ହେଡଲାଇନସ୍:

ଏମାନଙ୍କ ପାଇଁ କଣ କିଛି ଯୋଜନା ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁହାରୀ ଶୁଣୁ ନାହାନ୍ତି କେହି ,ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିରାଶ ହେଲେ ଅକ୍ଷୟ

କୋମନା (ଭାଗିରଥି ଭୋଇ): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା କରି ଲୋକଙ୍କୁ ସହାୟତା କରୁଥିବା କହୁଥିବା ବେଲେ ବାସ୍ତବରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲୁଛି । କେଉଁଠି ଅଯୋଗ୍ୟ ଲୋକ ଯୋଜନା ର ଫାଇଦା ନେଉଛନ୍ତି ତ କେଉଁଠି ଯୋଗ୍ୟ ହେଇ ମଧ୍ୟ କିଛି ମିଲୁ ନାହିଁ । ଘର ଟିଏ ପାଇଁ ଇନ୍ଦିରା ଆବାସ ଯୋଜନା,ବିଜୁ ପକ୍କା ଘର,ମୋ କୁଡିଆ ଭଳି ଅନେକ ଯୋଜନା ଥିଲେ ବି ଲୋକଙ୍କ ପାଇଁ ସାତସପନ ପାଲଟିଯାଉଛି । ଏଭଲି ଏକ ଘଟଣା ଦେଖିବାକୁ ମିଲିଛି ନୂଆପଡ଼ା ଜିଲ୍ଳା କୋମନା ବ୍ଲକ ଭେଲା ଗ୍ରାମରେ । ଗ୍ରାମର ଅକ୍ଷୟ ନିଆଲ(୨୧) ଙ୍କ ପାଇଁ ପରିବାର ପୋଷଣ ବର୍ତ୍ତମାନ ଅସହ୍ୟ ହୋଇପଡିଛି । ବାପା ଧନୁ ନିଆଲ,ମା ଗୈାରୀ,ତିନି ଭଉଣୀ ସରସ୍ୱତୀ,ଳତା ଓ ସୁନୀଙ୍କୁ ନେଇ ତାଙ୍କ ପରିବାର । ପରିବାର ରେ ରୋଜଗାର କରିବା ପାଇଁ ତାଙ୍କ ଛଡା କେହି ନାହାନ୍ତି । ଜମିବାଡି ମଧ୍ୟ କିଛିି ନାହିଁ । ଗତ କିଛି ବର୍ଷ ହେଲା ତାଙ୍କ ପରିବାର ଅନ୍ୟ  ଘରେ ରହି ଆସୁଥିଲେ ଏବେ ଘର ମାଲିକ ଘରୁ ଯିବାକୁ କହୁଛି । ସେ କଣ କରିବେ କୁଆଡେ ଯିବେ କିଛି ଭାବି ପାରୁନାହାନ୍ତି । ଏ ବିଷୟରେ ସ୍ଥାନୀୟ ବିଡିଓଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଚିଠି ଲେଖିଛନ୍ତି କିନ୍ତୁ କାହା ପାଖରୁ କିଛି ସାହାର୍ଯ୍ୟ ମିଲୁନଥିବା ସେ କ୍ଷୋଭ ର ସହ ପ୍ରକାଶ କରିଛନ୍ତି । ଏ ନେଇ କୋମନା ବିଡିଓ ଶ୍ରୀ ଶ୍ୟାମଳ ରାୟଙ୍କୁ ପଚାରିବାରୁ ଯଦି ତାଲିକା ରେ ନା ଅଛି ତାହେଲେ ମିଲିବ ନହେଲେ ଆବେଦନ କରିବାକୁ ପଡିବ ବୋଲି ସେ କହିଛନ୍ତି । ଅକ୍ଷୟଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।  

 

0
0
0
s2sdefault