ହେଡଲାଇନସ୍:

ଘୁ ଉଦୟଗିରି ଠାରେ ପେଟ୍ରୋଲ ଏବଂ ଡିଜେଲ ପମ୍ପ ସ୍ଥାପନ ପାଇଁ ଦାବୀ ଜୋରଦାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କନ୍ଧମାଳ/ଗଗନ ପ୍ରଧାନ  : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ଠାରେ ପେଟ୍ରୋଲ ଏବଂ ଡିଜେଲ ପମ୍ପ ସ୍ଥାପନ ପାଇଁ ଦାବୀ ଜୋରଦାର ହୋଇଛି |. ବର୍ତମାନ ସ୍ଥାନୀୟ ଲୋକ ଚଢା ଦରରେ ଖୁଚୁରା ବେପାରୀଆଙ୍କ ଠାରୁ ଇନ୍ଧନ କ୍ରୟ କରୁଥିବାରୁ ଏକ ଲିଟର ପିଛା ୧୦ ଟଙ୍କା କ୍ଷତି ସହୁଥିବା କହିଛନ୍ତି | ଘୁ ଉଦୟଗିରି ଏକ ପୁରୁଣା ସହର ହୋଇଥିଲେ ମଧ୍ୟ ଏ ଠାରେ ଫିଲିଙ୍ଗ ଷ୍ଟେସନ ନ କରିବା ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି .| ଇନ୍ଧନ କଳା ବଜାରୀ ଏବଂ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା କି ବୋଲି ଅଂଚଳବାସିଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି | . ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅତି  ପୁରୁଣା ହୋଇ ଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଅବହେଲେତ ହେଉ ଥିବା ଦେଖା ଦେଇଛି .

 

0
0
0
s2sdefault