କୁରାଳରେ ପୋଲିସ ବିଟ ହାଉସ ଉଦ୍ଘାଟିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର)  : ନୟାଗଡ ଜିଲ୍ଲା ଗଞ୍ଜାମ ଜିଲ୍ଲା ସୀମାନ୍ତ ଅଂଚଳର କୁରାଳ, ଗିରିଡିପଲ୍ଲୀ, ସୁନାମୁହିଁ ଓ ପାଣ୍ଡେରୀପଡା ପଂଚାୟତ ମାନଙ୍କରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ଓଡଗାଁ ଥାନାର କୁରାଳ ପଂଚାୟତର ଏକ ଅସ୍ଥାୟୀ ଗୃହରେ ଆଜି ସ୍ଥାପନା ହୋଇଥିବା ପୋଲିସ ବିଟ୍ ହାଉସକୁ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ  କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏନ୍.ତିରୁମାଲା ନାୟକ, ଏସପି ଶଶିଭୂଷଣ ଶତପଥି, ଏଏସପି ଦିଲ୍ଲୀପ କୁମାର ସାହାଣୀ ଓ ଓଡଗାଁ ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏସପିଙ୍କ ଆଦେଶ ନାମା ଅନୁସାରେ ଏ ଏସ ଆଇ ରମେଶ ବେହେରାଙ୍କ ସହିତ ଜଣେ ହାବିଲଦାର  ଓ ୨ଜଣ କନେଷ୍ଟବଳ ଏଠାରେ ନିଯୁକ୍ତ ହେଲେ ।  

     

0
0
0
s2sdefault