ହେଡଲାଇନସ୍:

୭୧ କେଜି ଗଂଜେଇ ଜବତ, ୨ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ ସାହୁ )  – ରାୟଗଡା ଜିଲ୍ଲା ଅନ୍ତର୍ଗତ ଚାନ୍ଦିଲି ପୋଲିସ ଦ୍ୱାରା ୭୧ କେଜି ୨୫ ଗ୍ରାମ ଗଜେଂଇ ଜବତ ସହ ୨ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି । ଏ ନେଇ ଚାନ୍ଦିଲି ଡିଏସପି (ଟ୍ରେନି) ସତ୍ୟବିକାଶ ଭୂୟାଁ ସୂଚନା ଦେଇଛନ୍ତି । ପୋଲିସର କହିବା ମୁତାବକ କେ.ମାଲିଗାଁ ପଂଚାୟତ ଅଧିନରେ ଥିବା କାଶିଲି ଗ୍ରାମରେ ଦୁଇ ଅଭିଯୁ୍କ୍ତ  ଗୁମୁଡା ଅଂଚଳର ଶ୍ରୀରାମ ରବିନ୍ଦ୍ର ଏବଂ ବିଷମକଟକ  ବ୍ଲକ ଅନ୍ତର୍ଗତ ମାଣ୍ଡାପାଇ ଗ୍ରାମର  ସୀମାଚଂଳ କୁଟୃକା ଚୋରା ଗଂଜେଇ ବିକିବା ନିମନ୍ତେ ଗ୍ରାହକଙ୍କ ଅପେକ୍ଷାରେ ଥିଲେ । ଏକ ବିଶେଷ ସୂତ୍ରରୁ ଖବର ପାଇଁ ଚାନ୍ଦିଲି ପୋଲିସ ଅତର୍କିତ ଭାବେ ଉକ୍ତ ସ୍ଥାନରେ ଚଢଉ କରି ଗଂଜେଇ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ଗଂଜେଇ କାହାକୁ ବିକ୍ରୀ କରିଥାନ୍ତେ ତାହା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ପୋଲିସ ଏ ଦିଗରେ ଆହୁରି ଅଧିକ ତଦନ୍ତ କରୁଥିବା ଜଣାପଡିଛି । 

 

0
0
0
s2sdefault