ହେଡଲାଇନସ୍:

ପୁଲୱାମା ଆତଙ୍କବାଦୀଙ୍କ ନାରକୀୟ କାଣ୍ଡର ପ୍ରତିବାଦ : ସୁନ୍ଦରଗଡ ବଣିକ ସଂଘ ପକ୍ଷରୁ 12 ଘଣ୍ଟିଆ ବନ୍ଦ ସଫଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ): ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବନ୍ଦ ରହିଥିଲା ଆଜି  ବ୍ୟବସାୟୀକ ପ୍ରତିଷ୍ଠାନ ।  ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବଣିକ ସଂଘ ଏବଂ ସକାଳ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୀର୍ଘ୧୨ଘଣ୍ଟା ଧରିକି  ସମସ୍ତ ଦୋକାନ ବଜାର ମଧ୍ୟ ସକାଳରୁ ବନ୍ଦ ରହିଥିଲା । ବଣିକ ସଂଘ ପୁଲବାମା  ହମଲାକୁ ନିନ୍ଦା କରିବା ସହ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।  କେନ୍ଦ୍ର ସରକାରଙ୍କୁ ସୁନ୍ଦରଗଡ଼ ବଣିକ ସଂଘ ଦାବୀ ମଧ୍ୟ ରହିଛି, ପାକିସ୍ତାନକୁ ଦୃଡ କାର୍ଯ୍ୟାନୁଷ୍ଠାନ କରାଯାଉ ଯାହାର ପରିଣାମ ସ୍ୱରୂପ ବିଶ୍ୱର କୌଣସି ଶକ୍ତି ଭାରତକୁ ସେମାନଙ୍କ  ଆଖି ଦେଖେଇ ପାରିବେ ନାହିଁ । ପିଓକେ କୁ ଭାରତରେ ସାମିଲ କରାଯାଉ । ହୁରିଏତ ନେତା ମାନଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଉ ଏବଂ378 ଇଂମିଡ଼ିଏଟ ଉଚ୍ଛେଦ କରାଯାଉ ।  ଏହିସମସ୍ତ ଦାବି ଉପରେ ଭାରତ ସରକାର ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ସୁନ୍ଦରଗଡ଼ ବଣିକ ସଂଘ ଦାବି କରିଛି ।

0
0
0
s2sdefault