ହେଡଲାଇନସ୍:

ଓଡଗାଁ ଏନ୍ଏସି: ଝାଡୁଦାରଙ୍କ ଧାରଣା - ପରିମଳ ବାଧାପ୍ରାପ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ଫାଟକ ଆଗରେ ଛାଡୁଦାର କର୍ମଚାରୀଙ୍କ ଧାରଣା ଯୋଗୁଁ ଓଡଗାଁ ନଗର ପରିମଳ ବ୍ୟବସ୍ଥା ବଧାପ୍ରାପ୍ତ ହେବା ଯୋଗୁଁ ବିଭୀନ୍ନ ସ୍ଥାନ ମାନଙ୍କରେ ଆବର୍ଜନା ଜମା ହୋଇଥିବାର ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାରୁ ଜଣାଯାଏ  ଓଡଗାଁ ଏନ୍ଏସିର ମାନ୍ୟତା ପାଇବା ପରେ ଏଠାରେ ୩୬ଜଣ ଝାଡୁଦାର ଏକ ଘରୋଇ ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରୁଛନ୍ତି । ତେବେ ସେମାନଙ୍କ ଦୈନିକ ପାରିଶ୍ରମିକ ନିୟମିତ ଦିଆଯାଉନଥିବା ବେଳେ ନିୟମ ଅନୁଯାୟୀ ଇପିଏଫ୍ ଡିପୋଜିଟ୍ ହେଉନାହିଁ ବୋଲି ଅଭିଯୋଗ କରି ଆଜି ସମସ୍ତ କର୍ମଚାରୀ ଏନ୍ଏସି କାର୍ଯ୍ୟାଳୟ ଆଗରେ ସକାଳ ୭ଟାରୁ ଧାରଣାରେ ବସିଥିଲେ । ଏ ସଂପର୍କରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ପଚାରିବାରୁ କର୍ମଚାରୀଙ୍କ ସମସ୍ୟା  ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ । ଠିକା ସଂସ୍ଥାକୁ ବାତିଲ୍ କରାଯାଇ ଖୁବ୍ ଶିଘ୍ର ବିକଲ୍ପ ବ୍ୟବସ୍ଥା କରାଯାୟୀ ପରିମଳ ବ୍ୟବସ୍ଥାକୁ ସ୍ୱଭାବିକ କରାଯିବ ବୋଲି ସେ କହିଥିଲେ । 

 

0
0
0
s2sdefault