ହେଡଲାଇନସ୍:

ଦ୍ରୁତ ଶିଳ୍ପାୟନ ମିଛ ସ୍ଲୋଗାନ, ସେପଟେ ଉଜୁଡି ଯାଇଛି ବିଜୁଙ୍କ ସ୍ବପ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଡ଼ବିଲ ଲୁହା କାରଖାନା କାର୍ଯ୍ୟକ୍ଷମ ହେବ କେବେ ????

ଭୁବନେଶ୍ୱର/chakradhar majhi : ଅଢେ଼ଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ ହୋଇପଡ଼ିଛି ବିଜୁ ପଟ୍ଟନାୟକଙ୍କ ଦ୍ୱାରା ବଡ଼ବିଲଠାରେ ପ୍ରତିଷ୍ଠା କଳିଙ୍ଗ ଆଇରନ୍ ୱାର୍କସ କାରଖାନା । କାରଖାନା ବନ୍ଦ ଥିବା ସତ୍ୱେ ବି  ଏଠାରେ ଥିବା କର୍ମଚାରୀଙ୍କ ଲାଗି ବେତନ ଆଦି ବାବଦରେ ୨୫.୮୦ କୋଟି ଟଙ୍କା ଖର୍ଚ୍ଚ ହେଲାଣି । ଖଣି ମିଳିନଥିବାରୁ ଏହି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ବିଳମ୍ବ ହେଉଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା କେନ୍ଦୁଝର ଜିଲ୍ଲା ବଡ଼ବିଲଠାରେ ୧୯୪୮ ମସିହାରେ ପ୍ରତିଷ୍ଠା କରାଯାଇଥିବା କଳିଙ୍ଗ ଆଇରନ୍ ୱାର୍କସ୍ କାରଖାନା ଇଡ୍କଲ୍ ଅଧିନକୁ ଆସିବା ପରେ କେବେଠାରୁ ଏହାର ଉତ୍ପାଦନ ବନ୍ଦ ରହିଛି ଓ ଏହାର କ୍ଷତି ପରିମାଣ କେତେ ହେଲାଣି ତାହା ଜାଣିବାକୁ ଚାହିଁବା ସହିତ ଏହି କାରଖାନାକୁ କେବେସୁଦ୍ଧା ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ବିଧାୟକ ଶ୍ରୀ ରାୟ ଜାଣିବାକୁ ·ହିଁଥିଲେ । 

ଏହାର ଉତ୍ତରରେ ଶିଳ୍ପମନ୍ତ୍ରୀ କହିଛନ୍ତି ଯେ କଳିଙ୍ଗ ଆଇରନ୍ ୱାର୍କସ ଇଡ୍କଲ  ଅଧିନକୁ ଆସିବା ପରେ ଏହାର ଉତ୍ପାଦନ ୨୮.୦୨.୨୦୧୫ ତାରିଖରୁ ବନ୍ଦ ରହିଛି । ୨୦୧୬-୧୭ ଆର୍ଥିକ  ବର୍ଷ ଶେଷ ସୁଦ୍ଧା ଏହି କାରଖାନାର କ୍ଷତି ପରିମାଣ ୧୪୩.୭୭ କୋଟି ଟଙ୍କା ହେଲାଣି । ଉତ୍ପାଦନ ବନ୍ଦ ହେବା ପରେ ଏଠାରୁ ୩୮୩ ଜଣ ନିୟମିତ କର୍ମ·ରୀ ସ୍ୱେଚ୍ଛାକୃତ ଅବସର ନେଇଥିବା ବେଳେ ୪୦୬ ଜଣ ଠିକା ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇ ବିଦା କରାଯାଇଛି । ଏବେ ଏଠାରେ ୨୧୭ ଜଣ କର୍ମଚାରୀ ଅଛନ୍ତି ଓ ସେମାନଙ୍କ ଲାଗି ୨୦୧୫ରୁ ଏଯାବତ୍ ୨୫,୮୦,୫୨,୦୦୦ ଟଙ୍କା ଦିଆ ସରିଲାଣି । 

ଶିଳ୍ପମନ୍ତ୍ରୀ ପୁଣି ସୂ·ଇଛନ୍ତି ଯେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଇଡ୍କଲରେ ୫୧ ପ୍ରତିଶତ ଅଂଶଧନ କେନ୍ଦ୍ରୀୟ ପିଏସ୍ୟୁଙ୍କୁ ଦେବା ପାଇଁ କେଆଇଓସିଏଲ୍ ଦେଇଥିବା ସର୍ତ୍ତମୂଳକ ବିଡ୍ ଅନୁସାରେ ରାଜ୍ୟ ସରକାର ଇଡ୍କଲ ପାଇଁ ଗୋଟିଏ ଲୁହାପଥର ଖଣିର ଅନୁମୋଦନ ନିମନ୍ତେ ୧୦.୦୮.୨୦୧୭ ତାରିଖରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ଇତିମଧ୍ୟରେ କେଆଇଓସିଏଲ୍ ଦେଇଥିବା ସର୍ତ୍ତମୂଳକ ବିଡ୍ଟିର ଅବଧି ୨୩.୦୮.୨୦୧୭ ପର୍ଯ୍ୟନ୍ତ ଥିବାରୁ ଏହାକୁ ବଢ଼ାଇବା ଲାଗି ଅନୁରୋଧ କରାଯାଇଛି । ଲୁହାପଥର ଖଣି ମିଳିଲେ କେଆଇଓସିଏଲ୍ ଇଡ୍କଲରୁ ୫୧ ପ୍ରତିଶତ ଅଂଶଧନ ନେବ ଓ ତାହାପରେ କଳିଙ୍ଗ ଆଇରନ୍ ୱାର୍କସ୍କୁ ପୁନଃ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆଯିବ । ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଲାଗି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୪୬ରୁ ଲଗାତର ଉଦ୍ୟମ କରିଆସିଥିଲେ । ତେବେ ତାଙ୍କ ଦ୍ୱାରାପ୍ରତିଷ୍ଠିତ ଚୌଦ୍ୱାରର ଓଟିଏମ୍, କଳିଙ୍ଗ ଟ୍ୟୁବସ  ବଡବିଲ୍ର କଳିଙ୍ଗ ଆଇରନ୍ ୱାର୍କସ୍ ଭଳି କାରଖାନାଗୁଡ଼ିକ ବନ୍ଦ ହେବା ଦୁର୍ଭାଗ୍ୟଜନକ । ବିଜୁ ବାବୁଙ୍କ ଅମ୍ଳାନ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ଏହି କାରଖାନାଗୁଡ଼ିକ ଆଧୁନିକୀକରଣ ସହ ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ଶ୍ରୀ ରାୟ ଦାବି କରିଛନ୍ତି । 

 

0
0
0
s2sdefault