ହେଡଲାଇନସ୍:

ତୁଳଙ୍ଗ ପଞ୍ଚାୟତ ପିଠା କାର୍ଯ୍ୟକ୍ରମରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ /ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ସରପଞ୍ଚ ରଞ୍ଜିତା ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥିଭାବେ ତିର୍ତ୍ତୋଲ ବ୍ଳକ ଏ.ପି.ଓ ସୌମ୍ୟରଞ୍ଜନ ଦାଶ,ସମିତି ସଭ୍ୟା ମମତା ନାୟକ,ନାୟବ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର ମୁର୍ମୁ ଙ୍କ ସମେତ ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟା,ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ଯୋଗଦେଇଥିଲେ।ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ପାଲା ଜରିଆରେ ଅବଗତ କରାଯାଇଥିଲା।ଏହି ପିଠା କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣରେ ଶହୀଦ୍ ହୋଇଥିବା ଭାରତୀୟ ଜବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ଲୋକମାନଙ୍କ ସହିତ ଅତିଥିମାନେ ମହମବତୀ ଜାଳି ୨ମିନିଟ ନିରବ ପ୍ରାର୍ଥନା କରିଥିଲେ।ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଠ ପିଠା ଷ୍ଟଲରେ ରଖି ପ୍ରଦର୍ଶିତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସୁକାନ୍ତ କୁମାର ମହାନ୍ତି ସୂଚାରୁରୂପେ ପରିଚାଳନା କରିବା ସହିତ ପଞ୍ଚାୟତର ଯୁବକମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶେଷରେ ସମିତି ସଭ୍ୟା ମମତା ନାୟକ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ କରିଥିଲେ।

 

0
0
0
s2sdefault