ହେଡଲାଇନସ୍:

ବାବୁ ସିଂଙ୍କ ବିରୋଧରେ ଉଠିଲା ଜମି ଜାଲିଆତି ଅଭିଯୋଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ଏକାମ୍ର ଜନଜାଗରଣ ମଂଚ

ଭୁବନେଶ୍ୱର : ଏକାମ୍ର ଭୁବନେଶ୍ୱର ବିଧାନସଭାର ଭାଜପା ପ୍ରାର୍ଥୀଙ୍କ ବିରୁଦ୍ଧରେ ଏକାମ୍ର ଜନଜାଗରଣ ମଂଚ ତରଫରୁ ଖୋଲା ଚ୍ୟାଲେଂଜ୍ କରାଯାଇଛି । ମଂଚ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଦାୟର କରିବେ ବୋଲି ପ୍ରାର୍ଥୀ ଜଣକ କହୁଥିବାରୁ ତାଙ୍କୁ କଡ଼ା ଜବାବ ନେଇ ମଂଚର ମୁଖପାତ୍ର କହିଛନ୍ତି ଯେ, ଜାଲସାଜିରେ ଛନ୍ଦି ହୋଇଥିବା ଏକାମ୍ର ବିଜେପି ପ୍ରାର୍ଥୀ ବାବୁ ସିଂ ସତ୍ ସହାସ ପ୍ରଦର୍ଶନ କରି ଅଦାଲତରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରନ୍ତୁ । ଏନେଇ ମଂଚର ମୁଖପାତ୍ର ହିମାଂଶୁ ହୋତା ଦୃଡେ଼ାକ୍ତି ପ୍ରକାଶ କରି କହିଛନ୍ତି ଯେ, ଶ୍ରୀ ସିଂ କରିଥିବା ଜାଲସାଜି ବିରୁଦ୍ଧରେ ବଳିଷ୍ଠ  ପ୍ରମାଣ ତଥା ଏହି ସମ୍ପର୍କିତ ଅଦାଲତ ନିର୍ଦ୍ଦେଶନାମା ମଧ୍ୟ ମହଜୁତ ରହିଛି । ଏନେଇ ଆଜି ପୁଣି ଏକାମ୍ର ବିଜେପିର ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ରଦ୍ଧ କରିବା ପାଇଁ ଦାବୀ କରାଯାଇଛି । ମଂଚର ଅଭିଯୋଗ ଅନୁସାରେ ଭାଜପା ପ୍ରାର୍ଥୀ ଶ୍ରୀ ବାବୁ ସିଂ ୨୦୧୨ ମସିହାରେ ଭୁବନେଶ୍ୱର ସିଭିଲ୍ କୋର୍ଟ ଦ୍ୱାରା ଜାଲସାଜି ଓ ଜମି ହଡ଼ପ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପ୍ରକାଶଥାଉ କି ୨୦୦୫ ମସିହାରେ ପ୍ରତ୍ୟାଶୀ ବାବୁ ସିଂ ଏକାମ୍ର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବସନ୍ତପୁର ଗ୍ରାମର ୩ଜଣ ବ୍ୟକ୍ତିଙ୍କ ନାମରେ ଥିବା ଜମିକୁ ଏକ ପାୱାର ଅଫ୍ ଆଟର୍ଣ୍ଣିଂ ଦ୍ୱାରା ନିଜ କବଳକୁ ଆଣିଥିଲେ । କିନ୍ତୁ ୨୦୧୦ ମସିହାରେ ଜମିର ଉତ୍ତରାଧିକାରୀ ସିଭିଲ୍ କୋର୍ଟରେ ଅଭିଯାଗ କରିଥିଲେ ଯେ ଯେଉଁମାନଙ୍କୁ ଜମି ମାଲିକ ରୂପେ ଦର୍ଶାଇ ବାବୁ ସିଂ ପାୱାର ଅଫ୍ ଆଟର୍ଣ୍ଣିଂ ପ୍ରସ୍ତୁତ କରିଥିଲେ, ସେମାନେ ପ୍ରକୃତ ମାଲିକ ନୁହଁନ୍ତି । ପ୍ରକୃତ ମାଲିକଙ୍କ ମଧ୍ୟରୁ ୨ଜଣ ଯଥାକ୍ରମେ ୧୯୮୭ ଓ ୧୯୯୭ ରେ ମୃତ୍ୟୁବରଣ କରିଥିବା ବେଳେ ୨୦୦୫ ମସିହାରେ ସେମାନଙ୍କ ନାମରେ ଜାଲ୍ ବ୍ୟକ୍ତିଙ୍କ ଜରିଆରେ ଜାଲ୍ ଦସ୍ତାବିଜ୍ କରି ପ୍ରସ୍ତୁତ କରି ବାବୁ ସିଂ ଜମି ହଡ଼ପ କରିବାକୁ ଉଦ୍ୟମ କରୁଥିଲେ । ହେଲେ ସିଭିଲ୍ କୋର୍ଟ ଏ ସମ୍ବନ୍ଧରେ ଏହାର (କେସ୍ ନଂ ୩୭୦/୧୦) ନିଜର ରାୟ ଦେଇ ବାବୁ ସିଂଙ୍କୁ ଜାଲ୍ ଦସ୍ତାବିଜ୍ ପ୍ରସ୍ତୁତ କରିଥିବାର ଦୋଷୀ ସାବ୍ୟସ୍ତ କରିଥିଲେ । ଏଣୁ ତାଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରିବାକୁ ଦାବି କରାଯାଇଛି ।                              

                                       ସେହିପରି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥି ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସତ୍ୟପାଠ ଅନୁସାରେ ପ୍ରାର୍ଥୀଙ୍କ ସମ୍ପତି ମୂଲ୍ୟ ୨୦୦୯ରେ ପ୍ରାୟ ୧କୋଟି ୭୮ଲକ୍ଷ ଥିବା ବେଳେ ୨୦୧୪ରେ ୪କୋଟି ୩୮ଲକ୍ଷ ଓ ୨୦୧୯ରେ ୬କୋଟି ୫୯ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତି ରହିଛି । ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ସତ୍ୟପାଠ ଅନୁଯାୟୀ ୨୦୦୯ରେ ୧କୋଟି ୧୪ଲକ୍ଷ, ୨୦୧୪ରେ ୫କୋଟି ୬୦ଲକ୍ଷ ହୋଇଥିବା ବେଳେ ୨୦୧୯ରେ ୧୯କୋଟିରୁ ଅଧିକ ରହିଛି । ଏହି ମୂଲ୍ୟ ବୃଦ୍ଧି ଅନୁଯାୟୀ ବାର୍ଷିକ ଆୟ ନଗଣ୍ୟ ଦେଖାଇ ଟକସ ଫାଙ୍କି ଗର୍ହିତ ଅପରାଧ କରାଯାଇଛି ।ଏନେଇ ଅର୍ଥନୈତିକ ଅପରାଧ ଶାଖା ଓ ନିର୍ବାଚନ ଅଧିକାରୀଙ୍କ ପାଖରେ ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି । ସେମାନଙ୍କ ପ୍ରାର୍ଥିତ୍ୱକୁ ରଦ୍ଧ କରିବାକୁ ମଂଚର ମୁଖପାତ୍ର ହିଂମାଶୁ ହୋତାଙ୍କ ନେତୃତ୍ୱରେ ସଭ୍ୟ ତିଳୋତମା ଦେବୀ, ସଂଯୁକ୍ତା ପଟ୍ଟନାୟକ, ବିଷ୍ଣୁପ୍ରୀୟା ଜେନା, ବ୍ରଜରାଜ ପଣ୍ଡା, ଓ ସଭ୍ୟମାନେ ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ଅଭିଯୋଗ କରିଥିଲେ ।

 

0
0
0
s2sdefault