ହେଡଲାଇନସ୍:

ଓଡିଆ ଭାଷା ବ୍ୟବହାର ନ  କରୁଥବାରୁ କୈପିଂୟତ ତଲବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବ୍ୟାସନଗର,(ଜୟଶଙ୍କର ଦାଶ) : ରାଜ୍ୟରେ ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜିଲ୍ଲାପାଳ  ରଂଜନ କୁମାର ଦାସ ବାରମ୍ୱାର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀମାନଙ୍କୁ ଅବଗତ କରାଇଚ୍ଥନ୍ତି । ବହୁବାର ଚିଠି ଆକାରରେ ଓଡିଆ ଭାଷା ବ୍ୟବହାର ପାଇଁ ନିର୍ଦ୍ଦେଶ  ମଧ୍ୟ ଦିଆଯାଇଚ୍ଥି । ଅପରପକ୍ଷରେ ସମସ୍ତ ବିଭାଗର ନାମ ପଂଳକ, ବ୍ୟବସାୟ ପ୍ରତିଷ୍ଠାନ  ଓ ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କର ନାମ ପଂଳକ ମଧ୍ୟ ସର୍ବାଗ୍ରେ ଓଡିଆ ଓ ପରେ ଅନ୍ୟ ଭାଷାରେ ଲେଖିବା ପାଇଁ ତାଗିଦ କରାଯାଇଚ୍ଥି । ସମସ୍ତ ନଥିପତ୍ର ଓଡିଆରେ କରାଯିବାକୁ କଡା ନିର୍ଦ୍ଦେଶ  ଦିଆଯିବା ସତ୍ୱେ କିଚ୍ଥି ଅଧିକାରୀ ଓ କର୍ମଚାରୀ ସେମାନଙ୍କର ଇଂରାଜୀ ବ୍ୟବହାରକୁ ବଦଳାଉ ନାହାଁନ୍ତି । ଶନିବାର ଏହିଭଳି ଏକ ଉଦାହରଣ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ  ଜିଲ୍ଲାପାଳସଂପୃକ୍ତ ଇଂରାଜୀ ନୋଟ ଦେଇଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଚ୍ଥନ୍ତି । ଜିଲ୍ଲା  ଶିକ୍ଷା ବିଭାଗର ଏକ ଅଦାଲତ ମାମଲା ଉପସ୍ଥାପନ ସଂପୃକ୍ତ କର୍ମଚାରୀ ଇଂରାଜୀରେ କରିଥିଲେ ।  ଯାହାକୁ କି ଜିଲ୍ଲା  ଶିକ୍ଷା ଅଧିକାରୀ ସୁପାରିଶ କରିଥିଲେ । ତେବେ  ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଏହା ଆସିବା ପରେ  ଜିଲ୍ଲାପାଳ ଓଡିଆରେ ସେହି ନୋଟରେ ନିଜର ବିଚାର ରଖିଥିଲେ । ଓଡିଆରେ ନୋଟ୍ ଦିଆଯାଇ ନ ଥିବାରୁ ଓ ଇଂରାଜୀରେ ସୁପାରିଶ ହୋଇଥିବାରୁ  ଜିଲ୍ଲା  ଶିକ୍ଷା ଅଧିକାରୀଙ୍କୁ କୈପିଂୟତ ତଲବ କରାଯାଇଚ୍ଥି ।  ନିରନ୍ତର ଭାବେ ଏହିଭଳି ପାଂଇଲ ଗୁଡିକୁ ଅନୁଧ୍ୟାନ କରାଯାଇ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଓଡିଆ ଭାଷାର ଉଲଂଘନ କ୍ଷେତ୍ରରେ ଉପଯୁକ୍ତ କାର୍ଯାନୁଷ୍ଠାନ  ଗ୍ରହଣ କରିବାକୁ ଜିଲ୍ଲାପାଲ  ଶ୍ରୀ ଦାସ କଡା  ନିର୍ଦ୍ଦେଶ ଦେଇଚ୍ଥନ୍ତି ।

0
0
0
s2sdefault