ମାର୍ଜାରକେଶରୀଙ୍କ ଦିବ୍ୟ ଦର୍ଶନ ପାଇଁ ଭକ୍ତଙ୍କ ଭିଡ, ଆୟୋଜିତ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ

ପାଇକମାଳରୁ ଗୌରାଙ୍ଗ ଦାଶ /ପଦ୍ମପୁରରୁ ନୀଳ ଦୀପ : ପଶ୍ଚିମ ଓଡିଶାର ପ୍ରସିଦ୍ଧ ନୄସିଂହନାଥ ଠାରେ ଶନିବାର ବୈଶାଖମେଳାର ଚତୁର୍ଥ ଦିବସରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଭୋର ୪ଟାରୁ ନୄସିଂହ ମହାପ୍ରଭୁଙ୍କୁ ବାଳ ବ୍ରହ୍ମଚାରୀ ମାନେ ରୀତିନୀତି ଅନୁସାରେ ପୂଜା ପାଠ କରିଥିଲେ । ଆଳତି ପରେ ଠାକୁରଙ୍କ ପାଖରେ ଖେଚୁଡି ଭୋଗ ଅର୍ପଣ କରାଯାଇଥିଲା । ଚତୁର୍ଦ୍ଦଶୀ ତଥା ଠାକୁରଙ୍କ ଜନ୍ମ ଦିନ ପଡୁଥିବାରୁ ଖେଚୁଡ଼ି ଭୋଗକୁ ବଣ୍ଟନ ନ କରି ନିୟମ ଅନୁସାରେ ପାଣିରେ ଭସାଇ ଦିଆଯାଇଥିଲା । ଯଞ୍ଜ ମଣ୍ଡପରେ ହୋମ ଯଞ୍ଜ ଆଦି ପୂଜା ରୀତିନୀତି ଅନୁସାରେ କରାଯାଇଥିଲା । ମାର୍ଜାରକେଶରୀଙ୍କ ଦିବ୍ୟ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଛୁଟିଥିଲା ନୃସିଂହନାଥ ପୀଠକୁ ଢଏଥି ସହ ନୄସିଂହନାଥ ମନ୍ଦିର ଓ ପାର୍ଶ୍ଵ ଦେବାଦେବୀ ମନ୍ଦିର ଦର୍ଶନ କରି ଦେବାଦେବୀ ମାନଙ୍କୁ କର୍ତ୍ତା ଓ ମୁଖ୍ୟ ପଣ୍ଡିତ ଡିଗ୍ରିଧର ଦେବତା ସାଥି ମାନଙ୍କ ଦ୍ବାରା ପୂଜା କରାଇଥିଲେ ।ସେହିପରି ୧୮ ଜଣ ପଣ୍ଡିତ ୩୯୩୦୦ ନୄସିଂହ ବୀଜ ମନ୍ତ୍ର ଜପ କରିଥିଲେ । ସନ୍ଧ୍ୟାରେ ହୋମ ଓ ଆଳତି କରାଯାଇଥିଲା । ରାତ୍ରରେ ଭଗବାନ ମାର୍ଜାରକେଶରୀ ନୄସିଂହନାଥଙ୍କୁ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ସହ ସୁନାରୁପା ବେଶ କରାଯାଇଥିଲା । ଏହା ପରେ ମନ୍ଦିରରେ ହୋମ କରାଯାଇଥିଲା। ଏଥିରେ କର୍ତ୍ତା ଭାବେ ସହକାରୀ ଦେବୋତ୍ତର କମିଶନର ସ୍ବୟଂପ୍ରକାଶ ଦାସ କାର୍ଯ୍ୟ ତୁଲାଇଥିଲେ । ହୋମ ପରେ ମହାପ୍ରଭୁଙ୍କ ଆଳତି କରାଯାଇ କନ୍ଦାଭୋଗ ଅର୍ପଣ କରାଯାଇଥିଲା । ରାତ୍ରି ୧୦ଟାରେ କନ୍ଧ ସମାଜ ପକ୍ଷରୁ ଶଙ୍କର ଭୁଏ ମୁଖ୍ୟ ମନ୍ଦିରରେ ଧ୍ବଜା ବନ୍ଧନ କରିଥିଲେ । ତାପରେମହାଦୀଦ ଉଠିଥିଲା । ସନ୍ଧ୍ୟାରେ ବିନ୍ଧ୍ୟବାସିନୀ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟକ ପ୍ରଦିପ ପୁରୋହିତ ଯୋଗଦେଇ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ,ପଦ୍ମପୁର ଉପଜିଲ୍ଲାପାଳ ଦୈଳତ ଚନ୍ଦ୍ରକାର,ସମ୍ବାଦିକ ପ୍ରଶନ୍ନ ମିଶ୍ର,ନରସିଂହ ବାବା,ସଞ୍ଜୟ ବହିଦାର ପ୍ରମୁଖ ଯୋଗଦେଇଥିଲେ । ସଭାକୁ ବିଡ଼ିଓ ଦାୟିତ୍ୱରେ ଥିବା ରମେଶ ଚନ୍ଦ୍ର ସେଠୀ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଶେଷରେ ମେଳା କମିଟିର ବରିଷ୍ଠ ସଦସ୍ୟ ଗିରିଶ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ଏକ ସ୍ମରଣିକା ''ହିନ୍ଦୀ ଅନୁବାଦ'' ଅତିଥି ମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଳାଦ୍ରି ଗୋଟିପୁଅ ନୄତ୍ୟ ପରିଷଦ,ସାକ୍ଷୀଗୋପାଳ,ପୁରୀ ଓ ଶବ୍ଦ ନୄତ୍ୟ ଭିଏସଏସ ଆଖେଦ ଶବ୍ଦ ନୄତ୍ୟ ଗବେଷଣା କେନ୍ଦ୍ର କୁମ୍ଭାରୀ,ବରଗଡ଼ ତଥା ସମ୍ବଲପୁରୀ ନୄତ୍ୟ ସାଂସ୍କୃତିକ ପରିଷଦ ଲମ୍ବରଜୁନା ଓ ପଦ୍ମପୁର ଦ୍ବାରା ପରିବେଶିତ ହୋଇଥିଲା । ଭେଡେନ ଜୟଜଗନ୍ନାଥ କଳାପରିଷଦ ଦ୍ବାରା ମାର୍ଜାରକେଶରୀ ମଣ୍ଡପରେ ଭଜନ ଓ ଅର୍କେଷ୍ଟ୍ରା ପରିବେଷିତ ହୋଇଥିଲା । ସେହିପରି ଗନ୍ଧମାର୍ଦ୍ଦନ ନୄସିଂହନାଥ ଉପରେ ଆଧାରିତ ଲୋକ ନାଟକ ଓ ମୁଷିକ ଦୈତ୍ୟ ଦରବାର ବିନ୍ଧ୍ୟବାସିନୀ ମଣ୍ଡପରେ ପରିବେଷଣ କରାଯାଇଥିଲା ।