ହେଡଲାଇନସ୍:

ମୋ ଭୋଟ ମୋଦେଶ: ମୋ ଭୋଟ ସଉଦା ନୁହେଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(ନିରୋଜ ମିଶ୍ର) :  ଓଡିଶା ଇଲେକ୍ସନ ୱାଚ୍ ତରଫରୁ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆଠାରେ ଭୋଟର ସଚେତନତା ନିମନ୍ତେ ଉଦ୍ଧିଷ୍ଟ ‘ମୋ ଭୋଟ ମୋଦେଶ: ମୋ ଭୋଟ ସଉଦା ନୁହେଁ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ’ ରଥର ଶୁଭାରମ୍ଭ ହୋଇଛି । ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଓଡିଶା ଇଲେକ୍ସନ ୱାଚ୍ ତରଫରୁ ସମଗ୍ର ଓଡିଶା ଭ୍ରମଣ କରି ସଚେତନତା କରିବା ପାଇଁ ଉଦ୍ଧିଷ୍ଟ ଏହି ରଥ ଗତକାଲି ନୂଆପଡାରୁ ବଲାଙ୍ଗୀର ପହଞ୍ଚିଥିଲା । ଏହି ରଥ ମାଧ୍ୟମରେ ସମସ୍ତ ଭୋଟର ଯେମିତି ନିଜର ମୁଲ୍ୟବାନ ଭୋଟ୍ ସମ୍ପର୍କରେ ସଚେତନ ହେବେ, ଉପଯୁକ୍ତ ପ୍ରତିନିଧି ବାଛିବେ ତଥା କୌଣସି ପ୍ରଲୋଭନର ବଶବତ୍ତି ହେବେ ନାହିଁ ସେଥି ନିମନ୍ତେ ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଳକରେ ସଚେତନତା କାର୍ଯ୍ୟକ୍ରମ କରିବ । ଏହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସାମ୍ବାଦିକ ସନ୍ଦିପ କୁମାର କୁଅଁର ପରି·ଳନା କରିଥିବା ବେଳେ ନିର୍ବାଚନ କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଫିସର ବିଜୟ କୁମାର ଶତପଥି, ସିଭିଲ ସୋସାଇଟି ତରଫରୁ ନିଲମଣି ମିଶ୍ର, ମୋତିଲାଲ ମିଶ୍ର, ବିଙ୍ଗ ହୁ୍ୟମେନ ଫାଉଣ୍ଡେସନର ସଦସ୍ୟ ବୃନ୍ଦ, ପ୍ରମୁଖ ଭୋଟର ସଚେତନତା ଦେଶର ଗଣତନ୍ତ୍ରକୁ କିପରି ସୁଦୃଢ଼ କରିବ ତାହା ସୁଚାଇ ଥିଲେ । ଏହି ରଥରେ ଇଲେକ୍ସନ ୱାଚ ଗ୍ରୁପ ତରଫରୁ ସଂଯୋଜକ ବାମଦେବ ଜେନା, ତ୍ରିନାଥ ନାୟକ, ପ୍ରଭାତ ସାହୁ ଓ ଏସ୍କେ ସଜନ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଇଲେକ୍ସନ ୱାଚ ଗ୍ରୁପ ତରଫରୁ ଜିଲ୍ଲା ସଂଯୋଜକ ହିରାଲାଲ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault