ହେଡଲାଇନସ୍:

ସିଆରପିଏଫ ଜବାନଙ୍କ ଦ୍ୱାରା ନିୟମଗିରିରେ ମାଓକ୍ୟାମ୍ପ ଠାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା(ସରୋଜ କୁମାର ସାହୁ)  ନିୟମଗିରି ପାହାଡ ଅଂଚଳରେ ନିଜସ୍ୱ ଗୁଇନ୍ଦା ସଂସ୍ଥା ଦ୍ୱାରା ମାଓ କ୍ୟାମ୍ପ ଚାଲିଥିବା ନେଇ ସୂଚନା ମିଳିଥିଲା । ସୂଚନା ପ୍ରକାରେ ସିଆରପିଏଫ ୪ର୍ଥ ବାଟାଲିୟନ ସେକେଣ୍ଡ ଇନ କମାଣ୍ଡେଟ ମିତୁ ରୟ ଏବଂ ସହକାରୀ କମାଣ୍ଡେଟ ଗୁରୁ ଚରଣ ସ୍ୱାଇଁଙ୍କ ସହ ୩୦ ଜଣ ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଦିନ ୧୧.୩୦ ମିନିଟ ସମୟରେ ପାର୍ସାଲି ପଂଚାୟତ ଅଧିନରେ ଥିବା ପାତାଲାମ୍ବା, ତୁଲୁଆ ଓ ତେନ୍ତୁଳିପଦର ଗ୍ରାମ ଅଭିମୁଖେ ବାହାରିଥିଲେ । ସେହି ସମୟରେ ଜବାନ ମାନେ ନଜରରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲେ । ଦୂରରୁ ଯବାନ ମାନଙ୍କୁ ଦେଖି ମାଓବାଦୀ ମାନେ ଛାତ୍ରଭଙ୍ଗ ଦେଇଥିଲେ । ଟୁଲୁବା ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଗଛ ନିକଟରେ କିଛି ସନେ୍ଦହଜନକ ଜିନିଷ ଥିବା ସିଆରପିଏଫ ଜବାନ ମାନେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଜବାନ ମାନେ ଉକ୍ତ ଅଂଚଳକୁ କର୍ଡନ କରି ଅଧିକ ସନ୍ଧାନ ନିମନ୍ତେ ରାୟଗଡା ସିଆରପିଏଫ  ହେଡକ୍ୱାଟରରୁ ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରୟ ଦଳକୁ ଖବର ଦିଆଯାଇଥିଲା । ଅଧିକ ଅନୁସନ୍ଧାନ ପରେ ଜଙ୍ଗଲରୁ ଗୋଟାଏ ବ୍ୟାକପ୍ୟାକ, ୧୫ଟି ଜିଲୋଟିନ, ୧୦ ମିଟର ବିଦ୍ୟୁତ ତାର, ୫ଟି ବ୍ୟାଟେରି, ଟର୍ଚ୍ଚ ଗୋଟାଏ, ଲାଇଟର ଗୋଟାଏ ସହ କିଛି ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ, ତେଲ ଇତ୍ୟାଦି  ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ନିୟମଗିରି ପାହାଡରେ କୁମ୍ବି ଅପରେସନକୁ ଜୋରାଦାର କରାଯାଇଥିବା ସୂଚନା ରହିଛି ।  

0
0
0
s2sdefault