ହେଡଲାଇନସ୍:

ଠିକପାଲିରେ ସାମାଜିକ ସମୀକ୍ଷା ଓ ଗ୍ରାମସଭା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା/ଭାଗିରଥି ଭୋଇ: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠିକପାଲି ଗ୍ରାମ ପଂଚାୟତରେ ସାମାଜିକ ସମୀକ୍ଷା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ କୁ ନେଇ ଏକ ଗ୍ରାମ ସଭା ଗ୍ରାମ ହୋଇଛି । ଗ୍ରାମ  ପଂଚାୟତ ଓ ସ୍ପେ୍ରଡ୍ ଅନୁଷ୍ଠାନ ଦ୍ୱାରା ଆୟୋଜିତ ସଭା ରେ ସରପଂଚ ଶ୍ରୀ ଗୋପିନାଥ ଶବର ସଭାପତିତ୍ୱ କରିଥିବା ବେଲେ  ସିଆରସିସି ଶ୍ରୀ ଚିତରଂଜନ ଦଣ୍ଡସେନା,କାଣ୍ଡେତରା ସରପଂଚ ଶ୍ରୀ ସନ୍ତରାମ ସାହୁ,ଯୋଗାଣ ସହାୟକ ନନ୍ଦକୁମାର ଦୀପ, ସ୍ପେ୍ରଡ ର ଜିଲ୍ଲା ସଂଯୋଜକ ଶ୍ରୀ ଶମ୍ଭୁ ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଭୟ ରଞ୍ଜନ ପାଢୀ ପ୍ରମୂଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀ ଶମ୍ଭୁ ସାହୁ ଉଦ୍ଦେଶ୍ୟ  ଜ୍ଞାପନ କରିଥିବା ବେଲେ ଗ୍ରାମ ସଭା ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ୪ ଗୋଟି ଯୋଜନା- ସମନ୍ୱିତ ଶିଶୁ ବିକାଶ ସେବା,ସାଧାରଣ ବଂଟନ ବ୍ୟବସ୍ଥା,ମମତା ଯୋଜନା ଓ ମଧ୍ୟାନ୍ନ ଭୋଜନ ଯୋଜନା ବିଷୟରେ ସମୀକ୍ଷା କରାଯାଇଥିଲା । ଉକ୍ତ ଯୋଜନାରେ ଥିବା ସମସ୍ୟାଗୁଡିକୁ ସ୍ପେ୍ରଡ୍ ର ସଦସ୍ୟ ଟିକଚନ ଶବର,ଦୁଃଖୀରାମ ଶବର,ଖୀରସିନ୍ଦୁ ମାଝୀ,ମାଧୁରୀ ଶବର,ସନ୍ଧ୍ୟାରାଣୀ ଶବର ଓ ଚିନ୍ତାମଣୀ ଆଡବଙ୍ଗ ଉପସ୍ଥାପନ କରିଥିଲେ । ସମସ୍ୟା ଉପରେ ବିଭାଗୀୟ ଅଧିକାରୀମାନେ ନିଜର ମତ ରଖିଥିଲେ । ସଭାକୁ ସ୍ପେ୍ରଡ ବ୍ଲକ ସଂଯୋଜକ ଦେବରାଜ ଭୋଇ ପରିଚାଲନା କରିଥିବା ବେଲେ ଲକ୍ଷ୍ମୀପ୍ରୀୟା ଶବର,ନିରୂପମା ଭୋଇ,ରିନା ରାଣୀ ଶବର, ଳଳିତ ଶବର,ମଞ୍ଜୁଶ୍ରୀ ମାଝୀ,ଅଶୋକ ଚିନ୍ଦା ଓ ନକୁଲ କୁମ୍ଭାର ସହଯୋଗ କରିଥିଲେ ।

 

0
0
0
s2sdefault