା ଧର୍ମ ଉପରେ ପ୍ରବଚନ ଦେବା ସହ ମହିମା ଧର୍ମର ପ୍ରଚାର ଓ ପ୍ରସାର କାର୍ଯ୍ୟ କରିଥିଲେ । ସେତେବେଳେ ଭୀମଭୋଇ ମୂଲ୍ୟଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରି ଆସୁଥିଲେ । କିସ୍‍ରେ ଭୀମଭୋଇଙ୍କ ଜୀବନ, ଦର୍ଶନ ଓ ତାଙ୍କ କାର୍ଯ୍ୟାବଳୀର ଯେଉଁ ଦିଗ ଗୁଡ଼ିକ ଲୋକଲୋଚନକୁ ଆସିପାରିନାହିଁ, ତାହ ଉପରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା ହେଉଛି ଏହି ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାର ମୁଖ୍ୟ ଉଦେ୍ଧଶ୍ୟ ବୋଲି ପ୍ରଫେସର ଶତପଥୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ର ସଂପାଦକ ଆର ଏନ୍‍ ଦଶ, କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଓ କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି. କେ. ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଭୀମଭୋଇଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କିସ୍‍ ପରିସରରେ ସନ୍ଥକବିଙ୍କ ଏକ ପ୍ରତିମୂର୍ତ୍ତି ମୁଖ୍ୟ ଅତିଥି ଶ୍ରୀ ମାଝୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

0
0
0
s2sdefault