ହେଡଲାଇନସ୍:

ମୋଦି ସୁନାମୀରେ ବିଜେଡ଼ି ସତ୍ତା ହରାଇବ –  ଜୀବନ ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ମାଡ଼ି ଆସିଛି ମୋଦି ସୁନାମୀ । ଏଥିରେ ବିଜେଡ଼ି ତାର ସତ୍ତା ହରାଇବ । ମୟୂରଭଞ୍ଜ ଜିଲ୍ଲାରେ ଲୋକସଭା କ୍ଷେତ୍ର ସହ ସମସ୍ତ ୯ଟି  ବିଧାନସଭା ଆସନକୁ ବିଜେପି ଦଖଲ କରିବ ବୋଲି ବିଜେପିର ରାଜ୍ୟ ପ୍ରବକ୍ତା ତଥା ମୟୂରଭଞ୍ଜ ଜିଲ୍ଲା ପ୍ରଚାର କମିଟି ସଂଯୋଜକ ଜୀବନ ସାହୁ ଆଜି ବାରିପଦା ଅମ୍ବିକା ହୋଟେଲ ସମ୍ମିଳନୀ କକ୍ଷରେ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଏଥି ସହିତ ବିଜେପି ଓଡ଼ିଶାରେ ବିପୁଳ ସଂଖ୍ୟାରେ ବିଜୟୀ ହୋଇ ସରକାର ଗଠନ କରିବ । ସମଗ୍ର ରାଜ୍ୟରେ ପରିବର୍ତ୍ତନର ନାରା ସୃଷ୍ଟି ହୋଇଛି । ସଦ୍ୟ ସମାପ୍ତ ହୋଇଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ସପକ୍ଷରେ ରହିଥିବା ଜନମତ ଏହି ବାର୍ତ୍ତା ଦେଇଛି । ବର୍ତ୍ତମାନ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ପରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ବାରିପଦାରେ ଆସି ପହଁଞ୍ଚୁଛନ୍ତି । ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ  ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ପ୍ରଚାରର ମଙ୍ଗ ସମ୍ଭାଳିଥିବା ବେଳେ ମୋରଡ଼ା ବିଧାୟକ ତଥା ମହାରାଜା ପ୍ରବୀଣଙ୍କ ଅଧ୍ୟକ୍ଷତାରେ ଗଠିତ ୨୦ ଜଣିଆ ପ୍ରଚାର କମିଟି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟକୁ ଅଧିକ ସକ୍ରିୟ କରାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ସପକ୍ଷରେ ଜନମତ ସେହି ଅନୁସାରେ ବୃଦ୍ଧିପାଇବା ଆରମ୍ଭ ହୋଇଛି ବୋଲି ବିୁଜେପି ରାଜ୍ୟ ପ୍ରବକ୍ତା ଶ୍ରୀସାହୁ କହିଛନ୍ତି । ପୁଣି, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ କରିବାକୁ ଯାଇ ବିଜେଡ଼ିର ମୟୂରଭଞ୍ଜ ସାଂସଦ ଚିଟଫଣ୍ଡ ମାମଲାରେ ସାଢେ଼ ୪ବର୍ଷରୁ ଅଧିକ ସମୟ ଓ ପ୍ରଭାତ ବିଶ୍ୱାଳ ଆଦି ବିଧାୟକ ଜେଲରେ ରହି ଜାମିନରେ ବାହାରିଥିବା ସମୟରେ  ବିଜେଡ଼ିର ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଏଡ଼ଭାନ୍ସ ବେଲରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ବିଜେଡ଼ିର ଅନେକ ବିଧାୟକ ଓ ସାଂସଦ ଚିଟଫଣ୍ଡରେ ଜନସାଧାରଣଙ୍କ ଅର୍ଥକୁ ହଡ଼ପ କରିଥିବାର ଅଭିଯୋଗ ରହିଛି । ମୟୂରଭଞ୍ଜର ପୂର୍ବତନ ଜିଲ୍ଲାପାଳ ଜିଲ୍ଲାରେ କୋଟିକୋଟି ଟଙ୍କାର ଚାରା ଘୋଟାଲାରେ ଜଡ଼ିତ ରହିଛନ୍ତି । ବିଜେଡ଼ିର ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଧାନସଭାରେ ମୟୂରଭଞ୍ଜ ଜିଲ୍ଲାର ଚାରା ଘୋଟାଲା ଉଠାଇବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଗଲା । ଓଡ଼ିଶାରେ ବିଜେଡ଼ି ସରକାରରେ ୩୬ଟି ମହାଦୁର୍ନୀତିକୁ ନେଇ ଚାର୍ଜ ସିଟ ଦାଖଲ କରିଛି । ରାଜ୍ୟରେ ବିଜେପି ସରକାର ଆସିଲେ ଦୁର୍ନୀତି ଗ୍ରସ୍ତ ନେତା ଓ ସରକାରୀ ପଦାଧିକାରୀ, ଅଧିକାରୀ ସମସ୍ତେ ଜେଲ ଯିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାରରେ ସମାଜର ସମସ୍ତ ବର୍ଗର ଜନସାଧାରଣଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସୁଛି ଗଣମାଧ୍ୟମର ପ୍ରତିନିଧିମାନଙ୍କ ୧୦ କୋଟି ଟଙ୍କାର ସାମ୍ବାଦିକ କଲ୍ୟାଣ ପାଣ୍ଠି ସହ ଗୃହ ନିର୍ମାଣ ନିମନ୍ତେ ସ୍ୱଳ୍ପ ସୁଧରେ  ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣର ବ୍ୟବସ୍ଥା କରାଯାଉଛି । ବିଜେପିର ନୂଆ ଓଡ଼ିଶା ଗଠନର ୯ଟି ସଙ୍କଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ମୋଦି ସରକାର ଆଣିବା ପାଇଁ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଆଗେଇ ଆସିବାକୁ ବିଜେପିର ରାଜ୍ୟ ପ୍ରବକ୍ତା ଶ୍ରୀସାହୁ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ । ସେହିପରି ପ୍ରଚାର କମିଟିର ଅଧ୍ୟକ୍ଷ ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ନବୀନ ସରକାରରେ ସ୍ୱଚ୍ଛତା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ତୃତୀୟ ମହଲା ଦ୍ୱାରା ପରିଚାଳିତ ହୋଇଥାନ୍ତି । ବିଜେଡ଼ିରେ ଦୁର୍ନୀତି ଗ୍ରସ୍ତମାନଙ୍କୁ ଗୁରୁତ୍ୱ ଦିଆଯାଇଥାଏ । ମୁହଁ ଖୋଲିଲେ ଚୁପ କରାଇ ବସାଇ ଦିଆଯାଏ , ନଚେତ୍ ଦଳରୁ ବିଦା କରିଦିଆଯାଏ ବୋଲି ବହୁ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ଛୋଟଲାଲ ମହାନ୍ତ, ପୂର୍ବତନ ବିଧାୟକ ବିରାମ ମୁର୍ମୁ, ନରୋତ୍ତମ ପାଣିଗ୍ରାହୀ, ଲକ୍ଷ୍ମୀଧର ହାବଡ଼ା, ସୁନୀଲ ନାୟକ, ଅବନୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । 

 

0
0
0
s2sdefault