ହେଡଲାଇନସ୍:

ବନ୍ଧକ ଶ୍ରମିକଙ୍କ ମୁକ୍ତି ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ଡ଼ିଜିଙ୍କ ସହ କଥା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅନୁଗୁଳର ୧୪ ଜଣ ଓଡ଼ିଆ ଶ୍ରମିକ ବନ୍ଧା ପଡିଥିବା ଘଟଣା

ଅନୁଗୋଳ/ଶାସକ ପ୍ରଶାସକ : ଅନୁଗୁଳର ୧୪ ଜଣ ଓଡ଼ିଆ ଶ୍ରମିକ ହାଇଦରାବାଦ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡିଥିବା ବିଷୟ ଜଣା ପଡିବା ପରେ  ରାଜ୍ୟ ସରକାରଙ୍କ ଆଇନ, ସ୍ୱାସ୍ଥ୍ୟ-ପରିବାର କଲ୍ୟାଣ, ସୂଚନା-ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆଜି ଅନୁଗୁଳ ଯାଇ ସେଠାରୁ କୌଶଳ କ୍ରମେ ଫେରି ଆସିଥିବା ଗଗନ ବେହେରାଙ୍କୁ ଭେଟି ଥିଲେ | ତାଙ୍କ ଠାରୁ ସେଠାରେ ବନ୍ଧକ ଥିବାଙ୍କ ଦୁର୍ଦ୍ଦଶା ସଂପର୍କରେ ଅବଗତ ହେବା ସହ ସେମାନଙ୍କୁ ଓଡିଶାକୁ ନିରାପଦରେ ଫେରାଇ ଅଣାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ନିର୍ଭର ପ୍ରତିଶ୍ରୁତି ଦେଇଥିଲେ |

ମନ୍ତ୍ରୀ ଶ୍ରୀ ଜେନା ଏ ସମ୍ପର୍କରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏବଂ ଡିଜିଙ୍କୁ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିବା ବେଳେ ତେଲେଙ୍ଗାନା ରାଷ୍ଟ୍ର ସମିତିର କାର୍ଯ୍ୟକାରି ସଭାପତି କେଟିଆରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ | ଓଡ଼ିଶାର ଶ୍ରମିକ ମାନଙ୍କ ତୁରନ୍ତ ମୁକ୍ତି ସହ ସେମାନଙ୍କୁ ନିରାପଦରେ ଓଡିଶା ପଠାଇବା ପାଇଁ ଡ଼ିଜିଙ୍କୁ ଅନୁରୋଧ କରିଥିଲେ | ଓଡ଼ିଆ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଆନ୍ତରିକତାର ସହ ପଦକ୍ଷେପ ନେଇଥିବା ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ସେମାନଙ୍କ ସମ୍ପର୍କୀୟମାନେ| 

 

0
0
0
s2sdefault