ହେଡଲାଇନସ୍:

ସୁନ୍ଦରଗଡ଼ରେ  ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ : ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ୨୨ତମ ଶ୍ରାଦ୍ଧ ଦିବସରେ ସୁନ୍ଦରଗଡ଼ ବିଜୁଜନତା ଦଳ( ବିଜେଡ଼ି )ତରଫରୁ ପାଳିତ ହୋଇଯାଇଛି | ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଜୟନାରାୟଣ ତ୍ରିପାଠୀ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଣୀବଗିଚା ବାଇପାସ ଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ  କରାଯାଇଥିଲା | ପରେ ବରିଷ୍ଠ ନେତା ଜନ୍ମଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରାଦ୍ଧସଭା ଅନୁଷ୍ଠିତ ହୋଇଥିଲା |  ଏଥିରେ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ ଙ୍କ ସମେତ ଜିଲ୍ଲା  ବିଜେଡ଼ି ର୍ ବହୁକର୍ମୀ ଉପସ୍ଥିତ ଥିଲେ |

0
0
0
s2sdefault