ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥାଇ ବୈଠକ ବସୁନାହି, ସେ କମିଟି ଥାଇ କେତେ ନଥାଇ କେତେ !!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର(ଚକ୍ରଧର ମାଝି):ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ବିଭିନ୍ନ ସଂସ୍ଥାର ବୈଠକ କେତେ ସମୟ ଅନ୍ତରରେ ବସୁଛି ବୋଲି ପଚରାଯାଇଥିଲା | ଆଉ ଯେଉଁ ତଥ୍ୟ ମିଳିଥିଲା ତାହା ଅତ୍ୟନ୍ତ ନିରାଶାଜନକ | କେବଳ ଯୋଜନା ବୋର୍ଡକୁ ଛାଡିଦେଲେ ଆଉ ଅନ୍ୟ ସଂସ୍ଥା ଗୁଡିକର ବୈଠକ ପ୍ରାୟତଃ ବାସିନୀ ଆବଶ୍ୟକ ସମୟ  ବ୍ୟବଧାନରେ |  

ଆରମ୍ଭ କରିବା ଯୋଜନା ସଂଯୋଜନା ବିଭାଗରୁ | ଏହି ବିଭାଗ ଅଧୀନରେ ଥିବା ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହି ବୋର୍ଡର ଶେଷ ବୈଠକ ୧୫.୧୦.୨୦୦୭ରେ ଅନୁଷ୍ଠିତ  ହୋଇଥିଲା । ସେହିପରି ଉକ୍ତ ବିଭାଗ ନିୟନ୍ତ୍ରଣରେ ପିପିପି ପଲିସି ଅନୁଯାୟୀ ଗଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହାର ବୈଠକ ୨୦୦୯ ଓ ୨୦୧୩ରେ ହୋଇଥିଲା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ନିଯୁକ୍ତି ମିଶନ୍ର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ । ଏହି ମିଶନର  ବୈଠକ ୨୦୦୫ ଓ ୨୦୦୭ରେ ହୋଇଥିବା ବେଳେ ସାଢେ଼ ୧୦ ବର୍ଷ ଧରି ଆଉ ନିଯୁକ୍ତି ମିଶନ୍ ବୈଠକ ବସିନାହିଁ । ଉକ୍ତ ବିଭାଗର ଓଡ଼ିଶା ଦକ୍ଷତା ବିକାଶ ମିଶନ୍, ବିଜ୍ଞାନ ଓ ବୈଷୟିକ ବିଭାଗର ଓଡ଼ିଶା ବିଜ୍ଞାନ ଓ ବୈଷୟିକ ରାଜ୍ୟ ପରିଷଦ ଏବଂ ବାଣିଜ୍ୟ ବିଭାଗର ରାଜ୍ୟ ସାଗରମାଳା କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏ ତିନୋଟି ସଂସ୍ଥାର ବୈଠକ ଆଦୌ ହୋଇନାହିଁ । 

ତେବେ ଶିଳ୍ପ ବିଭାଗର ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହାର ବୈଠକ ୨୦୦୫ରୁ ୨୦୧୫ ମଧ୍ୟରେ ୧୬ ଥର ବସିଛି । ଦୁଇ ବର୍ଷ ଧରି ଏହି ଅଥରିଟିର ବୈଠକ ବସିନି  । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଥିବା ଉଚ୍ଚସ୍ତରୀୟ ରାଜ୍ୟ ଭିଜିଲାନ୍ସ ମନିଟରି କମିଟିର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ବୈଠକ ୨୦୧୫ ଜୁନ୍ ପରଠାରୁ ହୋଇନାହିଁ । ଏହି ବିଭାଗର ରାଜ୍ୟ ଅନୁସୂଚିତ ଜାତି ପରାମର୍ଶଦାତା ବୋର୍ଡ ଓ ଅନୁସୂଚିତ ଜନଜାତି ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି । କିନ୍ତୁ ଏହି ଦୁଇ ବୋର୍ଡର ବୈଠକ ଅଢେ଼ଇ ବର୍ଷ ଧରି ହୋଇନାହିଁ । ବ୍ରଡ୍ ଗଜ୍ ରେଳ ଲିଙ୍କ ପ୍ରୋଜେକ୍ଟ କମିଟିର ବୈଠକ ମଧ୍ୟ ଦେଢ଼ବର୍ଷ ଧରି ହୋଇନାହିଁ । 

ଜଙ୍ଗଲ ଓ ପରିବେଶ ବିଭାଗର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ । ଏହି ଦୁଇ ସଂସ୍ଥାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅଢେ଼ଇ ବର୍ଷରୁ ଅଧିକ ସମୟ ଧରି ହେଉନାହିଁ । ଓଡ଼ିଶା କେନ୍ଦୁ ପତ୍ର ଉନ୍ନୟନ ବୋର୍ଡର ବୈଠକ ତାଙ୍କ ଅଧ୍ୟକ୍ଷତାରେ ବର୍ଷେ ତଳେ ହୋଇଥିବା ବେଳେ ଓଡ଼ିଶା ରାଜ୍ୟ କାମ୍ପା ପରି·ଳନା କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଏହାର ଶେଷ ବୈଠକ ୨୦୧୩ ଜୁନ୍ ମାସରେ ବସିଥିଲା । ଓଡ଼ିଶା ରାଜ୍ୟ ବନ୍ୟଜନ୍ତୁ ବୋର୍ଡର ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ସ୍ଥଳେ ଏହାର ବୈଠକ ହୋଇନାହିଁ । ସେହିପରି ସେ ଅଧ୍ୟକ୍ଷ ଥିବା ରାଜ୍ୟ ସୈନିକ ବୋର୍ଡର ଶେଷ ବୈଠକ ୨୦୦୭ ଅଗଷ୍ଟ ମାସରେ ହୋଇଥିଲା । 

ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ମିଶନ୍ ଓ ରାଜ୍ୟ ସାକ୍ଷରତା ମିଶନ୍ ମଧ୍ୟ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିଛି । ସ୍ୱାସ୍ଥ୍ୟ ମିଶନର ବୈଠକ ଅନ୍ତତଃପକ୍ଷେ ପ୍ରତି ଛଅ ମାସରେ ଥରେ ବସିବା କଥା । ତେବେ ୨୦୧୫ ମଇ ମାସ ଠାରୁ ଏହି ମିଶନର  ବୈଠକ ହୋଇପାରୁନାହିଁ । ସେହିପରି ଗତ ଜନଗଣନା ଅନୁଯାୟୀ ରାଜ୍ୟର ନିରକ୍ଷରଙ୍କ ସଂଖ୍ୟା  କୋଟିଏରୁ ଅଧିକ ଥିବା ବେଳ ଏହି ମିଶନ୍ର ବୈଠକ ବି ୧୦ ବର୍ଷରୁ ଅଧିକ ସମୟ ଧରି ବସିନାହିଁ । ଏହି ମିଶନରେ  ଏବେ ଅନେକ ପରଲୋକଗତ ରାଜନେତା ଓ ପୂର୍ବତନ ବିଧାୟକ ସଦସ୍ୟ ରହିଥିବା ବେଳେ ସେମାନଙ୍କୁ ବି ବଦଳା ଯାଇନାହିଁ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ପରିଷଦର ଶେଷ ବୈଠକ ୨୭.୦୬.୨୦୧୫ରେ ଅନୁଷ୍ଠିତ  ହୋଇଥିବା ବେଳେ ଆଉ ପ୍ରାୟ ଅଢେ଼ଇ ବର୍ଷ ଧରି ଏହାର ବୈଠକ ହୋଇନଥିବା ସରକାରଙ୍କ ଉତ୍ତରରୁ ସ୍ପଷ୍ଟ ଜଣାପଡ଼ୁଛି । ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀମାନେ ବିଧାନସଭାରେ ଉତ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

         ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିଥିବା ସମସ୍ତ ସଂସ୍ଥାର ବିଶେଷ ଗୁରୁତ୍ୱ ରହିଥିବା ବେଳେ ନିଯୁକ୍ତି ମିଶନ୍ ଠାରୁ ଆରମ୍ଭ କରି ଯୋଜନା ବୋର୍ଡ, ଆଦିବାସୀ ପରାମର୍ଶଦାତା ସମିତି ଠାରୁ ଦକ୍ଷତା ବିକାଶ ମିଶନ୍ ପର୍ଯ୍ୟନ୍ତ ସବୁ ସଂସ୍ଥାର ନିୟମିତ ବ୍ୟବଧାନରେ ବୈଠକ ହେବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ୨୦୧୮ ବର୍ଷର ପ୍ରଥମ ମାସ ମଧ୍ୟରେ ଯେପରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ସଂସ୍ଥାର ବୈଠକ ଅନୁଷ୍ଠିତ  ହୁଏସେ ଦିଗରେ ନିଜେ ମୁଖ୍ୟମନ୍ତ୍ରୀ ଧ୍ୟାନଦେବା ଆବଶ୍ୟକ। ସେହିପରି ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ଅଭିଯୋଗ ପ୍ରକୋଷ୍ଠ  ୨୦୦୮ ଅଗଷ୍ଟ ମାସରୁ ନ ଆସିବା ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ କରି ଅନ୍ତତଃପକ୍ଷେ ପ୍ରତି ସପ୍ତାହରେ ଦିନଟିଏ ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ପ୍ରକୋଷ୍ଠ  ବ୍ୟକ୍ତିଗତ ଭାବେ ଆସି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ଉଚିତ୍ ବୋଲି ଶ୍ରୀ ରାୟ ତାଙ୍କ ବିବୃତ୍ତିରେ କହିଛନ୍ତି । 

 

0
0
0
s2sdefault