ହେଡଲାଇନସ୍:

ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ରେ ବସିଲେ ସନ୍ତୋଷିନୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

     ବଲାଂଙ୍ଗିର (ନିରୋଜ ମିଶ୍ର)  ବଲାଙ୍ଗୀର ମୁନିସିପାଲିଟି  ଟ୍ୟାକ୍ସ ବିଭାଗ ରେ କାର୍ଯ୍ୟରତ ଥିବା ମହିଳା ସନ୍ତୋଷନୀ ସ୍ୱାଇଁ, ଅଧିକାରି ଏବଂ ପ୍ରଶାସନ ର ଅପାରଗତା କୁ ଭିର୍ତି କରି ଆଣିଛନ୍ତି ଅଭିଯୋଗ। ତେବେ ସୂଚନା ଅନୁସାରେ ଦୀର୍ଘ ବର୍ଷ ରୁ ମହିଳା ଜଣକ ବଲାଙ୍ଗୀର ପୌର ପାଳିକା ରେ ଟ୍ୟାସ୍କ ବିଭାଗରେ ରାଇଟ ର ଭାବେ କାର୍ଯ୍ୟ କରିଆସୁଥିଲେ। ଯାହା ସୂଚନା ଅନୁସାରେ ୨୦୧୮ ମେ ୨୫ ତାରିଖରେ ସନ୍ତୋସିନି ସ୍ୱାଇଁ କୁ କୌଣସି କାରଣ ନ ଦର୍ଶାଇ କାର୍ଯ୍ୟ ରୁ ଛଟେଇ କରା ଯାଇଥିଲା। ଫଳରେ ମହିଳା ଜଣକ ପ୍ରଶାସନ ଅଧିକାରୀ ଙ୍କ ଦ୍ଵାରସ୍ଥ ହେଇଥିଲେ। ଯାହା ପରେ ବଲାଙ୍ଗୀର ଜିଲ୍ଲା ପାଳ ଅରିନ୍ଦମ ଡାକୁଆଙ୍କୁ ମଧ୍ୟ ନିଜ ଗୁହାରି ଜଣାଇଥିବା କହିଛନ୍ତି। ଏବଂ ପ୍ରଶାସନ ର ବାର ଦ୍ଵାରସ୍ଥ ହେବା ସହ ତାଙ୍କ ଘର ପରିବାର ର ଭରଣ ପୋଷଣ ହୋଇ ନ ଥିବା ଓ ତାଙ୍କ ଦୁଇଟି ପୁଅ ଝିଅ ଙ୍କ ପାଠ ପଢ଼ାରେ ମଧ୍ୟ   ବାଧା ସୃଟି ହୋଇଥିବା କହିଛନ୍ତି। ସେହି ପରି ସମାନ ଭାବରେ ତାଙ୍କ ସ୍ବାମୀ ଜଣେ ଟେଲର ମାଷ୍ଟର ଭାବେ କାର୍ଯ୍ୟ କରିଥାନ୍ତି। ଯାହା କୁ ନେଇ ତାଙ୍କ ପରିବାର ବହୁ କଷ୍ଟ ରେ ଦିନ କାଟି ଥାନ୍ତି। ତେବେ ପୌର ପାଳିକା ରେ ଟାଇପ ରାଇଟ ରେ କାର୍ଯ୍ୟ କରି ସନ୍ତୋସିନୀ ବେହାରା ଦୀ ପଇସା ରୋଜଗାର କରି ଘର ଚଳାଇ ଥାନ୍ତି। ଯାହା ଏବେ ତାଙ୍କ ପକ୍ଷେ ସମ୍ଭବ ହୋଇ ପାରୁନି। ଯେଉଁଥି ପାଇଁ ଆଜି ସନ୍ତୋଷିନୀ ସ୍ୱାଇଁ ବଲାଙ୍ଗୀର ଜିଲ୍ଲା ପାଳଙ୍କ କାର୍ଯ୍ୟଲୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଓ ଯେତେ ଦିନ ପର୍ଯ୍ୟନ୍ତ ପ୍ରଶାସନ , ଅଧିକାରୀ, ମାନେ ମୋତେ ନ୍ୟାୟ ନ ଦେବେ ଏହି ଅନଶନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।

 

0
0
0
s2sdefault